ପରୀକ୍ଷାରେ ଭଲ ମାର୍କ ଆଣିବାର ବହୁତ ସହଜ ଟିପ୍ସ ! କିପରି ନିଜକୁ ପ୍ରସ୍ତୁତ କରିବେ ? Exam tips

ବନ୍ଧୁଗଣ ବିଦ୍ୟାର୍ଥୀ ମାନେ ତ ପାଠ ପଢିଥାନ୍ତି । ହେଲେ ପାଠ ପଢା ଠାରୁ ସେମାନଙ୍କର ଅଧିକ ଚିନ୍ତା ତାଙ୍କର ପରୀକ୍ଷାକୁ ନେଇ ରହିଥାଏ । ଅନେକ ସମୟରେ ଜଣେ ପିଲା ଭଲ ପାଠ ପଢି ମଧ୍ୟ ପରୀକ୍ଷାରେ ଏତେ ଭଲ କରିପାରିନଥାଏ । ତେବେ ବିଦ୍ୟାର୍ଥୀ ମାନେ ପରୀକ୍ଷା ସମୟରେ କେଉଁ ସବୁ ଟିପ୍ସକୁ ଆପଣାଇବା ଦ୍ଵାରା ତାଙ୍କର ସବୁ ପରୀକ୍ଷା ଭଲ ହୋଇଥାଏ ଚାଲନ୍ତୁ ସେ ବିଷୟରେ ଏଠାରେ ଜାଣିବା । ଅନେକ ଷ୍ଟୁଡେଣ୍ଟ ଭଲ ପାଠ ପଢିକି ପରୀକ୍ଷା ହଲକୁ ପରୀକ୍ଷା ଦେବାକୁ ଯାଇଥାନ୍ତି ।

ହେଲେ ବେଳେବେଳେ ପ୍ରଶ୍ନର ଉତ୍ତର ଆସୁଥିଲେ ମଧ୍ୟ ଲାଷ୍ଟ ପ୍ରଶ୍ନ ଗୁଡିକର ଉତ୍ତର ଲେଖିବାକୁ ସମୟ ମିଳିନଥାଏ । ଯେଉଁ କାରଣରୁ ପିଲା ଉଦାଶ ହୋଇ ବସିଥାନ୍ତି । ତେବେ ଏହି ଉଦାସ ହେବ କାରଣରୁ ଆଗକୁ ଥିବା ଆଉ ଗୋଟେ ପେପର ପାଇଁ ମଧ୍ୟ ସେ ଠିକ ଭାବେ ପ୍ରସ୍ତୁତ ହୋଇପାରିନଥାନ୍ତି । ତେଣୁ ପରୀକ୍ଷା ଦେବା ପୂର୍ବରୁ କେଉଁ ସବୁ କଥା ଉପରେ ଧ୍ୟାନ ରଖିବାକୁ ପଡିଥାଏ ଜାଣନ୍ତୁ ।

1- ଅନେକ ପିଲା ପରୀକ୍ଷା ପେପରରେ ଯେଉଁ ସବୁ ପ୍ରଶ୍ନର ଉତ୍ତର ତାଙ୍କୁ  ଭଲ ଭାବରେ ଜଣାଥାଏ । ସେମାନେ ସେହି ସବୁ ପ୍ରଶ୍ନର ଉତ୍ତର ଲେଖିବାରେ ଅଧିକ ସମୟ ସାରିଦେଇଥାନ୍ତି । ଯାହା ଦ୍ଵାରା ବାକି ଆଉ କିଛି ପ୍ରଶ୍ନର ଉତ୍ତର ଲେଖିବାକୁ ସେମାନଙ୍କୁ ସମୟ ଅଧିକ ମିଳିନଥାଏ । ତେଣୁ ଯେଉଁ ପ୍ରଶ୍ନର ଉତ୍ତର ମାର୍କ ଅନୁସାରେ ଯେତିକି ଲେଖିବା ଦରକାର ସେହି ଅନୁସାରେ ପ୍ରଶ୍ନ ପଢି ଉତ୍ତର ଲେଖିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ଯେପରି ସବୁ ପ୍ରଶ୍ନର ଉତ୍ତର ଲେଖିବା ପାଇଁ ଆପଣଙ୍କୁ ଯଥେଷ୍ଟ ସମୟ ମିଳିପାରିବ ।

2- ପରୀକ୍ଷା ପୂର୍ବରୁ ସବୁ କୋର୍ସ ସାରିବା ସହ ତାହାକୁ ସବୁ ରିଭିଜନ କରନ୍ତୁ । ଏଥିସହ ଯେତେ ସମ୍ଭବ ପରୀକ୍ଷାର ସବୁ ସାମ୍ପଲ ପେପର ଗୁଡିକ ପ୍ରାକ୍ଟିସ କରନ୍ତୁ । ଯାହା ଦ୍ଵାରା କେତେ ମାର୍କର ପ୍ରଶ୍ନର ଉତ୍ତର କିପରି ଲେଖି ସବୁ ପ୍ରଶ୍ନର ଉତ୍ତର କମ୍ପ୍ଲିଟ ଠିକ ସମୟରେ କରିପାରିବେ ତାହା ଭଲ ଭାବେ ଜାଣିପାରିବେ ।

3- ପରୀକ୍ଷାରେ ଯେଉଁ ପେନ୍ ରେ ଲେଖିବାର ଅଛି । ସେହି ପେନ୍ ରେ ଲେଖିବାର ଅଭ୍ଯାସ ଯେପରି ଆପଣଙ୍କୁ ପୂର୍ବରୁ ଥିବ । ହେଲେ ବହୁତ ପିଲା ନୂଆ ପେନ୍ ରେ ଲେଖିବା ଚକରରେ ନୂଆ ପେନ୍ କିଣି ପରୀକ୍ଷାରେ ଲେଖିବାରେ ଲାଗି ପଡନ୍ତି । ହେଲେ ବହୁତ ସମୟରେ ସେଥିରେ ତାଙ୍କର ଲେଖା ସ୍ପିଡ ହୋଇପାରିନଥାଏ ।

ତେଣୁ ଯେଉଁ ପେନ୍ ରେ ପରୀକ୍ଷା ଦେବାର ଅଛି । ସେଥିରେ ପୂର୍ବରୁ ଯେପରି ଆପଣଙ୍କୁ ଲେଖିବାର ଭଲ ଭାବେ ପ୍ରାକ୍ଟିସ ରହିଥିବ । ଏଥିସହ ପରୀକ୍ଷାରେ ପ୍ରଥମେ ଲେଖିବା ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ସମସ୍ତ ପ୍ରଶ୍ନ ପଢି ବୁଝି ତାପରେ ଉତ୍ତର ଲେଖନ୍ତୁ ।

ତେବେ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *