ଏହିଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲାରେ ଯେଉଁଠି ପୋଲିସଙ୍କୁ ଉଚ ଆସନ ଦିଆଯାଇଛି, ସେ ହେଉଛନ୍ତି ଆମର ରକ୍ଷାକର୍ତା । କିନ୍ତୁ ସେ ଏଠାରେ ଏମିତି ନିନ୍ଦାଜନକ କାର୍ଯ୍ୟ କରିଛନ୍ତି ଏହି ଜିନିଷଟି ହେଉଛି ଅତି ଦୁଃଖର ବିଷୟ । ରକ୍ଷକ ଯଦି ଭକ୍ଷକ ସାଜୀବ ଆମେ କାହା ଉପରେ ବିଶ୍ବାସ କରିବା । ଏମିତି ସମାଜରେ ଆମକୁ ବଞ୍ଚିବାକୁ ପଡୁଛି ଯେଉଁଠି ଲୋକମାନଙ୍କର ମାନସିକତା ଏହିଭଳିଆ । ଆଇନି ଶୃଙ୍ଖଳା ଯଦି ଏହିଭଳିଆ ହେବ ତେବେ ଲୋକ କେମିତି ନିରାପଦରେ ରହିପାରିବେ । ଏହିଭଳି ଗୋଟେ ଘଟଣା ଘଟିଛି ଆସନ୍ତୁ ଜାଣିବା ।
ବରଗଡ ସହରରେ ଗତ ୬ ତାରିଖ ସନ୍ଧ୍ୟାରେ ଗୋଟେ ପିସିଆର ବୟାନ ବୁଲୁଥିଲା । ଲୋକ ଭାବୁଥିଲେ କି ପୋଲିସ ପେଟ୍ରୋଲିଂ କରୁଛନ୍ତି ଓ ଆଇଆନ ଶୃଙ୍ଖଳା ଉପରେ ନଜର ରଖିଛନ୍ତି ।
କିନ୍ତୁ ପିସିଆର ଭିତରେ ଯାହା ଚାଲିଥିଲା ଆପଣ ତାହା ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଛାତ୍ରୀ ଜଣକ ଅନଲାଇନ କ୍ଲାସ ବିଷୟରେ ବୁଝିବାକୁ ସାଙ୍ଗ ମାନଙ୍କ ପାଖକୁ ଯାଉଥିଲା । ସେହି ସମୟରେ ବରଗଡର ପିସିଆର ଭ୍ୟାନ ପହଞ୍ଚି ଘରେ ଛାଡିଦେବା ପାଇଁ କହିଥିଲେ ଛାତ୍ରୀ ଜଣକୁ ।
ଏହାପରେ ତାକୁ ଗାଡିରେ ବସିବା ପାଇଁ ବାଧ୍ୟ କରିଥିଲେ ଓ ପିଲାଟି ପୋଲିସ ଭୟରେ କିଛି ନ କହି ଗାଡିରେ ବସିଥିଲା, ବସିବା ପରେ ତାକୁ ସେମାନେ ବୁଲେଇ ବୁଲେଇ ଦୀର୍ଘ ଦୁଇ ଘଣ୍ଟା ପରେ ତାର ଘର ଆଗରେ ଛାଡିଥିଲେ । କିନ୍ତୁ ସେହି ସମୟରେ ବସିଥିବା ଜଣେ ପୋଲିସ କର୍ମଚାରୀ ଝିଅ ସହିତ ଅଭଦ୍ର ବ୍ୟବହାର କରିଥିଲେ ବୋଲି ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ।
ପୋଲିସ ଆଗରେ ଅଭିଯୋଗ କରିବା ପରେ ଘଟଣା ବିଷୟରେ ତଦନ୍ତ ଆରମ୍ଭ ହୋଇଛି । ବରଗଡ ଏସ୍ପି ଛୁଟିରେ ଥିବା ବେଳେ ବଲାଙ୍ଗୀରି ଏସ୍ପିଙ୍କୁ ଏହି ପ୍ରକାର ସୂଚନା ଦିଆଯାଇଛି । ଆରପାଖରେ ଦୋଷୀ ବିରୁଦ୍ଧରେ ଆଇନି ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ଏହି ଘଟଣା ଉପରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆଗକୁ ଏହିଭଳି ଅନେକ ଖବର ପାଇବା ପାଇନ ଆମ ପେଜକୁ ଲାଇକ ଓ ଫଲୋ କରିବା ଭୁଲିବେ ନାହିଁ ।