ପିପିଲି ବିଧାୟକ Rudra Maharathy କଲେ କିଛି ଏମିତି କାମ କି ଲୋକେ କହିଲେ ବିଧାୟକ ହେବ ତ ଏମିତି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏବେ ପିପିଲି ବିଧୟାକ ରୁଦ୍ର ପ୍ରତାପ ମହାରଥୀ ସାରା ଓଡିଶାରେ ନିଜ କାମକୁ ନେଇ ଚର୍ଚ୍ଚା ରେ ରହିଛନ୍ତି । କାରଣ ସାରା ରାଜ୍ୟରେ ଲଗାଣ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖା ଯାଇଛି । ଯାହା ପାଇଁ ଲୋକ ମାନେ ନିଜ ଘର ହରାଇ ବସିଛନ୍ତି ତ କେହି ଖାଇବାକୁ ପାଉ ନାହାନ୍ତି । ଏମିତିକି ବନ୍ୟା ପାଣିରେ ଘେରି ରହିଥିବାରୁ ଲୋକ ମାନେ ପାଣି ମଧ୍ୟ ଟୋପାଏ ପିଇବାକୁ ପାଉ ନାହାନ୍ତି । ବନ୍ୟା ସ୍ଥିତି ପରିଦର୍ଶନ କରିବାକୁ ରୁଦ୍ର ଭାଇ ଗାଁ ଗାଁ ବୁଲୁଛନ୍ତି ଆଉ ଲୋକ ମାନଙ୍କର ଭଲ ମନ୍ଦ ମଧ୍ୟ ବୁଝୁଛନ୍ତି ।

ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ ରୁଦ୍ର ଭାଇ ନିଜେ ବୋଟିଙ୍ଗ କରୁଛନ୍ତି ଆଉ ବନ୍ୟା ସ୍ଥିତି ଅନୁଧ୍ୟାନ କରୁଛନ୍ତି ନିଜ ଟିମ ସହ ମିଶି । ଲୋକ ମାନଙ୍କୁ କି ପରି ସ୍ଵଚ୍ଛ ପାଣି ଯୋଗାଇ ଦିଆଯିବ କିପରି ସେମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯିବ ଆଉ ଖାଦ୍ୟ ଯୋଗାଇ ଦିଆଯିବ ସେ ସବୁ ପ୍ରତି ସାହାଜ୍ଯ କରିବାକୁ ଆଗେଇ ଆସିଛନ୍ତି ରୁଦ୍ର ଭାଇ । ଡେଲାଙ୍ଗ ମୁନିନ୍ଦା ରେ ପାଣି ପିଇବାକୁ ଲୋକ ମାନେ ଆଉଟୁ ପାଉଟୁ ହେଉଥିବା ବେଳେ ଏଭଳି ଘଡି ସନ୍ଧି ସମୟରେ ସେଠିକାର ଲୋକଙ୍କ ପାଖରେ ପହଞ୍ଚିଛନ୍ତି ରୁଦ୍ର ମହାରଥୀ ।

ରୁଦ୍ର ଭାଇ ନିଜ ହାତରେ ପାଣି ବୋତଲ ଧରି ବନ୍ୟା ପାଣିରେ ପଶି ଲୋକ ମାନଙ୍କୁ ପାଣି ବଣ୍ଟନ କରୁଛନ୍ତି ଯାହାର ଦ୍ରୁଶ୍ଯ ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ । ଆଣ୍ଠୁଏ ଆଣ୍ଠୁଏ ପାଣିରେ ରୁଦ୍ର ଭାଇ ଓ ତାଙ୍କ ଦଳ ପଶି ଲୋକମାନଙ୍କୁ ପାଣି ବୋତଲ ବାଣ୍ଟିବାରେ ଲାଗିଛନ୍ତି । ଗୋରୁ ଗାଈ କେତେ ଅଛନ୍ତି ରୋଷେଇ କିପରି ହୋଇ ଲୋକଙ୍କୁ ଖାଦ୍ୟ ଯୋଗାଇ ହେବ ସେ ନେଇ ମଧ୍ୟ ରୁଦ୍ର ଭାଇ ଧ୍ୟାନ ଦେଇଛନ୍ତି । ସେହି ଗାଁ ର ୱାର୍ଡ ମେମ୍ବରଙ୍କୁ ରୁଦ୍ର କହିଛନ୍ତି ସବୁ କିଚିର ରିପୋର୍ଟ ଦେବାକୁ ।

ବନ୍ୟା ପାଣିରେ ଘେରି ରହିଥିବା ଅସହାୟ ଲୋକଙ୍କୁ ସାହାଜ୍ଯ ର ହାତ ବଢାଇଛନ୍ତି ବିଧାୟକ ରୁଦ୍ର ମାହାରଥି । ରୁଦ୍ର ଭାଇଙ୍କର ଏଭଳି ମହାନ କମ ଦେଖି ଲୋକେ କହୁଛନ୍ତି ବିଧାୟକ ହେବ ତ ଏମିତି । ରୁଦ୍ର ଭାଇ ଏଭଳି ସଙ୍କଟ ସମୟରେ ଯେପରି ଗାଁ ଗାଁ ବୁଲୁଛନ୍ତି ଦିନ ରାତି ଏକ କରି ତାଙ୍କୁ ଧନ୍ୟବାଦ ଜଣାଉଛନ୍ତି ସାଧାରଣ ଜନତା ମାନେ । ତେବେ ରୁଦ୍ର ଭାଇ ଜଣେ ବିଧାୟକ ହୋଇ ମଧ୍ୟ ଗରିବ ଲୋକଙ୍କର ଦୁଖକୁ ନିଜର ଭାବି ନିଜ ହାତରେ ପାଣି ବୋତଲ ସେଟ ଧରି ଲୋକ ମାନଙ୍କୁ ବାଣ୍ଟୁଛନ୍ତି ଆଉ ସେମାନଙ୍କର ଭଲ ମନ୍ଦ ମଧ୍ୟ ବୁଝୁଛନ୍ତି ।

ସତରେ ରୁଦ୍ର ଭାଇଙ୍କର ଭଳି ମଣିଷ ଦୁନିଆରେ ଖୁବ ବିରଳ ଅଟନ୍ତି । ଲୋକ ମାନଙ୍କୁ ବନ୍ୟା ସ୍ଥିତିରୁ ଉଧାର କରିବା ପାଇଁ ଆଉ ସେମାନଙ୍କୁ ସାହାଜ୍ଯ କରିବା ପାଇଁ ରୁଦ୍ର ଭାଇ ନିଜ ଟିମ ସହ ସବୁ ଆଡେ ଅନୁଧ୍ୟାନ କରିବାରେ ଏବେ ବ୍ୟସ୍ତ ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ରୁଦ୍ର ମହାରଥୀ ଙ୍କ ଏଭଳି ମହାନ କାମ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *