ପ୍ରେମ କରି ବାହା ହେଲେ, ଅଢେଇ ଲକ୍ଷ ଟଙ୍କା ପାଇଲେ… ସମ୍ପୂର୍ଣ୍ଣ ଖବର ଜାଣି ଆପଣ ବି କହିବେ ସାବାସ ଚାନ୍ଦିନୀ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏ ଦୁନିଆରେ ପ୍ରେମ ଏମିତି ଏକ ବନ୍ଧନ ଯାହା ମଣିଷ ଜୀବନରେ ଥରେ ହୋଇଥାଏ । ମଣିଷ ପ୍ରେମ କରିଲେ ଜାତି ଧର୍ମ କିଛି ବି ଦେଖେ ନାହି । ଆଜି ବି ଦୁନିଆରେ ଏମିତି ପ୍ରେମ ସମ୍ପର୍କର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଯାହା ସ୍ଵତନ୍ତ୍ର ଆଉ ନିଆରା । ତେବେ ଆପଣ ମାନେ ଏହି ଭିଡିଓରେ ଯେଉଁ ଭିଜୁଆଲ ଦେଖୁଛନ୍ତି ଦିନେ ଦୁହେଁ ପରସ୍ପରକୁ ବରମାଳା ପିନ୍ଧାଇ ବିବାହ କରିଥିଲେ ସାରା ଜୀବନସାଥି ହୋଇ ରହିବାକୁ ପରସ୍ପରକୁ କଥା ଦେଇଥିଲେ । ହାତରେ ହାତ ଛନ୍ଦି ବାଟ ଚାଲିବେ ବୋଲି କଥା ଦେଇଥିଲେ ।

ଦୁହେଁ ପରସ୍ପରକୁ ପ୍ରେମ ବିବାହ କରିଥିଲେ ଆଉ ଦୁହିଙ୍କର ପ୍ରେମ କାହାଣୀ ଅଜଣା ମିସ କଲରୁ ଆରମ୍ଭ ହୋଇ ତେଲ ଲୁଣ ସଂସାର ଭିତରେ ବାନ୍ଧି ହୋଇସାରିଛି । ଜନ୍ମରୁ ଦ୍ରୁଷ୍ଟି ହିନ ଯୁବକ ଦିଲ୍ଲୀପଙ୍କୁ ବିବାହ କରିଛନ୍ତି ଚାନ୍ଦିନୀ । ଏହି ଘଟଣା ଘଟିବାର ୮ ମାସ ବୀତିଗଲାଣି । ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଦୁହିଙ୍କର ପ୍ରେମ ବିବାହ ବେଶ ଚର୍ଚ୍ଚାରେ ରହିଥିଲା ।

ଆଜି ଏହି ଦୁଇ ଯୋଡିଙ୍କୁ ବହୁତ ବଡ ଖୁସି ଖବର ମିଳିଛି । ଆଉ ଏହି ଖୁସି ଖବର ଦେଇଛନ୍ତି ନିଜେ ସରକାର । ଖାଲି ଖୁସି ଖବର ନୁହେଁ ବରଂ ହାତରେ ଅଢେଇ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି ସରକାର । ଜଣେ ଦୃଷ୍ଟିପାତ ଯୁବକ ଙ୍କୁ ନିଜର ଜୀବନ ସାଥି ରୂପେ ବାଛି ଚାନ୍ଦିନୀ ସମାଜକୁ ଯେଉଁ ବାର୍ତ୍ତା ଦେଇଛନ୍ତି ସେଥିପାଇଁ ସରକାରଙ୍କ ତଫରୁ ଏଭଳି ବିବାହ ପ୍ରୋଶ୍ଚାହନ ରାଶି ପ୍ରଦାନ କରା ଯାଇଛି ।

ନିକଟରେ ପାଟଣାଗଡ ରେ ଚାଲିଥିବା ଯୁଗ୍ମ ଶୁଣାଣୀ ଶିବିର ରେ ଜିଲ୍ଲାପାଳ ଉଭୟଙ୍କୁ ଅଢେଇ ଲକ୍ଷ ଟଙ୍କାର ଚେକ ପ୍ରଦାନ କରୁଛନ୍ତି । ଦୁଖ ଧନ୍ଦା କରି ପରିବାର ଚଳୁଥିବା ଦିଲ୍ଲୀପଙ୍କୁ ସରକାରି ଆର୍ଥିକ ପ୍ରୋଶଚଣ ପାଇଁ ଆଗକୁ ଆହୁରି ରୋଜଗାର କ୍ଷମ ହେବେ ବୋଲି ଆଶା ବାନ୍ଧିଛନ୍ତି । ମଧୁର ସମ୍ପର୍କ ଟଙ୍କା ପଇସାରେ ନ ଥାଏ ।

ହୃଦୟ ନିର୍ମଳ ଶାଗ ପଖାଳରେ ବି ଜୀବନ ସରଳ ସରସ ସୁନ୍ଦର ହୋଇଯାଏ । ଦିଲ୍ଲୀପ ଜଣେ ଦ୍ରୁଷ୍ଟି ହିନ ଯୁବକ ଜାଣିବା ପରେ ଇ ଚାନ୍ଦିନୀ ତାଙ୍କ ହାତ ଛାଡି ନ ଥିଲେ । ବରଂ ତାଙ୍କ ପ୍ରେମକୁ ଚରିତାର୍ଥ କରିବା ପାଇଁ ବରଣମାଳା ପିନ୍ଧାଇ ଥିଲେ । ଆଉ ଆଜି ୮ ମାସ ପରେ ସରକାର ଉଭୟ ଙ୍କୁ ଅଢେଇ ଲକ୍ଷ ଟଙ୍କାରା ଆର୍ଥିକ ରାଶି ପ୍ରଦାନ କରିଛନ୍ତି । ଏହି ଅର୍ଥ ତାଙ୍କ ଘର ଗଢିବାକୁ ସହାୟତା ହେବ ନିଶ୍ଚୟ ବୋଲି ଆଶା କରା ଯାଇଛି ।

ସତରେ ଚାନ୍ଦିନୀ ଙ୍କ ହୃଦୟ ବହୁତ ବଡ କାରଣ ସେ ଜଣେ ଦୃଷ୍ଟିପାତ ଯୁବକ ଙ୍କୁ ନିଜର ଜୀବନ ସାଥି ରୂପେ ଗ୍ରହଣ କରିଛନ୍ତି । ଦୁହେଁ ପରସ୍ପର ସହ ବେଶ ହସ ଖୁସି ରେ ବି ସମୟ ବ୍ଯତୀତ କରୁଛନ୍ତି । ଦୁହିଙ୍କ ମଧ୍ୟରେ ପ୍ରେମ କେତେ ନିବିଡ ଆଉ ଗଭୀର ତାହା ସ୍ପଷ୍ଟ ବାରି ହେଉଛି । ବନ୍ଧୁଗଣ ଆପଣ ମାନଙ୍କର ଚାନ୍ଦିନୀ ଓ ଡିଲଲ୍ପି ଙ୍କ ପ୍ରେମ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *