ଦମଦାର ଖବର: ପ୍ରେମ ପାଇଁ ସମୁଦ୍ର ପହଁରିଲେ ପ୍ରେମିକା…. ଏହି ଦେଶରୁ ପହଁରି ପହଁରି ଆସିଲେ ଭରାତ

ଇତିହାସରେ ଅନେକ ପ୍ରେମ କାହାଣୀ ଆଜି ବି ଲିପିବଦ୍ଧ ହୋଇ ରହିଛି । ପ୍ରେମ ବିନା ଜୀବନ ଅଧୁରା କହିଲେ କିଛି ଭୁଲ ହେବ ନାହି । ତେବେ ପ୍ରେମ ଅନ୍ଧ ବୋଲି ଅନେକ ସମୟରେ କୁହାଯାଏ । କାରଣ ପ୍ରେମ ଜାତି, ଧର୍ମ କିଛି ଦେଖେ ନାହି ଓ ପ୍ରେମୀ ଯୁଗଳ ପରସ୍ପରକୁ ପାଇବା ପାଇଁ କୌଣସି ବି ସ୍ତରକୁ ଯାଇପାରନ୍ତି । ପ୍ରେମ ଏମିତି ଏକ ପବିତ୍ର ବନ୍ଧନ ଯାହା ପରସ୍ପରକୁ ବାନ୍ଧି ରଖିଥାଏ । ପ୍ରେମକୁ ପ୍ରମାଣିତ କରିବାକୁ କେତେ ନିର୍ଭୀକ ହୋଇପାରେ ପ୍ରେମୀ ଯୁଗଳ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ।

ପ୍ରେମ ପାଇଁ କିଏ ନିଜ ଜୀବନ ଦେଇ ଦେଉଛି ତ ଆଉ କିଛି ପ୍ରେମକୁ ପାଇବା ପାଇଁ ସାତ ସମୁଦ୍ର ପାର ହେଉଛି । ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରି ଦେଖାଇଛନ୍ତି ବାଙ୍ଗଲାଦେଶର ଯୁବତୀ ଯାହା ଏବେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚିତ ଖବର ପାଲଟିଛି । ଫେସବୁକ ରୁ ପରିଚୟ ଆଉ ତା ପରେ ଗଢି ଉଠିଲା ପ୍ରେମ ସମ୍ପର୍କ ।

ସେ ପ୍ରେମ ପୁଣି ଏତେ ଗଭୀର ଯେ ତାକୁ ପାଇବାକୁ ଭୟଙ୍କର ଜଣାଗଲା ଅତଳ ତଳ ପାଣି ବି ତୁଚ୍ଛା ଲାଗିଲା । କାହାଣୀ ଅଋ ଲାଗୁଥିବା ଏହି କଥାକୁ ସତ କରି ନ୍ଦେଖାଇଛନ୍ତି ବାଙ୍ଗଲାଦେଶର ୨୨ ବର୍ଷୀୟା ଯୁବତୀ କ୍ରୀଷ୍ଣା ମଣ୍ଡଳ । ଭାରତରେ ଥିବା ନିଜ ପ୍ରେମିକଙ୍କୁ ବିବାହ କରିବାକୁ ବାଙ୍ଗଲାଦେଶ ରୁ ସମୁଦ୍ର ପହଁରି ଭାରତରେ ପହଞ୍ଚିଛନ୍ତି କ୍ରୀଷ୍ଣା ।

ପ୍ରଥେମ ନିଜର ଜୀବନକୁ ବାଜି ଲଗାଇ ହିଂସ୍ର ବନ୍ୟ ଜନ୍ତୁ ଥିବା ସୁନ୍ଦରବନରେ ପହଞ୍ଚି ଥିଲେ । ପୁଣି ସେଠାରୁ ସମୁଦ୍ର ରେ ପହଁରି ପହଁରି ଭାରତା ଉପକୂଳରେ ଲାଗିଥିଲେ କ୍ରୀଷ୍ଣା । ଫେସବୁକରେ ଅଭିତ ମଣ୍ଡଳ ଙ୍କ ସହ କ୍ରୀଷ୍ଣାଙ୍କର ପରିଚୟ ହୋଇଥିଲା । କିନ୍ତୁ ତାଙ୍କ ପାଖକୁ ଆସିବାକୁ କ୍ରୀଷ୍ଣା ପାଖରେ ନ ଥିଲା ପାସପୋର୍ଟ । ତେଣୁ ଆଇନ ବେଆଇନ ତାଙ୍କ ମୁଣ୍ଡରେ କିଛି ବି ଜୁଟି ନ ଥିଲା ।

ଶେଷରେ ସମୁଦ୍ର ଆର ହୋଇ ସୀମା ଲଙ୍ଘିଥିଲେ କ୍ରୀଷ୍ଣା । ନା ଥିଲା ସୁନ୍ଦରବନର ମହାବଳ ବାଘକୁ ଭୟ ନ ଥିଲା ଗଭୀର ସମୁଦ୍ରର ଜଳଚରଙ୍କୁ ଭୟ । ଘଣ୍ଟା ଘଣ୍ଟା ସମୁଦ୍ର ରେ ପହଁରି ଭାରତରେ ପହଞ୍ଚିବା ପରେ ଅଭିତ ଙ୍କୁ ଭେଟିଥିଲେ କୃଷାଣ । ଏହା ପରେ ଦୁହେଁ କୋଲକାତା କାଳୀଘାଟ ମନ୍ଦିର ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

କିନ୍ତୁ ବେଆଇନ ଭାବେ ସୀମା ପାର କରିଥିବାରୁ ସୋମବାର ଦିନ କ୍ରୀଷ୍ଣାଙ୍କୁ ଗିରଫ କରାଯାଇଛି । ତାଙ୍କୁ ପୋଲିସ ହିପାଜତରେ ରଖା ଯାଇଥିବା ବେଳେ ବାଙ୍ଗଲାଦେଶ ର ଚାୟୁକ୍ତ ଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି । ଏହା ପୂର୍ବରୁ ନିଜ ପ୍ରେମ କୁ ପାଇବା ପାଇଁ ଅସମ୍ଭବ ଭାବେ ସୀମା ପାର ହୋଇଥିବା କିଛି ଖବର ସାମନାକୁ ଆସିଛି ।

ଉର୍ବରୁ ଜଣେ ପାକିସ୍ତାନ ଯୁବତୀ ମଧ୍ୟ ସୀମା ପାର କରି ମୁମ୍ବାଇ ରେ ରହୁଥିବା ନିଜ ପ୍ରେମିକାଙ୍କୁ ଭେଟିବାକୁ ଭାରତକୁ ଆସିଥିଲେ । ବନ୍ଧୁଗଣ ଆପଣ ମାନଙ୍କର କ୍ରୀଷ୍ଣାଙ୍କ ପ୍ରେମ କାହାଣୀ ବିଷୟାରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *