PCR ଭ୍ୟାନ ଭିତରେ ଦେଢ ଘଣ୍ଟା ଧରି ଗୋଟେ ଝିଅ ସହ ଯାହା ଚାଲିଥିଲା, ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ 

ଏହିଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲାରେ ଯେଉଁଠି ପୋଲିସଙ୍କୁ ଉଚ ଆସନ ଦିଆଯାଇଛି, ସେ ହେଉଛନ୍ତି ଆମର ରକ୍ଷାକର୍ତା । କିନ୍ତୁ ସେ ଏଠାରେ ଏମିତି ନିନ୍ଦାଜନକ କାର୍ଯ୍ୟ କରିଛନ୍ତି ଏହି ଜିନିଷଟି ହେଉଛି ଅତି ଦୁଃଖର ବିଷୟ । ରକ୍ଷକ ଯଦି ଭକ୍ଷକ ସାଜୀବ ଆମେ କାହା ଉପରେ ବିଶ୍ବାସ କରିବା । ଏମିତି ସମାଜରେ ଆମକୁ ବଞ୍ଚିବାକୁ ପଡୁଛି ଯେଉଁଠି ଲୋକମାନଙ୍କର ମାନସିକତା ଏହିଭଳିଆ । ଆଇନି ଶୃଙ୍ଖଳା ଯଦି ଏହିଭଳିଆ ହେବ ତେବେ ଲୋକ କେମିତି ନିରାପଦରେ ରହିପାରିବେ । ଏହିଭଳି  ଗୋଟେ ଘଟଣା ଘଟିଛି ଆସନ୍ତୁ ଜାଣିବା ।

ବରଗଡ ସହରରେ ଗତ ୬ ତାରିଖ ସନ୍ଧ୍ୟାରେ ଗୋଟେ ପିସିଆର ବୟାନ ବୁଲୁଥିଲା । ଲୋକ ଭାବୁଥିଲେ କି ପୋଲିସ ପେଟ୍ରୋଲିଂ କରୁଛନ୍ତି ଓ ଆଇଆନ ଶୃଙ୍ଖଳା ଉପରେ ନଜର ରଖିଛନ୍ତି ।

Image Courtesy: Google

କିନ୍ତୁ ପିସିଆର ଭିତରେ ଯାହା ଚାଲିଥିଲା ଆପଣ ତାହା ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଛାତ୍ରୀ ଜଣକ  ଅନଲାଇନ  କ୍ଲାସ ବିଷୟରେ ବୁଝିବାକୁ ସାଙ୍ଗ ମାନଙ୍କ ପାଖକୁ ଯାଉଥିଲା । ସେହି ସମୟରେ ବରଗଡର ପିସିଆର ଭ୍ୟାନ ପହଞ୍ଚି ଘରେ ଛାଡିଦେବା ପାଇଁ କହିଥିଲେ ଛାତ୍ରୀ ଜଣକୁ ।

Image Courtesy: Google

ଏହାପରେ ତାକୁ ଗାଡିରେ ବସିବା ପାଇଁ ବାଧ୍ୟ କରିଥିଲେ ଓ ପିଲାଟି ପୋଲିସ ଭୟରେ କିଛି ନ କହି ଗାଡିରେ ବସିଥିଲା, ବସିବା ପରେ ତାକୁ ସେମାନେ ବୁଲେଇ ବୁଲେଇ ଦୀର୍ଘ ଦୁଇ ଘଣ୍ଟା ପରେ ତାର ଘର ଆଗରେ ଛାଡିଥିଲେ । କିନ୍ତୁ  ସେହି ସମୟରେ ବସିଥିବା ଜଣେ ପୋଲିସ କର୍ମଚାରୀ ଝିଅ ସହିତ ଅଭଦ୍ର ବ୍ୟବହାର କରିଥିଲେ ବୋଲି ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ।

Image Courtesy: Google

ପୋଲିସ ଆଗରେ ଅଭିଯୋଗ କରିବା ପରେ ଘଟଣା ବିଷୟରେ ତଦନ୍ତ ଆରମ୍ଭ ହୋଇଛି । ବରଗଡ ଏସ୍ପି ଛୁଟିରେ ଥିବା ବେଳେ ବଲାଙ୍ଗୀରି ଏସ୍ପିଙ୍କୁ ଏହି ପ୍ରକାର ସୂଚନା ଦିଆଯାଇଛି । ଆରପାଖରେ ଦୋଷୀ ବିରୁଦ୍ଧରେ ଆଇନି ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ଏହି ଘଟଣା ଉପରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆଗକୁ ଏହିଭଳି ଅନେକ ଖବର ପାଇବା ପାଇନ ଆମ ପେଜକୁ ଲାଇକ ଓ ଫଲୋ କରିବା ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *