IAS ଇଣ୍ଟରଭିୟୁ ପ୍ରଶ୍ନ, ଦୁଇ ସୁନ୍ଦର ପୂଅ, ଦୁଇ ଜଣଙ୍କ ରଙ୍ଗ ଗୋଟେ, ଗୋଟେ ଅଲଗା ହୋଇ ଗଲେ ଆର ଟି କାମରେ ଆସେ ନାହିଁ ? 99% ହେଲେ Fail

ଆଗ ସମୟରେ ପ୍ରହେଳିକା ଖେଳିବା ଲୋକଙ୍କୁ ବହୁତ ପସନ୍ଦ ଥିଲା ଲୋକ ନିଜ ବୁଦ୍ଧି ପ୍ରଖର କରିବା ପାଇଁ ପ୍ରହେଳିକା ଖେଳୁଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରହେଳିକା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ କେତେ ଜଣା ଅଛି ତାହା ଜଣା ପଡିବ ଓ ଆପଣଙ୍କ ବୁଦ୍ଧିରେ ମଧ୍ୟ ଉନ୍ନତି ହବ ।

ଯାହା ଜାଣିବା ଆପଣ ମାନଙ୍କ ପାଇଁ ଆବଶ୍ୟକ ଅଟେ । ତେବେ ଯେତେ ପ୍ରଶ୍ନ ଉତ୍ତର ଆପଣ ଦେଇ ପାରିବେ ଆପଣ ଦିଅନ୍ତୁ ଏହା ପରେ ଆମେ ଆପଣଙ୍କୁ ସଠିକ ଉତ୍ତର କହିବୁ । ଏହିସବୁ ପ୍ରଶ୍ନ ନିଶ୍ଚିନ୍ତ ଆପଣମାନଙ୍କ ମୁଣ୍ଡକୁ କେବେ ନା କେବେ ଆସିଥିବ । ତେବେ ଆଜି ସେହିଭଳି କିଛି ପ୍ରଶ୍ନ ନେଇ ଆସିଛୁ ଆମେ ଆପଣଙ୍କ ପାଇଁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଉତ୍ତର ବିଷୟରେ ଓ ଅନ୍ୟ ସାଙ୍ଗ ମାନଙ୍କୁ ମଧ୍ୟ ପଚାରନ୍ତୁ ଏହି ଉତ୍ତର ।

୧. ଦୁଇ ସୁନ୍ଦର ପୂଅ, ଦୁଇ ଜଣଙ୍କ ରଙ୍ଗ ଗୋଟେ, ଗୋଟେ ଅଲଗା ହୋଇ ଗଲେ ଆର ଟି କାମରେ ଆସେ ନାହିଁ ?

ଉତ୍ତର : ଜୋତା

୨. ବାପା ନିଜ ଝିଅକୁ ଗୋଟେ ଜିନିଷ ଦେଲା ଓ କହିଲା, ଭୋକ ଲାଗିଲେ ଖାଇବୁ, ଶୋଷ ଲାଗିଲେ ପିବୁ ଆଉ ଥଣ୍ଡା ଲାଗିଲେ ପୋଡି ଦବୁ ?

ଉତ୍ତର : ନଡିଆ

୩. ଏମିତି କେଉଁ ଜିନିଷ ଅଛି, ଯାହାକୁ ଆମେ ବନ୍ଦ କରି ପାରିବୁ କିନ୍ତୁ ଖୋଲି ପାରିବୁ ନାହିଁ ?

ଉତ୍ତର : ଅଲାର୍ମ

୪. ନାଲି ଡବାରେ ଅଛି ହଳଦିଆ ଖାଇବା, ଖାଇବାରେ ମୋତି ଦାନା, ତେବେ ଏହା କଣ କୁହ ?

ଉତ୍ତର : ଡାଳିମ୍ବ

୫. ଚୋକି ଉପରେ ବସିଛି ରାଣୀ, ମୁଣ୍ଡ ଉପରେ ନିଆ ଦେହରେ ପାଣି ।

ଉତ୍ତର : ମୋହମବତୀ

୬. ସେହା କଣ ଯାହାକୁ ବ୍ୟବହାର କରିବା ଆଗରୁ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର : ଅଣ୍ଡା

୭. କୁହ ଗୋଟେ ପ୍ରହେଳିକା ଯେତେବେଳେ କାତିବ ନୂଆ ନୂଆ ?

ଉତ୍ତର : ପେନସିଲ

୮. ସେହା କଣ ଯାହା ତମର କିନ୍ତୁ ତମ ଠାରୁ ଅଧିକ ଅନ୍ୟ ଲୋକ ମାନେ ବ୍ୟବହାର କରନ୍ତି ?

ଉତ୍ତର : ତୁମ ନାମ

୯. ମାମୁ ଘରେ ଗୋଠେ ଗାଈ, ରାତି ପାହିଲେ କିଛି ନାଇ ? ତାହା କଣ ଅଟେ ।

ଉତ୍ତର : ତାରା

୧୦. ଏଡିକି ଟିକେ ଝିଟିପିଟି ଗାଁ ଯାକ ନେଲା ପିଟି ପିଟି ? କଣ ତାହା ?

ଉତ୍ତର : ନିଆଁ

୧୧. କାଠ ନାହିଁ ନିଆଁ ଜଳୁଛି, ପାଣି ନାହିଁ ପେଜ ଗାଲୁଚି, ସ୍ଵାମୀ ଯାଇଛି ମେଦିନୀ ପୁର, ଘର କିଏ ଜଗି ବସିଛି ?

ଉତ୍ତର : ନିଶ୍ଵାସ ଓ ପ୍ରଶ୍ଵାସ

୧୨. ନହ ନହକା ପତର ବଙ୍କା, ତା ଫଳ ଦିଏ ମୁଠାଏ ଟଙ୍କା ? କୁହ ଉତ୍ତର ?

ଉତ୍ତର : ଧାନ

୧୩. ଗଛ ଲଗାଇଲି ଫଳିବା ପାଇଁ, ଫଳିଲା ପାଚିଲା ଝଡିଲା ନାହିଁ ?

ଉତ୍ତର : ଭେଣ୍ଡି

୧୪. ଗରମ ପାଇଲେ ଆକାଶେ ଉଡେ, ଶୀତଳ ପାଇଲେ ତଳକୁ ପଡେ ? କଣ କୁହ ?

ଉତ୍ତର : ବାସ୍ପ

୧୫. କଳା କଳା ତନ୍ତୁଗୁଡିଏ, ତା ମୂଳରେ ଜନ୍ତୁ ଯୁଡିଏ ?

ଉତ୍ତର : ମୁଣ୍ଡ ଚୁଟି ଓ ଉକୁଣି

Leave a Reply

Your email address will not be published. Required fields are marked *