କେତେ ଅଟେ Twitterର ନୂଆ CEO ପରାଗ ଅଗ୍ରୱାଲଙ୍କ ସ୍ୟାଲେରୀ? ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ Parag

ପରାଗ ଅଗ୍ରୱାଲ ବର୍ତ୍ତମାନ ଦିନରେ ସୋସିଆଲ ମିଡିଆ ଓ ସବୁ ନ୍ୟୁଜ ଚ୍ୟାନେଲରେ ଘୁରି ବୁଲୁଛନ୍ତି । କହିବାକୁ ଗଲେ ପରାଗ ଅଗ୍ରୱାଲ ଟ୍ୱିଟର ନୂଆ ସିଇଓ ହୋଇଛନ୍ତି । ଟ୍ୱିଟରର ପୂର୍ବ ସିଇଓ ଜୈକ ଡୋର୍ସୀ ଇସ୍ତିଫା ଦେବା ପରେ ସୋମବାର ଦିନ ତାଙ୍କୁ କମ୍ପାନୀର ସିଟିଓ ପଦରୁ ପ୍ରମୋଶନ ଦିଆଯାଇ ସିଇଓ କରି ଦିଆଯାଇଛି । ପରାଗ ଅଗ୍ରୱାଲ ଟ୍ୱିଟରର ସିଇଓ ହେବା ପରେ ସୋସିଆଲ ମିଡିଆରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛା ମିଳୁଛି । ବର୍ତ୍ତମାନ ସମସ୍ତେ ତାଙ୍କର ପର୍ସନାଲ ଲାଇଫ ବିଷୟରେ ଜାଣିବାକୁ ଚାହୁଁଛନ୍ତି ।

ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି ଟ୍ୱିଟରର ନୂଆ ସିଇଓ ହୋଇଥିବା ପରାଗ କିଏ ଓ ସେ କେତେ ସ୍ୟାଲେରୀ ପାଉଛନ୍ତି । କହିଦେଉଛୁ କି ପରାଗ ଅଗ୍ରୱାଲ ଓ ତାଙ୍କର ପରିବାର ରାଜସ୍ଥାନର ମୂଳ ନିବାସୀ ଅଟନ୍ତି ।

ପରାଗ ୧୯୮୪ରେ ଅଜମେରର ଜବାହରଲାଲ ନେହରୂ ହସ୍ପିଟାଲରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପରିବାର ମା ବାପା ଓ ଜେଜେବାପା ଓ ଜେଜେମା ଧାନମଂଡୀ ଓ ଖଜାନା ଗଳିରେ ଭଡା ଘରେ ରହୁଥିଲେ । ପରାଗ ଅଗ୍ରୱାଲଙ୍କ ପିତା ରାମଗୋପାଲ ଅଗ୍ରୱାଲ ।

ଯିଏକି ମୁମ୍ବାଇ ବିଏମଆରସିରେ ଚାକିରି କରୁଥିଲେ । ପରାଗ ମୁମ୍ବାଇରେ ସ୍କୁଲ ଓ କଲେଜରେ ପଢିଛନ୍ତି । ସେ ଆଇଆଇଟି ବମ୍ବେର ଛାତ୍ର ବି ରହିସାରିଛନ୍ତି । ଏଠି ପଢିବା ପରେ ସେ ଆଗକୁ ପଢିବା ପାଇଁ ଆମେରିକାର ସ୍ଟୈନଫୋର୍ଡ ୟୁନିବର୍ସିଟୀ ଚାଲିଗଲେ ।

ସେ ମୈସାଚୁସେଟ୍ସ ଇଂସ୍ଟୀଟ୍ୟୁଟ ଅଫ ଟେକ୍ନୋଲଜୀରେ ପୀଏଚଡୀ କରିଛନ୍ତି । ପରାଗ ଟ୍ୱିଟର କମ୍ପାନୀକୁ ୨୦୧୧ରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ସେ ୟାହୁ ଓ ମାଇକ୍ରୋସଫ୍ଟ ଭଳି ବଡ ବଡ କମ୍ପାନୀରେ ବି କାମ କରି ସାରିଥିଲେ ।

୨୦୧୭ରେ ସେ ଟ୍ୱିଟରର ସିଟିଓ ପଦ ସମ୍ଭାଳିଥିଲେ । ଜାନୁୟାରୀ ୨୦୧୬ରେ ସେ ବିନୀତା ଅଗ୍ରୱାଲଙ୍କୁ ବିବାହ କରିଥିଲେ । ଏହି ବିବାହ ପରେ ତାଙ୍କର ଗୋଟିଏ ପୁଅ ହେଲା । ବର୍ତ୍ତମାନ ସେ ନିଜ ସ୍ତ୍ରୀ ଓ ପୁଅ ସହ କୈଲିଫର୍ନିୟାର ସୈନ ଫ୍ରାଂସିସ୍କୋରେ ରହୁଛନ୍ତି ।

ସୋସିଆଲ ମିଡିଆ ଅନୁସାରେ ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ସ୍ୟାଲେରୀ ୧୦ ଲକ୍ଷ ଡଲାର ଓ ଅତିରିକ୍ତ ବୋନସ ଅଛି । ଭାରତୀୟ ଟଙ୍କା ହିସାବରେ ପରାଗଙ୍କ ବାର୍ଷିକ ସ୍ୟାଲେରୀ ୭.୫ କୋଟି ଟଙ୍କା । କମ୍ପାନୀର ବୋନସ ପ୍ଳାନ ହିସାବରେ ତାଙ୍କୁ ଟାର୍ଗେଟ ବୋନସରୁ ୧୫୦ ପ୍ରତିଶତ ମିଳିବ ।

ଯଦି ପରାଗଙ୍କ ମୋଟ ସମ୍ପତ୍ତି ବିଷୟରେ କହିବା ତେବେ ସେ ପାଖାପାଖି ୧.୫୨ ମିଲିୟନ ଡଲାରର ମାଲିକ ଅଟନ୍ତି । ପରାଗଙ୍କ ବିଷୟରେ କିଛି ରୋଚକପୂର୍ଣ କଥା ହେଉଛି ସେ ୧୦ ବର୍ଷ ମଧ୍ୟରେ କେବଳ ୩୨୦୦ ଟ୍ୱିଟ କରିଛନ୍ତି ।

ଲୋକମାଙ୍କୁ ଲାଗୁଥିଲା କି ସେ ବହୁତ ଟ୍ୱିଟ କରନ୍ତି, କିନ୍ତୁ ଏହିଭଳି କିଛି ନୁହେଁ । ସେ ନିଜର କାମ ଉପରେ ଅଧିକ ଫୋକସ କରନ୍ତି । କହିବାକୁ ଗଲେ ପରାଗ ଲୋକମାନଙ୍କ ପାଇଁ ପ୍ରେରଣା ଅଟନ୍ତି । ତାଙ୍କ ଭଳି ବହୁତ ଭାରତୀୟ ଅଛନ୍ତି ଯେଉଁମାନେ ଆମେରିକାର ବଡ ବଡ କମ୍ପାନୀର ବଡ ବଡ ପଦରେ ଅଛନ୍ତି ।

Leave a Reply

Your email address will not be published. Required fields are marked *