ପେଟ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଆଜିକା ସମୟ ସବୁଠାରୁ ବଡ ଅସୁବିଧା ଖାଦ୍ୟ ପାଇଁ ହୋଇଥାଏ, ଆଜିକା ସମୟ ଲୋକ ଜଙ୍କଫୁଡ ଖାଇବା ବହୁତ ପସନ୍ଦ କରନ୍ତି ଯାହା ପେଟ ପାଇଁ ବହୁତ ଖରାପ ହୋଇଥାଏ ଏବଂ ଏହା ଦ୍ଵାରା ସ୍ୱାସ୍ଥ୍ୟ ବହୁତ ପ୍ରଭାବିତ ହୋଇଥାଏ । ପେଟ ଏମିତି ଗୋଟେ ଭାଗ ଯାହା ଦ୍ଵାରା ସବୁ ପ୍ରକାର ସମସ୍ଯା ଉତ୍ପନ ହୋଇଥାଏ ସେଥିପାଇଁ ପେଟ ଉପରେ ଧ୍ୟାନ ରଖିବା ଉଚିତ ନଚେତ ସମସ୍ୟା ହୋଇ ପାରେ । ଦୈନନ୍ଦିନ ବ୍ୟସ୍ତତା ବହୁଳ ଜୀବନଶୈଳୀରେ ଗ୍ୟାସ ସମସ୍ୟା ସାମାନ୍ୟ ହୋଇଗଲାଣି । ବର୍ତ୍ତମାନ ଯୁବକ ମାନେ ଅଧିକ ଜଙ୍କଫୁଡ୍ ଖାଇବା ପସନ୍ଦ କରୁଛନ୍ତି ।

Image Courtesy: Google

ତେଲଯୁକ୍ତ ଭୋଜନ ଖାଇବା ଓ ବିଳମ୍ବରେ ଶୋଇବା କାରଣରୁ ଗ୍ୟାସ ସମସ୍ୟା ଅଧିକ ହୋଇଥାଏ । ପେଟରେ ଗ୍ୟାସ ସୃଷ୍ଟି କରିବା ପାଚନ କ୍ରୀଡାର ଏକ ଅଂଶ ଅଟେ । ଏହାର ମୁଖ୍ୟ ସଂକେତ ପେଟ ଫୁଲିବା ହୋଇଥାଏ । ଅଧିକାଂଶ ଲୋକ ସାରା ଦିନରେ କେତେଥର ପେଟ ଗ୍ୟାସ ବାହାର କରିଥାନ୍ତି । କିନ୍ତୁ ଏହା ଏକ ନର୍ମାଲ କଥା ଅଟେ ହେଲେ ଯଦି ପେଟ ଗ୍ୟାସ ଆବଶ୍ୟକଠୁ ଅଧିକ ବଢିଯାଏ ତ ଏହା ଉପରେ ଆପଣଙ୍କୁ ଅବଶ୍ୟ ଧ୍ୟାନ ଦେବା ଉଚିତ ।

Image Courtesy: Google

ପୁଦିନା କୁ ଆୟୁର୍ବେଦ ରେ ଜଡ଼ିବୁଟି ଭାବେ ଉପଯୋଗ କରାଯାଏ । ଗରମ ଦିନରେ ପୁଦିନା ପତ୍ରକୁ ନେଇ ସରବତ ବନାନ୍ତୁ ଓ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏମିତିରେ ମଧ୍ୟ ଥଣ୍ଡା ରେ ପୁଦିନା ଚଟଣୀ ଖାଆନ୍ତୁ । ଲେମ୍ବୁ ରସ ଦୁଇ ଛୋଟ ଚାମଚ୍ ଓ କିଛି ଲୁଣ ଉଷୁମ ପାଣିରେ ମିଶାଇ ପିଇଲେ ପେଟର ଗ୍ୟାସର ଉପଚାର ହୋଇଥାଏ ।

Image Courtesy: Google

ଯଦି ଗ୍ୟାସ ସମସ୍ୟା କରୁଛି ଏକ ରସୁଣକୁ ଚାରିଟି ଖିଶିମିସ ସହ ଚୋବେଇ ଖାଆନ୍ତୁ । ଗ୍ୟାସ୍ ତୁରନ୍ତ ବାହାର ହେଇଯିବ । ଏହା ଛଡା ଗରମ ଦିନରେ ପୁଦିନା ଚଟଣି ଖାନ୍ତୁ, ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ, ସମସ୍ତଙ୍କୁ ପୁଦିନା ପସନ୍ଦ ନଥାଏ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ, ଏହା ପେଟ ଥଣ୍ଡା ରଖିବାରେ ସାହାଜ୍ଯ କରିଥାଏ, ପୁଦିନା ଖାଇବା ପାଇଁ ଡକ୍ଟର ମଧ୍ୟ କୁହନ୍ତି ।

Image Courtesy: Google

ଲେମ୍ବୁ ରସ ଏବଂ କଳା ଲୁଣ ଉଷୁମ ପାଣିରେ ପକେଇ ଏହାର ସେବନ କରନ୍ତୁ, ଏହା ପେଟ ସବୁ ସମସ୍ୟା ଦୂର କରିଥାଏ, ଏହା ପେଟ ସଫା କରିବାରେ ସାହାଜ୍ଯ କରିଥାଏ, ତେବେ ଏହା ସମସ୍ତେ ଜାଣିଛନ୍ତି ଯେ ପେଟ ସଫା ରାହିଲେ ବହୁତ ପ୍ରକାର ରୋଗ ଦୂର ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *