Special Story: ପ୍ରେମ ବିବାହର ୫ ମାସ ମାଧ୍ୟରେ ହିଁ ନବବଧୂଙ୍କ ଆତ୍ମହତ୍ୟା, କାରଣ ଜାଣି ଆପଣଙ୍କ ପାଦ ତଳୁ ଖସିଯିବ ମାଟି

ବିବାହ ସମସ୍ତଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ । ଯେତେବେଳେ ଗୋଟିଏ ଝିଅ ଶାଶୁଘରକୁ ଯାଇଥାଏ ତେବେ ସେତେବେଳେ ସେ ସେହି ଘରେ ସମସ୍ତଙ୍କର ଭଲ ପାଇବା ଆଶା କରିଥାଏ । କାରଣ ସେହି ସମୟରେ ଶାଶୁଘର ଲୋକମାନେ ତାହା ପାଇଁ ଅଜଣା ହୋଇଥାନ୍ତି ।

ତାଙ୍କ ସହ ମିଶି ଚାଲିବା ଓ ତାଙ୍କ ମନ ନେଇ ଚାଲିବା ଗୋଟିଏ ଝିଅ ପାଇଁ ବହୁତ କଷ୍ଟ ହୋଇଥାଏ । କିନ୍ତୁ ଯଦି ଶାଶୁ ଶଶୁର ଓ ବୋହୁ ଯଦି ଭଲ ହୋଇଥିବେ ତେବେ ସେହି ପରିବାରରେ ସମସ୍ତେ ହସ ଖୁସିରେ ରହିବେ । କିନ୍ତୁ କେତେକ ଘରେ ଅଛନ୍ତି ଯେଉଁଠି ଶାଶୁ ଘର ଲୋକମାନେ ନୂଆ ବୋହୁକୁ ଯୌତୁକ ପାଇଁ ନି-ର୍ଯା-ତ-ନା ଦେବା ସହ ତାହା ସହ ମାରପିଟ ବି କରିଥାନ୍ତି ।

ଆଜିକାଲି ଯୁଗରେ ବି ଏହିଭଳି ବହୁତ ମାମଲା ସାମ୍ନାକୁ ଆସୁଛି । କେତେ ଥର ନୂଆ ବୋହୁକୁ ଶାଶୁ ଘର ଲୋକମାନେ ହ-ତ୍ୟା ବି କରି ଦିଅନ୍ତି କିମ୍ବା ଆତ୍ମାହ-ତ୍ୟା କରିବାକୁ ବାଧ୍ୟ କରି ଦିଅନ୍ତି । ଯାହାକି ବହୁତ ହିଁ ନିନ୍ଦନୀୟ ଅଟେ । ପୁଣି ଥରେ ଏହିଭଳି ଗୋଟିଏ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରେମ ବିବାହ କରି ଶାଶୁ ଘରକୁ ଯାଇଥିବା ନୂଆ ବୋହୁ ଯୌତୁକ ନି-ର୍ଯା-ତ-ନା ସହି ନ ପାରି ଶେଷରେ ଆ-ତ୍ମ-ହ-ତ୍ୟା କରିଛି ।

ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଓଲଡା ଗ୍ରାମର ଅଶୋକ ଜେନାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଗତ ମାର୍ଚ୍ଚ ମାସରେ ଜୟରାମପୁର ଗ୍ରାମର ଚନ୍ଦନ ଦାସଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ଲକ୍ଷ୍ମୀପ୍ରିୟାର ଶାଶୁ ଶଶୁର ଝିଅକୁ ଯୌତୁକ ଦାବିରେ ନି-ର୍ଯା-ତ-ନା ଦେବା ଆରମ୍ଭ କରି ଦେଲେ ।

ଗତକାଲି ଲକ୍ଷ୍ମୀପ୍ରିୟା ନିଜ ଗଲାରେ ଦୌଡି ଦେଇ ଆ-ତ୍ମ-ହ-ତ୍ୟା କରିଛି ବୋଲି ଲକ୍ଷ୍ମୀପ୍ରିୟାର ଶାଶୁ ଘର ଲୋକମାନେ ତାହାର ବାପଘର ଲୋକମାନଙ୍କୁ କହିଥିଲେ । ଯେତେବେଳେ ମୃ-ତ ଝିଅର ଘର ଲୋକମାନେ ଜଳେଶ୍ଵରପୂର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଥିଲେ ଓ ସେହି ସ୍ଥାନରେ ସେମାନେ ଝିଅର ମୃ-ତ ଶରୀରକୁ ଦେଖି ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ହଙ୍ଗାମା ଆରମ୍ଭ କରି ଦେଇଥିଲେ ।

ଭୋଗରାଇ ପୋଲିସ ମୃ-ତ ମହିଳାର ଶାଶୁ ଶଶୁର ଓ ସ୍ଵାମୀକୁ ଆଣି ଜେରା କରୁଛି । ମୃ-ତକ ଝିଅର ବାପଘର ଲୋକମାନେ ଅଭିଯୋଗ କରିଛନ୍ତି କି ଅଧିକ ଯୌତୁକ ଦାବି କରିବା ସହିତ ଶେଷରେ ତାଙ୍କ ଝିଅକୁ ହ-ତ୍ୟା କରିଛନ୍ତି ବୋଲି କହୁଛନ୍ତି । ପୋଲିସ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *