ତାଣ୍ଡବ ରଚିଲା ବାତ୍ୟା Batsirai, ଦେଖନ୍ତୁ Live ଭିଡିଓ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାତ୍ୟା ବାଟଶିରାଇ ମାଡାଗାସ୍କ ରେ ହେବାର ଥିଲା । ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ମଧ୍ୟ ଜାରି କରିଥିଲା । ତେବେ ବର୍ତ୍ତମାନର ମୁଖ୍ୟ ଖବର ହେଉଛି ବାତ୍ୟା ବାଟସିରାଇ ବିଧ୍ଵସ୍ତ କରିଛି ମାଡାଗାସ୍କ ରେ । ଆମେରିକାର ମାଡାଗାସ୍କ ର ପୂର୍ବ ତଟ ମାନଞ୍ଜରୀ ଠାରେ ଉପକୂଳ ଛୁଇଁଛି ବାତ୍ୟା ବାଟଶିରାଇ ।

ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ବହୁତ ଶକ୍ତିଶାଳୀ ରହିଥିଲା । ଘଣ୍ଟା ପ୍ରତି ୨୩୫ କିମି ବେଗରେ ପବନ ବୋହିଥିଲା । ଏହା ସହ ଲ୍ୟାଣ୍ଡଫଳଲସମୟରେ ସମୁଦ୍ର ରେ ଉଠିଥିଲା ଉଚ୍ଚ ଜୁଆର । ତୀବ୍ର ପବନ ଓ ବର୍ଷା ରେ ବହୁତ ଘର ବହଙ୍ଗିବା ସହ ଗଛ ଗୁଡିକ ମଧ୍ୟ ଉପୁଡି ପଡିଛି । ଏହା ସହ ଉପୁଡି ହୋଇ ଯାଇଛି ବିଜୁଳି ଖୁଣ୍ଟ ଯାହା ଯୋଗୁ ବ୍ଯାହତ ହୋଇଛି ବିଜୁଳି ସେବା ।

ପୂର୍ବ ରୁ ଏପରି ଭୟଙ୍କର ସ୍ଥିତି କେବେ ହୋଇ ନାହି ବୋଲି ମତ ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ବାତ୍ୟା ହେବା ନେଇ ୨୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରା ଯାଇଥିଲା ବୋଲି ଦେଶର ବିପର୍ଯ୍ୟୟ ପରିଚାଳନା କମିଟି ସୂଚନା ଦେଇହକନ୍ତି ।

ବାଟସିରାଇ ବାତ୍ୟା ରେ ବ୍ୟାପକ କ୍ଷୟ କ୍ଷତି ହେବାର ଅନୁମାନ କରା ଯାଉଛି । ଗତ ଦୁଇ ସପ୍ତାହ ମଧ୍ୟରେ ୨ଟି ଶକ୍ତିଶାଳୀ ବାତ୍ୟା ମାଡାଗାସ୍କ ରେ ପ୍ରଳୟ ଆଣିଛି । ଗତ ମାସ ଶେଷ ସପ୍ତାହ ରେ ସାମୁଦ୍ରିକ ଝଡ ଆନା ରେ ୫୦ ଜଣଙ୍କର ଜୀବନ ହାନି ହୋଇଥିଲା ।

ଏହି ସାମୁଦ୍ରିକ ଝଡ ରେ ୧୦ ହଜାର ଲୋକ ହୋଇଥିଲେ ବାସହରା । ଏହା ସହ ଘଟିଥିଲା ବ୍ୟାପକ କ୍ଷୟ ଖ୍ଯାତି । ମାନଞ୍ଜରୀ ରେ ବାଟଶିରାଇ ବାତ୍ୟା ମାଡ ହେବା ପରେ ମଧ୍ୟ ଏହା କ୍ରମଶ ଦୁର୍ବଳ ହେଉଥିବା ପାଣିପାଗ ବିଭାଗ ପକ୍ଷ ରୁ କୁହା ଯାଇଛି ।

ବର୍ତ୍ତମାନ ସରକାରଙ୍କର ପ୍ରଧାନ ଲକ୍ଷ ରହିଛି କିପରି ଭାବେ ଲୋକଙ୍କୁ ପିଇବା ପାଣି ଓ ଖାଦ୍ୟ ଯୋଗାଣ କରିବା । ସାଇକ୍ଳୋନ ବାଟଶିରାଇ ମାଡାଗାସ୍କ ଦ୍ବୀପର ଇତିହାସରେ ସବୁଠାରୁ ପ୍ରଳୟଙ୍କାରୀ ରହିଥିବା କୁହା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କର ବାତ୍ୟା ସମ୍ପର୍କ ରେ କଣ ମତଦାନ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *