ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ

ବନ୍ଧୁଗଣ, ନିର୍ବାଚନ ଶେଷ ହେବା କ୍ରମେ ତୈଳ ଦର ବୃଦ୍ଧି ହେଲା । ଦର୍ଶକବନ୍ଧୁ ବିଗତ ୨ ମାସ ହେବ ଦେଶରେ ନିର୍ବାଚନ ର ମାହୋଲ ଲାଗି ରହିଥିଲା । ୪ ଟି ରାଜ୍ୟ ତଥା ୧ ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନ ସଭା ନିର୍ବାଚନ ଚାଲିଥିଲା । ଏପଟେ ଦେଶରେ ତୈଳ ଦର ବୃଦ୍ଧି ହୋଇ ନଥିବା ନଜର ଆସିଥିଲା । ଏହି ମଧ୍ୟରେ ନିର୍ବାଚନ ଶେଷ ହୋଇ ଫଳାଫଳ ମଧ୍ୟ ବାହାରି ସାରିଛି । ମାତ୍ର ବନ୍ଧୁଗଣ ବର୍ତ୍ତମାନ ତୈଳ ଦର ପୁଣିଥରେ ବୃଦ୍ଧି ହେବାକୁ ଯାଉଅଛି । ତୈଳ କମ୍ପାନୀ ମାନେ ନିକଟରେ ନିର୍ବାଚନ ସରୁ ସରୁ ତୈଳ ଦରକୁ ବଢାଇ ସାରିଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ଖାଉଟି ଙ୍କ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟି ଯାଇଅଛି । କାରଣ ଏପଟେ କୋରୋନା ର ଆତଙ୍କ ସାରା ଦେଶ ରେ ଭୟାଭିତ ବାତାବରଣ ସୃଷ୍ଟି କାଲା ବେଳକୁ ଏହି ପରିସ୍ଥିତିରେ ତୈଳ ଦାମ ବୃଦ୍ଧି ସତରେ ଏହା ଅତ୍ୟନ୍ତ ଚିନ୍ତା ର ବିଷୟ ପାଲଟିଯାଇଛି ।

ବନ୍ଧୁଗଣ ମଙ୍ଗଳବାର ଦିନ ପେଟ୍ରୋଲ ୧୫ ପଇସା ଏବଂ ଡିଜେଲ ୧୮ ପଇସା ବଢିଅଛି । ଏହି କାରଣରୁ ସାଧାରଣ ଖାଉଟି ମନରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବନ୍ଧୁଗଣ ତୈଳ ଦର ବଢିଥିବା ବେଳେ, ଭାରତର ରାଜଧାନୀ ଦିଲ୍ଲୀ ରେ ବର୍ତ୍ତମାନ ପେଟ୍ରୋଲ ଦର ୯୦.୫୫ ଟଙ୍କା ଏବଂ ଡିଜେଲ ଦର ୮୦.୯୧ ଟଙ୍କା ରେ ପହଞ୍ଚିଛି ।

ମୁମ୍ବାଇ ରେ ପେଟ୍ରୋଲ ଦର ୯୬ ଟଙ୍କା କୁ ପହଞ୍ଚିଲା ବେଳେ ଡିଜେଲ ଦର ୮୭ ଟଙ୍କା ରହିଅଛି । ସେହିଭଳି ଭାବରେ ଚେନ୍ନାଇ ରେ ୯୨ ଟଙ୍କା ପେଟ୍ରୋଲ ଦର ରହିଲା ବେଳେ, ଡିଜେଲ ଦର ୮୫ ଟଙ୍କା ରହିଅଛି । ମାତ୍ର ନିର୍ବାଚନ ସମୟରେ ପେଟ୍ରୋଲ ୭୭ ଟଙ୍କା ଏବଂ ଡିଜେଲ ଦର ୭୪ ପଇସା ହ୍ରାସ ପାଇଥିଲା । ବନ୍ଧୁଗଣ ଦେଶରେ ତୈଳ କୁ ଜି ଏସ ଟି ଅଧୀନକୁ ଅଣାଯାଇ ନାହିଁ ।

ଯଦି ଦେଶରେ ତୈଳ କୁ ଜି ଏସ ଟି ଅନ୍ତର୍ଭୁକ୍ତ କରାଯିବ ତେବେ ତୈଳ ଦର ବହୁଳ ପରିମାଣରେ ହ୍ରାସ ପାଇବାର ସମ୍ଭାବନା ରହିଅଛି । ମାତ୍ର ବାରମ୍ବାର ଦାବି ପରେ ମଧ୍ୟ ପେଟ୍ରୋଲ ତଥା ଡିଜେଲ ଦର କୁ ଅଣାଯାଇନାହିଁ । ବନ୍ଧୁଗଣ ପୂର୍ବରୁ ଗଣମାଧ୍ୟମରୁ ସୂଚନା ମିଳିଥିଲା ଯେ, ଦେଶରେ ଚାଲିଥିବା ବିଧାନ ସଭା ନିର୍ବାଚନ ପରେ ତୈଳ ଦର ସୁନିଶ୍ଚିତ ବଢିବ । ବନ୍ଧୁଗଣ ବର୍ତ୍ତମାନ ୫ ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ଚାଲିଥିଲା । ସୂଚନା ଅନୁଯାୟୀ ପେଟ୍ରୋଲ ତଥା ଡିଜେଲ ଦର ସମୁଦାଯ ୨ ରୁ ୩ ଟଙ୍କା ବଢିବାକୁ ଯାଉଅଛି ।

ମାତ୍ର ହଟାତ ଏକା ସହିତ ତୈଳ ଦର ବୃଦ୍ଧି ହେବ ନାହିଁ । ଧୀରେ ଧୀରେ ଦରଦାମ କୁ ବୃଦ୍ଧି କରିବାର ଯୋଜନା ବଣାଇଛନ୍ତି ତୈଳ କମ୍ପାନୀ ମାନେ । ବନ୍ଧୁଗଣ ଏ ଏନଆଇ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ତୈଳ କମ୍ପାନୀ ମାନେ  ଫେବୃଆରି ମାସରୁ ତୈଳ ଦର ବୃଦ୍ଧି କରାଇ ନାହାଁନ୍ତି । ମାତ୍ର ତାହା ପୁଣିଠାରେ ବୃଦ୍ଧି ହେବାକୁ ନେଇ ସାଧାରଣ ଖାଉଟିଙ୍କ ମନରେ ଅଶୋନ୍ତୋଷ ର ବାତାବରଣ ପରିଲକ୍ଷିତ ହୋଇଛି ।

ବନ୍ଧୁଗଣ ଆପଣଙ୍କର ମତାମତ ପ୍ରେଟ୍ରୋଲ ତଥା ଡିଜେଲ ର ଦରଦାମ ବୃଦ୍ଧି କୁ ନେଇ କଣ ଅଟେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ମଧ୍ୟ ଏହିଭଳି ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *