ବଡ ଖବର- ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ୍‌ ଦର !

ନମସ୍କାର ବନ୍ଧୁଗଣ ଆପଣମାଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଏବେ ଏବେ ଏକ ବଡ ଖବର ଶୁଣିବାକୁ ମିଳୁଛି ଯେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହେବାକୁ ଯାଉଛି । ତେବେ ଏବେ ଯେଉଁଭଳି ଭାବେ ଦେଶରେ ମାନ୍ଦା ଅବସ୍ଥା ଦେଖିବାକୁ ମିଳୁଛି ଏହାର ପ୍ରଭାବ ମଧ୍ୟ ଜଣା ପଡୁଛି । ତେବେ ଏହି ମାନ୍ଦା ଅବସ୍ଥା ସାରା ବିଶ୍ଵ ଉପରେ ମଧ୍ୟ ପ୍ରଭାବ ପକାଇପାରେ । କିନ୍ତୁ ଏହି ସବୁ ଖବର ମଝିରେ ଆପଣ ମାନଙ୍କ ପାଇଁ ଏକ ଖୁସି ଖବର ହେଉଛି କି ପେଟ୍ରୋଲ ଓ ଡିଜେଲ ଦର କମ ହେଉଛି ।

ରାଜ୍ୟରେ ହୁ ହୁ ହୋଇ ବଢୁଛି ତୈଳ ଦର। ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିରେ ଲଗାମ ଲାଗୁନି । ରାଜଧାନୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୭୫ ଟଙ୍କା ଟପିଲାଣି। ଯାହାକୁ ନେଇ ଖାଉଟିଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ଟିକସ କମାଇଲେ ତୈଳ ଦର କମିବ ବୋଲି ଗଣାମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ତେବେ ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁସାରେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲେ ପେଟ୍ରୋଲିୟମ ପ୍ରଡକ୍ଟସ୍‌ ବା ଉତ୍ପାଦର ଚାହିଦା ହ୍ରାସ ପାଇବ । ଅଶୋଧିତ ତୈଳର ଦର ବି ହ୍ରାସ ପାଇବ । ଏହି କାରଣରୁ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ୍‌ ୨୦ ଡଲାରକୁ ହ୍ରାସ ପାଇପାରେ । ଏପରି ହେଲେ ଏହାର ପ୍ରଭାବ ସ୍ଥାନୀୟ ତୈଳ ଦର ଉପରେ ବି ପଡିପାରେ ।

ରାଜ୍ୟ ସରକାର ଟିକସ କମାଇଲେ ତୈଳ ଦର କମିବ ବୋଲି ପ୍ରଧାନ କହିଛନ୍ତି। ତୈଳ ଉତ୍ପାଦନକାରୀ କମ୍ପାନୀର ଉତ୍ପାଦନ ହ୍ରାସ ପାଉଛି । ଯାହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ୁଛି । ଏହି କାରଣରୁ ଲଗାତାର ତୈଳ ଦରରେ ବୃଦ୍ଧି ଘଟୁଛି । ତେବେ ଏହାର ସମାଧାନ ପାଇଁ ଭାରତ ସରକାର କିଛି ନା କିଛି ଚିନ୍ତା କରୁଥିବା ଶ୍ରୀ ପ୍ରଧାନ ଗତକାଲି କହିଥିଲେ ।

ଅଶୋଧିତ ତୈଳର ଦର ପ୍ରତି ବ୍ୟାରେଲ ୪୫ ଡଲାର ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଏପରି ହେଲେ ପ୍ରତିବ୍ୟାରେଲ ଏହା୨୦ ଡଲାରରେ ପହଞ୍ଚିଯିବ । ଏପରି ହେଲେ ସରକାରଙ୍କ ସମସ୍ତ ଟ୍ୟାକ୍ସ ମିଶାଇ ପେଟ୍ରୋଲ ଦର ୩୦ରୁ ୪୦ ଟଙ୍କା ମଧ୍ୟରେ ହୋଇଯିବ । ସେହିପରି ଡିଜେଲ୍‌ ଦର ୨୫ ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ୨୦୧୬ ଜାନୁଆରୀ ମସିହାରେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ୍‌ ୩୬ ଡଲାରରେ ପହଞ୍ଚିଥିଲା । ୨୦୧୪ ଜୁନ୍‌ ମାସରେ ଅଶୋଧିତ ତୈଳଦର ୧୧୩ ଡଲାର ପ୍ରତି ବ୍ୟାରେଲ ପହଞ୍ଚିଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *