ବଲୀଉଡ ଜଗତ ଏମିତି କିଛି କଳାକାର ଅଛନ୍ତି ଯିଏ କେବେ ମୁଖ୍ୟ ଅଭିନେତା ଭାବରେ କାମ କରି ପାରିଲେ ନାହିଁ କିନ୍ତୁ କମେଡି ବା ଖଳନାୟକ ଅଭିନୟ କରି ମଧ୍ୟ ସେ ଦର୍ଶକ ମନରେ ଘର କରି ନେଇଛନ୍ତି । ତେବେ ଆପଣ ମାନଙ୍କୁ ଏହି ଡାଇଲାଗ ମନେ ଥିବ “ପ୍ରେମ ଚୋପଡା ନାମ ହେ ମେରା ପ୍ରେମ ଚୋପଡା” ଏହି ଡାଇଲାଗ ଖଳନାୟକ ଦୁନିଆରେ ପ୍ରସିଦ୍ଧି ପାଇଠିଥିଲା ପ୍ରେମ ଚୋପଡାଙ୍କର ଅଟେ ।
ପ୍ରେମ ଚୋପଡା ଅଭିନୟ ଦୁନିଆରେ ଅଭିନେତା ହବା ଇଛାରେ ଆସିଥିଲେ କିନ୍ତୁ ସେ କେତେ ବେଳେ ଖଳନାୟକ ହୋଇଥିଲେ ସେ ନିଜେ ମଧ୍ୟ ଜାଣି ନଥିବେ ତେବେ କଣ ଆପଣ ଜାଣିଛନ୍ତି ଦର୍ଶକ ମାନେ ଆଜିବି କେତେକ ଫିଲ୍ମ କେବଳ ତାଙ୍କ ଖଳନାୟକ ଅଭିନୟ ଦେଖିବା ପାଇଁ ଦେଖି ଥାନ୍ତି ।

ପ୍ରେମ ଚୋପଡାଙ୍କ ଜନ୍ମ ୨୩ ସେପ୍ଟେମ୍ବର ୧୯୩୫ରେ ଲାହୋର ପାକିସ୍ତାନରେ ହୋଇଥିଲା । ଏହା ପରେ ଭାରତ ପାକିସ୍ତାନ ବଣ୍ଟା ହେଲା ପରେ ପ୍ରେମ ଚୋପଡାଙ୍କ ପରିବାର ପଞ୍ଜାବରେ ଆସି ରହିଗଲେ ଏହା ପରେ ପ୍ରେମ ଚୋପଡା ଏଠାରେ ପାଠ ପଢିଲେ ଓ ପାଠ ସାରିବା ପରେ ଟାଇମ୍ସ ଅଫ ଇଣ୍ଡିଆରେ ତାଙ୍କୁ ଇନ୍ସପେକ୍ଟର ଭାବରେ ଚାକିରି ମିଳିଥିଲା କିନ୍ତୁ ତାଙ୍କ ମନ କେମିତି ଲାଗିଥାନ୍ତା କାହିଁକିନା ତାଙ୍କୁ ଅଭିନୟ ଦୁନିଆରେ ଯିବାର ଥିଲା ତାଙ୍କୁ କଳାକାର ହବାର ଥିଲା ।

ଏହା ପରେ ତାଙ୍କୁ ପ୍ପାଞ୍ଜାବୀ ରେ ଗୋଟେ ଚଳଚିତ୍ର ପ୍ରାପ୍ତ ହେଲା ଯାହା ପ୍ପାରେ ତାଙ୍କ ଅଭିନୟ ଦେଖି ତାଙ୍କୁ ବଲୀଉଡରେ ଅଫର ଦିଆ ଗଲା ଓ ସେ ମଧ୍ୟ ଏହାକୁ ମାନି ଯାଇଥିଲେ ତେବେ ଏହା ପରେ ତାଙ୍କ ଅଭିନୟ ଦୁନିଆ ଆରମ୍ଭ ହେଲା ଯେ ଆଉ ରହିଲା ନାହିଁ ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ଅଭିନୟ ଦୁନିଆ ସମାପ୍ତ ହେଇ ନାହିଁ । ତେବେ ଯଦି ଆପଣ ତାଙ୍କ ସ୍ତ୍ରୀ ବିଷୟରେ ଜାଣିବାକୁ ଇଛା କରୁଛନ୍ତି ତେବେ ଜାଣି ରଖନ୍ତୁ ତାଙ୍କ ନାମ ଉମା ରାଜ କପୁର ଅଟେ ।

ସେ ଲାଇମ ଲାଇଟରୁ ଦୂରେଇ ରହିବା ପସନ୍ଦ କରନ୍ତି କିନ୍ତୁ ପ୍ରେମ ଚୋପଡାଙ୍କ ସହ ପ୍ରାୟତଃ ସାଦି ପାର୍ଟିରେ ସ୍ପଟ କରା ଯାଇଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ପ୍ରେମ ଚୋପଡାଙ୍କ ୩ ଝିଅ ଅଛନ୍ତି, ଯାହାଁଙ୍କ ନାମ ପ୍ରେରଣା, ପୁନୀତା ଓ ରକିତା ଚୋପଡା ଅଟେ । ତେବେ କଣ ଆପଣ ଜାଣିଛନ୍ତି ଉମା ଓ ପ୍ରେମ ଚୋପଡାଙ୍କ ବିବାହ ଅରେଞ୍ଜ ମେରେଜ ଥିଲା ଓ ଆଜିବି ଦୁହେଁ ବହୁତ ଖୁସିରେ ଅଛନ୍ତି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।