ମାଡି ଆସୁଛି ଭୟଙ୍କର “ବାତ୍ୟା”, ୧୩ ରୁ ୧୪ ଛୁଇଁପାରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ

ବନ୍ଧୁଗଣ, ଗୋଟେ ପାର୍ଶ୍ଵରେ ମହାମାରୀ ଆସି ମୁଣ୍ଡ ବ୍ୟଥା ର କାରଣ ପାଲଟି ଥିଲା ବେଳେ, ବର୍ତ୍ତମାନ ପୁଣିଥରେ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ରୁ ସୂଚନା ଆସିଛି ଯେ, ୧୩ ରୁ ୧୪ ମଧ୍ୟରେ ବାତ୍ୟା ହେବାକୁ ଯାଉଅଛି । ବନ୍ଧୁଗଣ ପୁଣିଥରେ ବାତ୍ୟାର ଆଶଙ୍କା ଆସିଅଛି । ଏହି ମାସ ଅର୍ଥାତ ମଇ ମାସରେ ପୁଣିଥରେ ବାତ୍ୟା ହେବାକୁ ଯାଉଅଛି । ଭୁବନେଶ୍ଵର ପାଣିପାଗ କେନ୍ଦ୍ରରୁ ସୂଚନା ଆସିଅଛି ଯେ, ମଇ ମାସର ଦ୍ଵିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ର ଉପକୂଳ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଅଛି ଘୂର୍ଣ୍ଣିବଳୟ ।

ଏହା କ୍ରମଶ ଭୟଙ୍କର ବାତ୍ୟା ର ରୂପ ନେବାକୁ ଯାଉଅଛି । ଏହି ଆକଳନ ପାଣିପାଗ ବିଭାଗ ତରଫରୁ ଆସିଅଛି । ବନ୍ଧୁଗଣ ମଇ ମାସର ୧୨ ତାରିଖ ରେ ତାମିଲନାଡୁ ନିକଟରେ ଥିବା ଦକ୍ଷିଣ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଅଛି ।

କ୍ରମଶ ଏହା ଘନୀଭୂତ ହୋଇ ୧୩ ରୁ ୧୪ ତାରିଖ ମଧ୍ୟରେ ବାତ୍ୟା ରେ ପରିଣତ ହେବାକୁ ଯାଉଅଛି । ବନ୍ଧୁଗଣ ଚିନ୍ତାର ବିଷୟ ଏହା ହେଉଛି ଯେ, ଏହି ଭୟଙ୍କର ବାତ୍ୟା ଓଡିଶା ତଥା ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ଭୁବନେଶ୍ଵର ବ୍ୟତିତ ବିଶ୍ଵର କେତେକ ପ୍ରମୁଖ ପାଣିପାଗ୍ଵ ଗବେଷଣା କେନ୍ଦ୍ର ଏହି ଭୟାନକ ପରିସ୍ଥିତି ର ଆକଳନ କରିଛନ୍ତି । ବନ୍ଧୁଗଣ ଓଡିଶା ଏବଂ ପଶ୍ଚିମବଙ୍ଗ ସମେତ ଏହା ବିହାର ତଥା ଝାଡଖଣ୍ଡ କୁ ମଧ୍ୟ ଛୁଇଁପାରେ ।

ଏହା ବ୍ୟତିତ ମଇ ମାସ ୯ ତାରିଖ କୁ ଆଣ୍ଡାମାନ ନିକଟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଅଛି । ବନ୍ଧୁଗଣ ଏହି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ମିଆଁମାର ଆଡକୁ ଗତି କରିବାକୁ ଯାଉଅଛି । ବନ୍ଧୁଗଣ ମଇ ମାସର ଦ୍ଵିତୀୟ ସପ୍ତାହରେ ସୃଷ୍ଟି ହେବାକୁ ଯାଉଥିବା ଏହି ୨ ଟି ଘୂର୍ଣ୍ଣିବଳୟ ର ପ୍ରଭାବ କିଭଳି ହେବ ? ତଥା ଏହା ଓଡିଶାକୁ କେତେ ମାତ୍ରାରେ ପ୍ରଭାବିତ କରିବ ?

ଏହାକୁ ନେଇ ପୂର୍ବରୁ କୌଣସି ପ୍ରକାରର ଅନୁମାନ କରାଯାଇ ପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ବିଶେଷଜ୍ଞ । ବନ୍ଧୁଗଣ ଚ୍ଚଳିତ ବର୍ଷ ଏପ୍ରିଲ ମାସରେ କୌଣସି ପ୍ରକାରର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇନାହିଁ । ଏହି କାରଣରୁ ମଇ ମାସରେ ଏହାର ସମ୍ଭାବନା ଅଧିକ ଦେଖାଯାଉଅଛି । ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ ଯେ, ୨୦୧୯ ରେ “ଫନୀ ବାତ୍ୟା” ଆସି ପ୍ରଳୟ ରଚେଇ ଥିଲା । ଏହାପରେ ୨୦୨୦ ରେ “ଅମ୍ଫାନ” ନାମକ ବାତ୍ୟା ଆସିଥିଲା । ବନ୍ଧୁଗଣ ମଇ ମାସରେ ମୌସୁମୀ ପ୍ରବେଶ କରିବା ଦ୍ଵାରା ବର୍ଷା ହେବାକୁ ଯାଉଅଛି ।

ଏହା ସହିତ ବଙ୍ଗୋପ ସାଗରରେ ସାଇକ୍ଳୋନ ହେବାର ଆକଳନ ମଧ୍ୟ କରାଯାଉଅଛି । ମଇ ମାସରେ ଆସୁଥିବା ସାଇକ୍ଳୋନ ଅଥବା ଭୟଙ୍କର ବାତ୍ୟା ବୋଲି ଯାହାକୁ ଆମ୍ଭେ କହିଥାଉ, ତାହା ବାଙ୍ଗଲାଦେଶ, ପଶ୍ଚିମବଙ୍ଗ ତଥା ଓଡ଼ିଶାକୁ ଛୁଇଁ ଥିବାରୁ ଅତ୍ୟନ୍ତ ଭୟାର ବାତାବରଣ ସୃଷ୍ଟି ହୋଇଅଛି । ପାଣିପାଗ ବିଭାଗ ଏହା ମଧ୍ୟ ଆକଳନ କରିଛି ଯେ, ଚଳିତ ବର୍ଷ ତାପମାତ୍ରା ଅଧିକ ଉଷ୍ଣ ରହିବା ଏହି କାରଣରୁ ବାତ୍ୟା ସମ୍ଭାବନା କୁ ନଜର ଅନ୍ଦାଜ କରି ହେବନାହିଁ ।

Leave a Reply

Your email address will not be published. Required fields are marked *