ସଭ୍ୟତାର ଅନୁପ୍ରାଣରେ ଅନୁପ୍ରାଣିତ ସଭ୍ୟ ସମାଜରେ ପିତା ହେବାର ଗୌରବ ପ୍ରାଣର ଅଣୂକଣିକାରେ ଶିହରଣ ଆଣିଦେଇଥାଏ । ସନ୍ତାନର ସମସ୍ତ ଅଳିଅର୍ଦଳି ସହିନେବାର ସାମର୍ଥ୍ୟ ପୁଞ୍ଜିଭୂତ ହୋଇଯାଏ ସନ୍ତାନର କୂଆକୁଆ ରାବଶୁଣି । ପିତା ଅକ୍ଲାନ୍ତ ପରିଶ୍ରମ କରି ତାର ସନ୍ତାନର ଅନେକ ପାର୍ଥିବ ଆଶାକୁ ପୂରଣ କରିବାରଝୁଙ୍କ ତାକୁ ଏକ ସଫଳ ପିତାର ପରିଚୟ ଆଣିବାରେ ଖୋରାକ ଯୋଗାଇଥିଲେବି ସନ୍ତାନର ବାସ୍ତବ ଇଛାଟିକୁ ଜାଣିବାରେ ଅନେକ କ୍ଷେତ୍ରରେ ଅଣଦେଖା କରିଥାଏ, ଯାହା ସନ୍ତାନଟିର ପରିବେଶ ଓ ତାର ଭବିଷ୍ୟତ ସମାଜପାଇଁ କର୍ତବ୍ୟ ମାର୍ଗଟିକୁ ବାଛିବାରେ କେଉଁଠି ନା କେଉଁଠି କିଛି ହରାଇବା ପରି ସେ ନିଜେ ଅନୁଭବ କରେ ।
ପିତା ସବୁକିଛି କର୍ତବ୍ୟ ତାର ସନ୍ତାନପାଇ କରିସାରିଛିବୋଲି ଯେଉ ଆତ୍ମଗର୍ବ କରେ ,ବାସ୍ତବରେ ତାହା ସେଇ ପିତାକୁ ଅନୁଶୋଚନା କରାଇବାରେ ବାଧ୍ୟ କରିଥାଏ । ଯଥାର୍ଥରେ ପିତାଟି ତାର ସନ୍ତାନଟିକୁ ଏକ ଅମୂଲ୍ୟ ବସ୍ତୁଟି ଦେବାରେ ଅଣଦେଖା କରଥାଏ । ସେଇ ବସ୍ତୁଟି ହେଉଛି “ସମୟ” ।
ପିତା ତାର ସନ୍ତାନପାଇ ଅନେକ ସାଧନ ଯୋଗାଇଦେବାସହ ତାସହ ମିଶି ତାର ଆନ୍ତରିକ ଇଛାଟିକୁ ଜାଣିବାର ସୁଯୋଗ ସୃଷ୍ଟିକରିବା ତାକୁ ଭଲଭାବରେ ବୁଝିବା,ସମାଜର କଣ୍ଟକିତ,ଅସଜଡା ପଥକୁ ଅତିକ୍ରମ କରିବାରେ ସାମର୍ଥ୍ୟରଖିବା ଓ ତାର ଉପୋଯୋଗ ଯଥାର୍ଥରେ କରିବାର ଜ୍ଞାନ ଦେବା ଏକ ପିତାର ପରମ କର୍ତବ୍ୟ । ସମୟର ସଦୁପଯୋଗ ଶିକ୍ଷା ପିତା ଦୃଷ୍ଟିରୁ କେବେବି ଅଣଦେଖା ହେବା ସନ୍ତାନର ଭବିଷ୍ୟକୁଏକ ଅନ୍ଧାର ପଥରେ ନେଇଯିବା ଯଥେଷ୍ଟ ସମ୍ଭାବନା ରହିଥାଏ ।
ତେଣୁ ପିତା ହେବାର ଗୌରବ କେବଳ ସନ୍ତାନକୁ ଶିଖିତକରାଇବା ନୁହେ ,ସନ୍ତାନର ଅନ୍ତର୍ନିହିତ ଗୁଣକୁ ଜାଣିବାପାଇ ସମୟଦେବା ନିତ୍ୟାନ୍ତ ଆବଶ୍ୟକ । ଭଗବତ ଗୀତାରେ ଶ୍ରୀକୃଷ୍ଣ ଏକ ପିତାର କର୍ତବ୍ୟବୋଧରେ ସମୟର ପ୍ରାଧାନ୍ୟତା ଦେଇ ସମଗ୍ର ସମାଜକୁ ସୁଚାରୁରୂପେ ଚଲାଇବାପାଇ ଏହି ମହତ ବାଣୀ ଉପସ୍ଥାପନା କରି ତାଙ୍କର ଦୃଢୋକ୍ତି ଦେଇଛନ୍ତି ଯେ ପିତା ତାର ସାମାଜିକ ଜୀବନରେ ଯାହାକିଛି ଅନୁଭୂତି ଆଣେ ତାହାର ନିର୍ଯ୍ୟାସ ସନ୍ତାନର ଭବିଷ୍ୟ ନିର୍ଧାରଣ କରିବାରେ ଓ ତାର ଲକ୍ଷପଥରେ ଆଗେଇଯିବାର ଲକ୍ଷ୍ୟକୁ ଅନେକ ସହଯୋଗ କରିଥାଏ ।
ପିତା ତାର ସନ୍ତାନଟିର ସମାଜିକଜ୍ଞାନ ଯେପରି, ଶୃଙ୍ଖଳାଜ୍ଞାନ ମୂଲ୍ୟବୋଧତା ସହ ନିଜକୁ ଏକ ପ୍ରତିଷ୍ଠିତ ବ୍ୟକ୍ତିତୋରେ ଗଢିତୋଳିବାରେ ସାମର୍ଥ୍ୟ ଆଣିପାରିବ । ପିଲାଟି ଅଧିକାଂଶ ସମୟ ଯଦିଓ ତାର ମାଆ ର ସସ୍ପର୍ଶରେ ଆସିଥାଏ ତଥାପି ପିତାଙ୍କର ଯଥେଷ୍ଟ ପ୍ରଭାବ ପିଲାଙ୍କର ସାମାଜିକ ଚଳଣି ଉପରେ ପ୍ରଭାବ ପକାଇଥାଏ । କାରଣ ପିତା ଅନେକ ସମୟରେ ସମାଜର ବିଭିର୍ଣ ପରିବେଶରେ ନିଜକୁ ସଂଶ୍ଲିଷ୍ଟ କରିବାର ସୁଯୋଗ ପାଇ ନିଜକୁ ଅନେକ ସାମାଜିକ କାର୍ଯ୍ୟରେ ନିଯୋଜିତ କରିଥାଏ ।
ଯାହା ଗୋଟିଏ ପିତାକୁ ଅଧିକରୁ ଅଧିକ ସମାଜିକଜ୍ଞାନ ପାଇବାରେ ସାମର୍ଥ୍ୟ ହୋଇଥାଏ । ସୁତରାଂ ପିତାହି ସନ୍ତାନ ପାଇ ସାମାଜିକ ଜ୍ଞାନର ଏକ ବିରାଟ ପୃଷ୍ଟଭୁମି ଭଳି ଯାହା ସନ୍ତାନର ଭବିଷ୍ୟ ନିର୍ମାଣ୍ରେ ପୂର୍ଣ ସହଯୋଗ କରିବାରେ ସାମର୍ଥ୍ୟ ଲାଭକରିବ । ଏହାହିଁ ବାସ୍ତବରେ ଏକ ପିତାର ଉତ୍ତୋର ଦାଇତ୍ଵ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।