ବାଳରେ ତେଲ ନୁହେଁ ଏହାକୁ ଲଗାନ୍ତୁ , ନା କେବେ ଝଡିବ ନା ହେବ ଡାଣ୍ଡରଫ୍- Hair Care

ସମସ୍ତଙ୍କର ଇଚ୍ଛା ଥାଏ ସୁନ୍ଦର, ଘନା ଓ ଲମ୍ବା କେଶ ହେଉ ବୋଲି । ଚେହେରା ବି ସୁନ୍ଦର ଲାଗିଥାଏ ଯଦି ଆମର କେଶ ସୁନ୍ଦର ଥାଏ । ଆଜି ଆମେ କେଶ ର ସବୁଠୁ ବଡ ସମସ୍ୟା ବିଷୟରେ ଆଲୋଚନା କରିବା । ଯଦି ଆପଣଙ୍କର କେଶ ସମୟ ପୂର୍ବରୁ ଧଳା ହେଉ ଯାଉଛି ତେବେ ଏହି ଘରୋଇ ଉପାୟ ଦ୍ଵାରା ଆପଣ ଏହି ସମସ୍ୟା କୁ ଦୂର କରି ପାରିବେ । ସର୍ବ ପ୍ରଥମେ ଭୃଷଙ୍ଗ ପତ୍ର ନିଅନ୍ତୁ । ଏହି ପତ୍ର ରେ ବହୁତ ପରିମାଣ ରେ ଭିତାକ୍ୟାରୋଟିନ ନାମକ ପ୍ରୋଟିନ ରହିଥାଏ ।

ଏହା ଆମ କେଶ ଓ କେଶ ମୂଳ କୁ ମଜବୂତ କରିଥାଏ । ଏହା ସହ ଭୃଷଙ୍ଗ ପତ୍ର ର ପେଷ୍ଟ କୁ କେଶ ରେ ଲଗାଇବା ଦ୍ଵାରା ଆପଣଙ୍କର ଧଳା କେଶ ମଧ୍ୟ କଳା ହୋଇଥାଏ । ଏହା କେଶ ପାଇଁ ବହୁତ ଲାଭ ଦାଯକ ହୋଇଥାଏ । ୨୦-୨୫ ଟି ଭୃଷଙ୍ଗ ପତ୍ର ନିଅନ୍ତୁ । ଏବଂ ଏହା ପରେ ଏହାକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ ।

କେଶ ରେ ଧଳାପଣ ଏବେ ବହୁତ ମାତ୍ରା ରେ ଦେଖିବାକୁ ମିଳିଛି ସମସ୍ତଙ୍କ ପାଖରେ । ଏହା ପରେ ୨-୩ଟି ଅଁଳା ନିଅନ୍ତୁ । ଏହା କେଶ ପାଇଁ ଏକ ବରଦାନ ଅଟେ । ଏହା କେଶ କୁ କଳା କରିଥାଏ, କେଶ ମୂଳ କୁ ମଜବୂତ କରିଥାଏ ଓ କେଶ ଝଡିବା ରୁ ମୁକ୍ତି ଦେଇଥାଏ । ଏହା ଏକ ପ୍ରାକୃତିକ ଏବଂ ଆୟୁର୍ବେଦିକ ଜିନିଷ ଅଟେ ।

ଏହା ଯେତେ ସ୍ଵସ୍ଥେ ପାଇଁ ଲାଭଦାୟକ ହୋଇଥାଏ ସେତେ ଏହା ସୌନ୍ଦର୍ଜ୍ୟ ବାଧକ ମଧ୍ୟ ହୋଇଥାଏ । ଏହା ପରେ ଆପଣ ଏହାକୁ ଏକ ଗ୍ରୈଣ୍ଡର ଜାର ରେ ପକାଇ ଅଧା କପ ପାଣି ଦେଇ ବାଟି ଦିଅନ୍ତୁ । ଏହି ୨ଟି ଜିନିଷ ଆମ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏବଂ ଏହାର କୌଣସି ପାର୍ଶ୍ଵ ପ୍ରଭାବ ନଥାଏ ।

ଏହା ଦ୍ଵାରା କେଶ ମଜବୁତ ହୋଇଥାଏ ଓ ଏହା ସହ ଯଦି ଆପଣଙ୍କର ରୂପୀ ର ପ୍ରୋବ୍ଲେମ ମଧ୍ୟ ଦୂର ହୋଇଥାଏ । ଏହା ପରେ ଏହାକୁ ଏକ ପାତ୍ର କୁ ଛଣି ଦିଅନ୍ତୁ । ଏହା ପରେ ସେହି ପେଷ୍ଟ ରେ ଗୋଟେ ଚାମଚ ନଡିଆ ତେଲ ମିଶାନ୍ତୁ । ଏହା ଛଡା ଆପଣ ରାସୀ ତେଲ ମଧ୍ୟ ପ୍ରୟୋଗ କରି ପାରିବେ ।

ଏହା ପରେ ଆପଣ ଏହାକୁ ଆପଣଙ୍କ କେଶ ଓ କେଶ ମୂଳରେ ଭଲ ଭାବରେ ମସାଜ କରନ୍ତୁ । ଏକ ଘଣ୍ଟା ବା ଅଧ ଘଣ୍ଟା ରଖି କେଶ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାକୁ ଆପଣ ସପ୍ତାହ ରେ ୨-୩ ଥର ବ୍ୟବହାର କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ କେଶ ର ସମସ୍ୟା କେଶ ଝଡିବା, କେଶ ଧଳା ହୋଇଯିବ ଓ ରୂପୀ ଆଦି ଅନେକ ପ୍ରକାର ସମସ୍ୟା ରୁ ମୁକ୍ତି ପାଇ ପାରିବେ ।   

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *