ଜୀବନରେ ସଫଳତା ହାସିଲ କରିବାର ଅଛି ତ ଏହି 4ଟି କାମ ନିଶ୍ଚୟ କର- Vidur Niti

ବନ୍ଧୁଗଣ ନମସ୍କାର, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବିଦୁରଙ୍କ ୪ଟି ନୀତି ସମ୍ବନ୍ଧରେ ଯାହା କରିବା ଦ୍ୱାରା ଆପଣଂକୁ ସଫଳତା ମିଳିଥାଏ ଏବଂ ଆପଣ ଏହି କାର୍ଯ୍ୟ ନିଜ କଠିନ ପରିଶ୍ରମ ଏବଂ ଇମାନଦାରୀ ର ସହ କରିଥାଆନ୍ତି ତେବେ ଆପଣଂକୁ କେବେଭି କୌଣସି ବ୍ୟକ୍ତି କୁ ଡରିବାର କୌଣସି ଆବଶ୍ୟକତା ରହିନଥାଏ । ସେହି ୪ଟି କାମ ହେଉଛି ଅଗ୍ନିହୋତ୍ର କରିବା, ମୌନ ରହିବା, ସ୍ୱାଧ୍ୟାୟ କରିବା ଏବଂ ଯଜ୍ଞ କରିବା । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ପ୍ରଥମେ ଆମେ ଆପଣଂକୁ କହିବାକୁ ଯାଉଛୁ ଅଗ୍ନିହୋତ୍ର ସମ୍ବନ୍ଧରେ । ଅଗ୍ନିହୋତ୍ର କରିବା ସମୟରେ ଅଗ୍ନି ରେ ଘିଅ ଢଳା ଯାଇଥାଏ । ଏହା ମଧ୍ୟ ଜାଣିବା ନିହାତି ଜରୁରୀ ଯେ, ଅଗ୍ନିହୋତ୍ର ସମୟରେ ଅଗ୍ନି ରେ ଘିଅ କଣ ପାଇଁ ଢଳା ଯାଇଥାଏ ।

ଦୁନିଆ ରେ ସବୁଠାରୁ ଶୁଦ୍ଧ ଏବଂ ପବିତ୍ର କ୍ଷୀର କୁ ମାନିଥାନ୍ତି ଏବଂ କ୍ଷୀରରୁ ହିଁ ଘିଅ ତିଆରି ହୋଇଥାଏ ତେଣୁ ଘିଅ କୁ ପବିତ୍ର ବୋଲି କୁହାଯାଏ ଏବଂ ଏହାକୁ ଯେଉଁ କାର୍ଯ୍ୟ ରେ ବ୍ୟବହାର କରାଯାଇଥାଏ ତାହା ସେହି କାର୍ଯ୍ୟ ମଧ୍ୟ ପବିତ୍ର ହୋଇଥାଏ । ଅଗ୍ନିହୋତ୍ର ସମୟରେ ଅଗ୍ନି ରେ ଘିଅ ଢାଳିବା ର ଅର୍ଥ ନିଜ ପବିତ୍ରତା ର ପରିଚୟ ପ୍ରଦାନ କରିବା । ଶାସ୍ତ୍ର ଅନୁସାରେ ଅଗ୍ନିହୋତ୍ର ର ଅର୍ଥ ହେଉଛି କୌଣସି କାର୍ଯ୍ୟ କୁ କଠିନ ପରିଶ୍ରମ ସହ କରିବା ଏବଂ ନିଜକୁ ସମର୍ପିତ କରିବା ।

ସମର୍ପଣ ର ଅର୍ଥ ହେଉଛି କୌଣସି କାର୍ଯ୍ୟ ବଦଳରେ ସେହି କାର୍ଯ୍ୟ ପାଇଁ କିଛି ଜିନିଷ ର ଆଶା ରଖିବା ଅର୍ଥାତ ନିଃସ୍ୱାର୍ଥପର ଭାବରେ କୌଣସି କାର୍ଯ୍ୟ କୁ ତୁଲାଇବା । ସଂକ୍ଷେପରେ କହିବାକୁ ଗଲେ ଅଗ୍ନିହୋତ୍ର ର ଅର୍ଥ ହେଉଛି ନିଃସ୍ୱାର୍ଥ ଭାବରେ କୌଣସି କାର୍ଯ୍ୟ କୁ ସଫଳତା ର ସହ କରିବା ।

