ପେଟ ଜ୍ଵଳନ, ଛାତି ଜ୍ଵଳନ, ଗ୍ଯାସ ଭଳି ସମସ୍ଯାକୁ ଦୂର କରନ୍ତୁ, କେବଳ ଏହି ଗୋଟେ ଉପାୟ ଥରେ କରିଦେଖନ୍ତୁ, Home remedy

ବନ୍ଧୁଗଣ ଯେଉଁ ମାନଙ୍କର ପେଟରେ ଜ୍ଵଳନ ଓ ଛାତିରେ ଜ୍ଵଳନ ଭଳି ସମସ୍ଯା ରହିଥାଏ । ତାହାକୁ ହାଇପର ଏସିଡିଟି ବୋଲି କୁହାଯାଇଥାଏ । ଏହି ଏସିଡିଟି ହେବ ମାତ୍ରେ ଛତି ଓ ପେଟରେ ଜଳାପୋଡା ହେବାକୁ ଲାଗିଯାଇଥାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ । ଆପଣଙ୍କୁ ଏପରି କିଛି ଉପାୟ କରିବାକୁ ପଡିବ । ଯାହା ଦ୍ଵାରା ଆପଣ ବହୁତ ଶୀଘ୍ର ଓ ସହଜରେ ମଧ୍ୟ ଏହି ହାଇପର ଏସିଡିଟି କବଳରୁ ରକ୍ଷା ପାଇପାରିବେ । ଏସିଡିଟି ବହୁତ ଖତରନାକ ଅଟେ ।

ଯାହାକି ରକ୍ତରେ ମିଶିଯାଇ ଯଏଣ୍ଟ ପେନ୍ ଓ ୟୁରିକ ଏସିଡ ଭଳି ଅନେକ ସମସ୍ଯା ଶରୀରରେ ସୃଷ୍ଟି କରିଥାଏ । ତେବେ ଏଥିପାଇଁ କରିବାକୁ ଯାଉଥିବା ପ୍ରଥମ ଉପଚାର ପାଇଁ ଆପଣଙ୍କୁ ପ୍ରଥମେ 1 ଚାମଚ ଜୀରାର ଆବଶ୍ୟକତା ପଡିବ । ଯେଉଁ ଜୀରାକୁ ଆଣି ତାହାକୁ ଭଲ ଭାବେ ଚୋବାଇ ଚୋବାଇ ଖାଇ ଦିଅନ୍ତୁ । ଏହାକୁ ଖାଇବାର ଠିକ 5 ରୁ 10 ମିନିଟ ପରେ ସାମାନ୍ୟ ନଖ ଉଷୁମ ଗରମ ପାଣିକୁ ପିଅନ୍ତୁ । ଜୀରା ଥଣ୍ଡା ହୋଇଥାଏ ।

ଯାହାକି ଶରୀର ପାଇଁ ବହୁତ ଲାଭକାରୀ ପଦାର୍ଥ ଅଟେ । ତେଣୁ ଯେଉଁ ମାନେ ଏହି ଏସିଡିଟି ଭଳି ସମସ୍ଯାରେ ପୀଡିତ ହେଉଥାନ୍ତି । ତେବେ ସେମାନଙ୍କୁ ଜୀରାର ସେବନ ନିହାତି ଭାବେ କରିବାକୁ ପଡିବ । ଯାହାକି ଶରୀର ମଧ୍ୟକୁ ଯାଇ ଏସିଡିଟିକୁ ଭଲ କରିବାରେ ସଙ୍ଗେ ସଙ୍ଗେ କାର୍ଯ୍ୟ ତାହାର ଆରମ୍ଭ କରିଦେଇଥାଏ ।

ଦିତୀୟରେ ଏହି ଏସିଡିଟି ଭଳି ସମସ୍ଯାକୁ ଠିକ କରିବା ପାଇଁ ଆପଣଙ୍କୁ ଅନ୍ୟ ଏକ ଉପଚାର ସମ୍ପର୍କରେ ଏଠାରେ କହିବା ପାଇଁ ଯାଉଛୁ । ଏଥିପାଇଁ ଆପଣଙ୍କୁ ଅଧ ଚାମଚ ପାନ ମଧୁରୀ ଓ ଅଳ୍ପ କିଛି ଗୁଡ ନେବାର ଅଛି । ଲଞ୍ଚ କିମ୍ବା ଡିନର କରିସାରିଲା ପରେ ପାନମଧୁରୀ ଓ ଗୁଡକୁ ମିଶାଇ ଆପଣ ତାହାର ସେବନ କରନ୍ତୁ । ପାନମଧୁରୀ ଓ ଗୁଡ 2 ଟି ଯାକ ବ୍ୟକ୍ତିର ଡାଇଜେସନ ସିଷ୍ଟମକୁ ଶକ୍ତିଶାଳୀ କରିଥାଏ ।

ଯାହା ଦ୍ଵାରା ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ । ଏଥିସହ ପେଟରେ ଏସିଡିଟି ଭଳି ହେବା ସମସ୍ଯା ସୃଷ୍ଟି ହୋଇନଥାଏ । ଯେଉଁ କାରଣରୁ ଛାତି କିମ୍ବା ପେଟରେ ଜ୍ଵଳାପୋଡା ଅନୁଭବ ହୋଇନଥାଏ । ତେବେ ବନ୍ଧୁଗଣ ଏହି 2ଟି ଯାକ ଉପାୟ ପ୍ରାକୃତିକ ଅଟେ । ଯାହାକୁ ଅବଲମ୍ବନ କରି ଆପଣ ଆପଣଙ୍କର ଗ୍ଯାସ, ଏସିଡିଟି ଭଳି ସମସ୍ଯାକୁ ବହୁତ ସହଜରେ ଦୂର କରିପାରିବେ ।

ତେଣୁ ଏଥିପାଇଁ ଆପଣଙ୍କୁ ଅଯଥା ଅଧିକ ଟଙ୍କା ଦେଇ ମେଡ଼ିସିନ କିଣି ଖାଇବାର ଆବଶ୍ୟକତା ପଡିବନାହିଁ । ତେବେ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *