ପ୍ରତ୍ୟକ ଦିନ କାଗଜରେ ଏହା ଲେଖନ୍ତୁ, ତା ପରେ ଦେଖନ୍ତୁ ଚମତ୍କାର- Law Of Attraction

ସାଧାରଣତ କିଛି ଲୋକ ମାନେ ଡାଏରୀ ବା କାଗଜରେ ନିଜ ମନ କଥା ଲେଖିଥାନ୍ତି । ପେପରରେ ଇଚ୍ଛା ସବୁ ଲେଖିବା ଦ୍ଵାରା ଆପଣଙ୍କ ଲଜିକାଲ ମସ୍ତିସ୍କ ମଧ୍ୟ ଏହାକୁ ସିରିଏସ ମାନିଥାଏ । । ଏହା ସାଇକୋଲଜିକାଲ ପ୍ରଭାବ ହୋଇଥାଏ । ଏହା ଦ୍ଵାରା ଆପଣଙ୍କୁ ଏମିତି ଏନର୍ଜି ମିଳିଥାଏ ଯାହା ଦ୍ଵାରା ଆପଣ ଏହି ଗୋଲକୁ ପୁରା କରିବା ପାଇଁ ଚେଷ୍ଟା କରିଥାନ୍ତି । ବ୍ୟକ୍ତି ଜୀବନରେ ଗୋଟେ ଗୋଲ ବା ଲକ୍ଷ୍ୟ ରହିବା ଦରକାର । ରୋମୋନିକା ୟୁନିଭର୍ସିଟି ଅଫ କେଲିଫୋର୍ନିୟାର ଜଣେ ସାଇକୋଲୋଜି ପ୍ରଫେସର ପେପରରେ ଲେଖିବା ବିଷୟରେ ଅନେକ ରିସର୍ଚ କରିଛନ୍ତି ।

ତାଙ୍କ ଏକ୍ସପେରିମେଣ୍ଟରେ ୨୬୭ ଲୋକଙ୍କୁ ନିଆ ଯାଇଥିଲା । ସେଥିରେ ଅଧା ଲୋକ ସେମାନେ ଥିଲେ ଯେଉଁ ମାନେ ନିଜ ଲକ୍ଷ ପୂରଣ କରିବା ପାଇଁ ଚାହୁଁଥିଲେ । ଆଉ କେତେ ଜଣ ନିଜ ଲକ୍ଷ୍ୟକୁ କେବଳ ନିଜ ମାଇଣ୍ଡରେ ରଖିଥିଲେ । କିଛି ଲୋକଙ୍କୁ କୁହାଗଲା ଯେ ଗୋଟେ ପେପରରେ ନିଜ ଗୋଲକୁ ଲେଖି ରଖିବା ପାଇଁ ।

ଆଉ କିଛି ଲୋକଙ୍କୁ ନିଜ ମାଇଣ୍ଡରେ ନିଜ ଗୋଲକୁ ରଖିବା ପାଇଁ କୁହାଗଲା । ଯେଉଁ ମାନେ ପେପରରେ ଲେଖୁଥିଲେ ସେମାନେ କମ ସମୟରେ ନିଜର ଇଚ୍ଛାକୁ ପୁରା କରି ପାରିଲେ ଯାହା ପରୀକ୍ଷାରୁ ଜଣା ପଡିଲା । ଯେଉଁ ମାନେ ଲେଖୁ ନ ଥିଲେ ସେମାନେ ଯେମିତି ଥିଲେ ସେମିତି ରହିଲେ । ଏହା ଛଡା ୪୨% କ୍ଷେତ୍ରରେ ଯେଉଁ ମାନେ ପେପରରେ ଲେଖନ୍ତି ସେମାନେ ନିଜ ଗୋଲକୁ ପୁରା କରି ପାରନ୍ତି ବୋଲି ଜଣା ପଡିଲା । ଏକ୍ସପେରିମେଣ୍ଟରୁ ଜଣା ପଡିଲା ଯେବେ ବ୍ୟକ୍ତି ଭାବେ କୌଣସି କାମ ପୁରା କରିବାକୁ ସେତେବେଳେ ତାର ମସ୍ତିସ୍କର ଡାହାଣ ପଟ ସକ୍ରିୟ ହୋଇଥାଏ ଯାହା ଦ୍ଵାରା ସେ କିଛି କରିପାରେ ନାହି ।

ମସ୍ତିସ୍କ ସେତେବେଳେ ପୁରା କମ କରିବ ଯେବେ ଆମେ କିଛି କରିବା ପାଇଁ ଦୃଢ ନିଶ୍ଚିନ୍ତ ହେବା । ପେପରରେ ଏଳଖିବା ଦ୍ଵାରା ମସ୍ତିସ୍କର ସବୁ ପାର୍ଟ ସକ୍ରିୟ ହୋଇଥାଏ ଯାହା ସିରିଏସ ହୋଇ ନିଜର ଲକ୍ଷ୍ୟ ପୁରା କରିବାରେ ଲାଗେ । ଏହି ଏକପେରିମେଣ୍ଟରୁ କ୍ଲିୟର ହେଲା ବ୍ୟକ୍ତି ତା ଜୀବନରେ ପ୍ରଥମେ ଲକ୍ଷ୍ୟକଣ ରହିବା ଦରକାର ତାହା ସ୍ଥିର କରିବା ଉଚିତ । ଏହା ପରେ ଏହାକୁ ହାସଲ କରିବା ପାଇଁ କାଗଜରେ ଲେଖିବା ଦରକାର । ଉଦାହରଣ ସ୍ୱରୂପ ବ୍ୟକତି ପରୀକ୍ଷାରେ ୯୦% ରୁ ଅଧିକ ମାର୍କ ରଖିବ ଏହା ଏଲ ଗୋଲ ଅଟେ ଯାହାକୁ ପେପରରେ ଲେଖିବା ଦ୍ଵାରା ମସ୍ତିସ୍କ ସିରିଏସ ହୋଇଥାଏ ।

ଏହା ଛଡା ଦୈନିକ ରୁଟିନରେ ମଧ୍ୟ ଗୋଲ କଣ ରହିବା ଉଚିତ ତାହା କାଗଜରେ ଲେଖିବା । ଯେମିତି ସକାଳେ ଉଠିବା ପରେ କଣ କରିବେ କଣ ନାହି ଇତ୍ୟାଦି । ବ୍ୟକ୍ତି ତା ଜୀବନରେ ଆଗାମୀ କିଛି ବର୍ଷ ମଧ୍ୟରେ କଣ କରିବାକୁ ଇଚ୍ଛା କରୁଛି ତାହା କାଗଜରେ ଲେଖି ପ୍ରତେକ ଦିନ ଏହାକୁ ଦେଖିଲେ ବ୍ୟକ୍ତି ମଧ୍ୟରେ ମୋଟିଭେସନ ବଢିବ ଯାହା ଦ୍ଵାରା ସେ ସଫଳ ହେବ ।

ଅନ୍ୟ ଏକ ଏକ୍ସପେରିମେଣ୍ଟରୁ ଜଣା ପଡିଛି ବ୍ୟକ୍ତି ତା ଲକ୍ଷ୍ୟ ବିଷୟରେ ଅନ୍ୟକୁ କହିଦେଲେ ସେ ସଫଳ ହୋଇପାରେ ନାହି । କାରଣ ଏହା ଦ୍ଵାରା ବ୍ୟକ୍ତି ମନରେ ଫେକ ଅନୁଭବ ଆସିଥାଏ । ଅନ୍ୟ କ୍ଷେତ୍ରରେ ବ୍ୟକ୍ତି ନିଜର ଇଚ୍ଛାକୁ ନିଜ ମନ ଭିତରେ ରଖି ପୂରଣ କରିବା ପାଇଁ ଚେଷ୍ଟା କରିଲେ ସେଥିରେ ସଫଳ ହୋଇଥାଏ । ତେଣୁ ନିଜ ଗୋଲକୁ ଅନ୍ୟ ସହ ଶେୟାର କରିବା ଉଚିତ ନୁହେ ।

ବନ୍ଧୁଗଣ ଏହା ଥିଲା ଲ ଅଫ ଆଟ୍ରାକସନର ବିଶେଷ କଥା । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *