ପିରିୟଡ୍ସ ବେଳେ COVID ଟୀକା ନେବା ଉଚିତ କି ନାହିଁ ? ଜାଣନ୍ତୁ କଣ କହୁଛନ୍ତି Dr Srikant

ବନ୍ଧୁଗଣ, କୌଣସି ମଧ୍ୟ ଗୁଜବ ରେ ବିଶ୍ଵାସ କରନ୍ତୁ ନାହିଁ । ଆପଣଙ୍କ ମଧ୍ୟରେ ଅଥାବା ଆପଣଙ୍କ ଜାଣତରେ ଯାହା ବୈଜ୍ଞାନିକ ତତ୍ଵ ରହିଅଛି ତାହାର ପାଳନ କରନ୍ତୁ । ଯଦି ଆପଣଙ୍କର କୌଣସି ପ୍ରକାରର ସନ୍ଧେହ ରାହୁଅଛି ତେବେ ଆପଣ ସରକାର ଙ୍କ ସ୍ଵୀକୃତ୍ତି ପ୍ରାପ୍ତ ନମ୍ବରକୁ ଆପଣ ଫୋନ କଲେ ଆପଣଙ୍କୁ ତାହା ସମ୍ବନ୍ଧରେ ଉଚିତ ଜ୍ଞାନ ମିଳିବ । ଏହାଛଡା ଆପଣଙ୍କର ଡାଉଟ ମଧ୍ୟ କ୍ଲିୟର ହେବ । ବନ୍ଧୁଗଣ ଦ୍ଵିତିୟତ ଏହି ପରିସ୍ଥିତିରେ କଣ କରାଯିବ କଣ ନ କରାଯିବ ତାହାର ସଂପୂର୍ଣ୍ଣ ଗାଇଡ୍ଲାଇନ ଇଣ୍ଟର୍ନେଟ ରେ ରହିଅଛି ଆପଣ ସେଥିରୁ ମଧ୍ୟ ଡାଉନଲୋଡ କରି ସଂପୂର୍ଣ୍ଣ ତଥ୍ୟ ନେଇ ପାରିବେ ।

ବନ୍ଧୁଗଣ ମେନସୁରେସନ ସମୟ ବେଳେ ଟୀକା ନେଲେ କୌଣସି ପ୍ରକାରର ଅସୁବିଧା ହେବ କି ନାହିଁ ତାହା ବିଷୟରେ ଅନ୍ୟ କୌଣସି ଜାଗରୁ କୌଣସି ପ୍ରକାରର ଗୁଜବ ଶୁଣି କିଛି ନିର୍ଣ୍ଣୟ ନିଅନ୍ତୁ ନାହିଁ ।

ଏହାଛଡା ଯଦି ଆପଣଙ୍କର ଅନେକ ଦିନରୁ ଡାଇବେଟିକ ରହିଅଛି, ତଥା ଲିଭର ପ୍ରୋବ୍ଲେମ, ଅଥବା ହାର୍ଟ ରୋଗ ରହିଅଛି, ଶ୍ଵାସ ରୋଗ ମଧ୍ୟ ରହିଅଛି । ତେବେ ମଧ୍ୟ ଆପଣ ଭ୍ୟାକ୍ସିନେସନ ନେଇ ପାରିବେ ମାତ୍ର କେବଳ ଗର୍ଭବତୀ ମହିଳା ମାନଙ୍କ ଉପରେ ଯେ ହେତୁ କୌଣସି ପ୍ରକାରର ପରୀକ୍ଷଣ କରାଯାଇ ନାହିଁ । ସେଥିପାଇଁ ସେମାନଙ୍କୁ ଭ୍ୟାକ୍ସିନେଶନ ରେ ଗଣିତ କରାଯିବ ନାହିଁ ।

ମାତ୍ର କିଛି ଟା ନିୟମ ରହିଛି କିନ୍ତୁ ପ୍ରାଏ ସମସ୍ତେ ଏହି ଭ୍ୟାକ୍ସିନେଶନ କୁ ନେଇ ପାରିବେ । ବନ୍ଧୁଗଣ ସବୁଠାରୁ ମହତ୍ଵପୂର୍ଣ୍ଣ କଥା ହେଲା, ଆପଣ ଭ୍ୟାକ୍ସିନେଶନ ନେବାକୁ ଯୋଗ୍ୟ ଅଛନ୍ତି ମାତ୍ର ବିଗତ ୭ ଦିନ ହେବ ଆପଣଙ୍କୁ କୌଣସି ପ୍ରକାରର ଇନଫେକସନ ରହିଅଛି, ଯେପରିକି ଜର, ଥଣ୍ଡା, କାଶ ଭଳି କିଛି ଲକ୍ଷଣ ରହିଅଛି, ତେବେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆପଣଙ୍କୁ ଏହି ଭ୍ୟାକ୍ସିନେଶନ ନେବା ପ୍ରକ୍ରିୟା କୁ ଡିଲେ କରିବାକୁ ହେବ । ଅଥବା ଯଦି ଆପଣ ଅନ୍ୟ କୌଣସି ଭ୍ୟାକ୍ସିନ ନେଇଛନ୍ତି ତେବେ ଆପଣଙ୍କୁ ୬ ରୁ ୭ ଦିନ ଡିଲେ କରିବାକୁ ହେବ। ବନ୍ଧୁଗଣ ଆମ୍ଭ ମାନଙ୍କ ସୁରକ୍ଷା ଆମ୍ଭ ନିଜ ହାତରେ ରହିଅଛି । ମାତ୍ର ଭ୍ୟାକ୍ସିନ ଯେଉଁମାନଙ୍କ ପାଇଁ ଉପଯୋଗୀ ଅଛି ସେମାନଙ୍କୁ ଭ୍ୟାକ୍ସିନ ନେବା ଜରୁରୀ ଅଛି । ବନ୍ଧୁଗଣ ପ୍ରଥମ ସଂକ୍ରମଣ ଠାରୁ ଏହା ବହୁତ ଭୟାନକ ଅଟେ । ପ୍ରଥମ ସଂକ୍ରମଣ ରେ ଏହା ବୟସ୍କ ଲୋକଙ୍କୁ ଅତ୍ୟନ୍ତ ପ୍ରଭାବିତ କରୁଥିଲା ମାତ୍ର ବର୍ତ୍ତମାନ ଏହା କମ ବୟସର ବ୍ୟକ୍ତିଙ୍କୁ ଆକ୍ରାନ୍ତ କରୁଅଛି ।

ବନ୍ଧୁଗଣ ଏହି ସଂକ୍ରମଣ ଶିଶୁ ମାନଙ୍କୁ ବହୁଳ ଭାବରେ ପ୍ରଭାବିତ କରୁଅଛି । ଏଣୁ ଆପଣ ନିୟମିତ ଭାବରେ ସମସ୍ତ ନିୟମର ପାଳନ କରନ୍ତୁ । ସରକାର ବନାଇ ଥିବା ନିୟମ କୁ ଅବଲମ୍ବନ କରନ୍ତୁ । ଗୋଟିଏ କଥା ମାନେ ରଖନ୍ତୁ ଆମ ସୁରକ୍ଷା ନିଜ ହାତରେ ରହିଅଛି । ଯଦି ଆମ୍ଭେ ହେୟଜ୍ଞାନ କରିବା ତେବେ ନାନା ପ୍ରକାର ସମସ୍ୟା ର ମୁଖପାତ୍ର ହେବା । ବନ୍ଧୁଗଣ ଆପଣଙ୍କୁ ଏହି ଟିପ୍ପଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *