ପଶ୍ଚିମ ଓଡିଶାର ଫେମସ Comedian ଯୋଗେଶ ଜୋଜୋଙ୍କ Family Album ଓ Biography

ଆମ ପଶ୍ଚିମପୂର୍ବ ଓଡିଶା ର କମେଡିୟାନ ଯୋଗେଶ ଜୋଜୋ ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ଆମ ଓଡିଶାରେ ଏମତି କେହି ନଥିବେ ଯିଏ ଯୋଗେଶ ଜୋଜୋ ଙ୍କୁ ଚିହ୍ନି ନଥିବେ । ଆଜି ଆମେ ଯୋଗେଶ ଯୋଜୋ ଙ୍କ ପରିବାର, ଘର, ଓ ତାଙ୍କର ଲାଇଫସ୍ଟାଇଲ କେମିତି ଆଉ ସେ କିପରି ଭାବରେ ଆମ ଓଡିଶାର ଫେମସ କମେଡିୟାନ ହେଲେ ସେ ସବୁ ବିଷୟରେ ଆଲୋଚନା କରିବା । ଆପଣମାନେ ଯୋଗେଶ ଜୋଜୋ ଙ୍କ ନାମ ବହୁତ ଶୁଣିଥିବେ । କିନ୍ତୁ ଫମସ କାମେଡିୟାନ ଯୋଗେଶ ଙ୍କ ଅସଲି ନାମ ହେଉଛି ଯୋଗେଶ ଉଗର ।

ସେ ଜଣେ ପ୍ରସିଦ୍ଧ ସମ୍ବଲପୁରୀ ହାସ୍ୟ ଅଭିନେତା । ଏଥିସହ ସେ ଜଣେ ଅଭିନତା, ଗାୟକ,ଓ ନିର୍ମାତା । ତାଙ୍କର ଜନ୍ମଦିନ ୧୦ ଜାନୁୟାରୀ ୧୯୯୩  ଏବଂ ଜନ୍ମସ୍ଥାନ ହେଉଛି ସମ୍ବଲପୁର ନିକଟ ରସପାଲି । ତାଙ୍କ ପିତାଙ୍କ ନାମ ଧନୁ ଉଗର ଏବଂ ମାତା ଜୟନ୍ତୀ ଉଗର । ଏବେ ତାଙ୍କର ବର୍ତ୍ତମାନ ବୟସ ହେଉଛି ପାଖାପାଖି ୨୮ବର୍ଷ । ଏତେ କମ ବୟସରୁ ସେ ସାରା ଓଡିଶାରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ଯୋଗେଶ ରସପାଲି ରେ ନିଜ ବିଦ୍ୟାଳୟ ସମାପ୍ତ କରିବା ପରେ କଳା ବିଭାଗରେ ସ୍ନାତକୋତ୍ତର ପାଇଁ ସମ୍ବଲପୁରର DPA କଲେଜ କୁ ଚାଲିଗଲେ । ସ୍ନାତକ ସମାପ୍ତ କରି ପରେ ସେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ । କିନ୍ତୁ ପାଣିନି ପ୍ରଜ୍ଞା ଙ୍କୁ ଭେଟିବା ପରେ ତାଙ୍କ କ୍ୟାରିୟର ସମ୍ପୂର୍ଣ ଭାବେ ବଦଳି ଯାଇଥିଲା ।

ପାନୀନି ଯୋଗେଶ ଙ୍କୁ ଅଭିନୟ କଳା ଶିଖାଇ ଥିଲେ । ଏହାପରେ ସେ ଚାକିରି ଛାଡି ଫୁଲ୍ଲ ଟାଇମ ଅଭିନେତା ଭାବରେ କାମ ଆରମ୍ଭ କରିଥିଲେ । ଗତବର୍ଷ ବା ୨୦୧୯ ମସିହା ମାର୍ଚ ୫ ରେ ସେ ଶିବାନୀ ପ୍ରଧାନ ଙ୍କୁ ବିବାହ କରିଥିଲେ । ପାଣିନି ପ୍ରଜ୍ଞା ଙ୍କୁ ଭେଟିବା ପରେ ସେ ଏକ ୟୁଟୁବ ଚ୍ୟାନେଲ ଆରମ୍ଭ କରିଥିଲେ ।

ଯାହାର ନାମ ଥିଲା J5 ପ୍ରଡ଼କ୍ସନ । ଯାହା ଗୋଟେ ସମୟରେ ହ୍ୟାକ ହୋଇଯାଇଥିଲା । ଏହା ପରେ ସେ ହାର ମାନିନଥିଲେ । ସେ ତାଙ୍କର ଔ ଏକ ୟୁଟୁବ ଚ୍ୟାନାଲ ଆରମ୍ଭ କରିଥିଲେ ଯାହାର ନାମ ହେଲା ଯୋଗେଶ ଜୋଜୋ ଅଫ୍ଫିସିଆଲ । ସେ ତାଙ୍କ ଜୀବନରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *