ଦେଶରେ କାରୋନା ମାହାମାରୀ ଲୋକଙ୍କୁ ଭୟବିତ ଓ ଆତଙ୍କିତ କରିଥିବା ବେଳେ ଗୋଟେ ପରେ ଗୋଟେ ପ୍ରାକୃତିକ ବିପର୍ଜୟ ମାଡି ଆସୁଛି । ନିକଟରେ କାରୋନାର ସ୍ଥିତି ବିଗୁଡୁ ଥିବା ବେଳେ ଦେଶ ୨ଟି ବାତ୍ୟାର ସମୁଖୀନ ହୋଇ ସାରିଛି ।
ବୋଝ ଉପରେ ଲଳିତା ବିଦା ପରି ଗୋଟେ ଉପରେ ଗୋଟେ ବିପଦ ମଣିଷ ସମାଜ ଉପରକୁ ମାଡି ଆସୁଛି । ନିକଟରେ ପୁଣି ଏକ ବିପଦ ମାଡି ଆସୁଥିବାର ଜଣା ପଡିଛି । ତେବେ ଏହା କାରୋନା ନୁହଁ କି ୟାଶ ଭଳି ବାତ୍ୟା ନୁହଁ ଏହି ବିପଦ ମହାକାଶରୁ ମାଡି ଆସୁଛି ଆମ ପ୍ରତି । ଏମିତି ପ୍ରତୀତ ହେଉଛି ଯେପରି ପ୍ରକୃତି ଆମସହ ନିଜର ତାଣ୍ଡବ ଲୀଳା ରାଚୁଛି । ପ୍ରକୃତିର ଏହି ତାଣ୍ଡବ ଲୀଳା ର ସମୁଖୀନ ହେବାକୁ ଯାଉଛନ୍ତି ବିମାନ ଯାତ୍ରୀ ।
ସୂଚନା ମୁତାବକ ଏହି ନୂତନ ପ୍ରାକୃତିକ ବିପଦ କାରଣରୁ ପାୱାର ଗ୍ରୀଡ, ରେଡିଓ ଓ ମୋବାଇଲ ଯୋଗାଯୋଗ ବିଶେଷ କରି ପ୍ରଭାବିତ ହୋଇ ପାରେ । ଜଳବାୟୁର ଅସ୍ବାଭାବିକ ପରିବର୍ତନ କାରଣରୁ ପୃଥିବୀ ଉପରେ ଦେଖା ଦେଇଛି ଆଉ ଏକ ବିପଦ । ତେବେ କଣ ରହିଛି ସେହି ଅଦୃଶ୍ୟ ବିପଦର ରହସ୍ୟ ? ଜାଣିବା ଏହି ଅନୁଛେଦ ମାଧ୍ୟମରେ ।
ଏହି କିଛି ବର୍ଷ ହେବ ସୁରଜ୍ୟଙ୍କ ଶକ୍ତିରୁ ଅନେକ ଉତପ୍ତ ଗ୍ଯାସ ବାହାରୁଛି । ଯାହାକୁ କୋରୋଳାର ମାସ ଇନ୍ଦାକ୍ସନ ବୋଲି କୁହାଯାଉଛି । ଏହି ଉତପ୍ତ ଗ୍ଯାସର ପ୍ରଭାବ ପୃଥିବୀ ଉପରେ ପଡିବାର ଅଧିକ ସମ୍ଭାବନା ରହିଛି । ଏମିତିକି ଚୁମ୍ବକୀୟ ଝାଡା ସୃଷ୍ଟି କରିବାର ଆଶଙ୍କା ରହିଛି । ଏହାକୁ ନେଇ ବୈଜ୍ଞାନିକ ମାନେ ଦ୍ଵନ୍ଦରେ ଥିବା ବେଳେ ଏହା ବହୁ ମାତ୍ରାରେ ପ୍ରଭାବିତ କରିବା ବୋଲି କୁହା ଯାଉଛି ।
ତେବେ କୁହା ଯାଉଛି ଯେ ଏହି ଚୁମ୍ବକୀୟ ଝାଡା ପ୍ରଭାବରେ ପୃଥିବୀରେ ମୋବାଇଲ ଯୋଗାଯୋଗ ପ୍ରକ୍ରିୟା, ରେଡିଓ ଓ ପାୱାର ଗ୍ରୀଡ ବିଶେଷ ଭାବେ ପ୍ରଭାବିତ ହେବ । ଏପରିକି ବିମାନ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ପାଇଁ ଏହା ଅଧିକ ବିପଦ ଆଣିଦେବାର ଆଶଙ୍କା କରାଯାଉଛି ।
ଆଉ କିଛି ବର୍ଷ ପରେ ପୃଥିବୀରେ ଏମିତି ଲଗାତାର ଭାବେ ସୌରଝଡ ଓ ଚୁମ୍ବକୀୟ ଝଡ ସୃଷ୍ଟି ହେବ ବୋଲି ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି । ଏହି ପ୍ରକୃତିର ନୂତନ ତାଣ୍ଡବ କାରଣରୁ ପୃଥିବୀର ମୋବାଇଲ ଯୋଗାଯୋଗ ପ୍ରକ୍ରିୟା ଓ ଜିପିଏସ ଉପରେ ଅଧିକ ପ୍ରଭାବ ପଡିବ ବୋଲି ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି । ଯାହା ଫଳରେ ବିମାନ ଯାତ୍ରାରେ ଯାତ୍ରୀ ଓ କର୍ମଚାରୀ ମାନେ ଭୁଲ ଯୋଗାଯୋଗର ଶିକାର ହେବାର ସମ୍ଭାବନା ରହିଛି । ତେବେ ଏହା ପୃଥିବୀର କୌଣସି ବଡ ଧରଣର ଖ୍ଯାତି କରିବା ନାହିଂ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।