୨. ଦ୍ଵିତୀୟ କାର୍ଯ୍ୟ ଟି ହେଉଛି ମୌନ ରହିବା । ଯଦି ଆପଣ କୌଣସି ବ୍ୟକ୍ତି ର ପ୍ରଶଂସା କରିଥାଉ ତେବେ ସେହି ବ୍ୟକ୍ତି ଜଣକ ଏହା ଭାବନ୍ତି ଯେ, ଆପଣ ତାଙ୍କ ଠାରୁ କୌଣସି କାର୍ଯ୍ୟ ହାସଲ କରିବା ନିମନ୍ତେ ଏପରି କରୁଛନ୍ତି । ଯଦି ଆପଣ କାହାର ନିନ୍ଦା କରିଛନ୍ତି ତେବେ ଆପଣଂକୁ ନକରାତ୍ମକ ବ୍ୟକ୍ତି ସହ ତୁଳନା କରାଯାଏ । ଯଦି ଆପଣ ସବୁ କ୍ଷେତ୍ରରେ ଚୁପ ମଧ୍ୟ ରହୁଛନ୍ତି ତେବେ ଆପଣଂକୁ ସମସ୍ତେ ଗର୍ବୀ ବୋଲି ଭାବି ନିଅନ୍ତି ।

ତେବେ ଏଥିପାଇଁ ବିଦୁର ଙ୍କ ନୀତି ରେ ମୌନ ରହିବାକୁ ପରାମର୍ଶ ଦିଆଯାଇଛି । ମୌନ ରହିବା ର ଅର୍ଥ ସୀମା ଭିତରେ ରହି କଥାବାର୍ତ୍ତା କରିବା । ଯଦି ଆପଣ ଏପରି କରିବେ ତେବେ ଆପଣଙ୍କୁ କୌଣସି ସ୍ଥାନରେ କୌଣସି ଭି ବ୍ୟକ୍ତି କୁ ଡରିବାର ଆବଶ୍ୟକତା ରହିବ ନାହିଁ । ତେଣୁ ବିଦୁର ନୀତି ରେ ମୌନ ରହିବା କୁ ପରାମର୍ଶ ଦିଆଯାଇଛି ।

୩. ତୃତୀୟ କାର୍ଯ୍ୟ ଟି ହେଉଛି ସ୍ୱାଧ୍ୟାୟ । ଏହାର ଅର୍ଥ ସ୍ୱୟଂ କୁ ଅଧ୍ୟୟନ କରିବା । ବିଦୁର ଙ୍କ ନୀତି ହିସାବ ରେ କୌଣସି ଭି ବ୍ୟକ୍ତି ପ୍ରଥମେ ନିଜକୁ ଅଧ୍ୟୟନ କରିବା ନିହାତି ଜରୁରୀ ଅଟେ । ଏହା ଦ୍ୱାରା ସେ ନିଜ ମଧ୍ୟରେ ଥିବା ଭଲ ଗୁଣ ଏବଂ ମନ୍ଦ ଗୁଣ ସମ୍ପର୍କରେ ମଧ୍ୟ ଜାଣିପାରିଥାଏ ଏବଂ ପ୍ରଥମେ ନିଜକୁ ବଦଳାଇଥାଏ ଏବଂ ସ୍ଵୟଂ ଉପରେ ନିର୍ଭରଶୀଳ ରହିଥାଏ ଯାହାଦ୍ୱାରା କୌଣସି ବ୍ୟକ୍ତିର ସାହାଯ୍ୟର ଆବଶ୍ୟକତା ରହିନଥାଏ । ତେଣୁ ବିଦୁର ଙ୍କ ନୀତି ରେ ସ୍ୱାଧ୍ୟାୟ ହେବାକୁ ପରାମର୍ଶ ଦିଆଯାଇଛି ।

 

୪. ଚତୁର୍ଥ କାର୍ଯ୍ୟ ଟି ହେଉଛି ଯଜ୍ଞ । ବିଦୁର ନୀତି ରେ ଯଜ୍ଞ ର ୩ଟି ଅର୍ଥ ରହିଛି । ଯୋଡିବା, କୌଣସି କାର୍ଯ୍ୟ କୁ ଧର୍ମ ର ସହ କରିବା ଏବଂ ସମର୍ପଣ ଭାବ । ଯଜ୍ଞ କରିବା ଦ୍ୱାରା ମନୁଷ୍ୟ ର ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଏବଂ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ତେଣୁ ବିଦୁର ନୀତି ରେ ଯଜ୍ଞ ସମ୍ବନ୍ଧରେ କୁହାଯାଇଛି ।

ତେବେ ଆପଣ ଯଦି ଏହି ୪ଟି କାର୍ଯ୍ୟ କୁ ଭଲ ଭାବରେ କରିବେ ତେବେ ନିଶ୍ଚିତ ଭାବରେ ଆପଣ ସଫଳତା ହାସଲ କରିପାରିବେ । ଆଶା କରୁଛୁ ଆପଣଂକୁ ଏହି ବିଷୟ ଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *