ପ୍ରେମର କରୁଣ ପରିଣତି, ଝୁଲି ପଡିଲା ପ୍ରେମିକା, ଖସିଗଲା ପ୍ରେମିକ… ସମ୍ପୁର୍ଣ୍ଣ ଖବର ଜାଣି ହେବେ ଆଶ୍ଚର୍ଯ୍ୟ

ଦର୍ଶକ ବନ୍ଧୁ କଥା ଥିଲା ସାଙ୍ଗ ହୋଇ ବଞ୍ଚିବା ଆଉ ସାଙ୍ଗ ହୋଇ ମାରିବା । କିନ୍ତୁ ଅଧା ବାଟରେ ପ୍ରେମ ହାରିଗଲା । ଜଣେ ଚାଲିଗଲା ଆଉ ଜଣେ ରହିଗଲା । ପ୍ରେମକୁ ପରିବାରର ସ୍ୱୀକୃତି ମିଳିଲା ନାହି । କେମିତି ସାଙ୍ଗ ହୋଇ ରହିବେ ସେ ନେଇ କିଛି ଭାବି ପାରିଲେ ନାହି । ଉଭୟ ଜୀବନ ହାରିବାକୁ ନିସ୍ପତି ନେଲେ । ଅଧ ରାତିରେ ସ୍କୁଲ ଘରେ ଆତ୍ମହତ୍ୟା ପାଇଁ ନିସ୍ପତି ନେଲେ । ପ୍ରଥମେ ପ୍ରେମିକା ଆତ୍ମହତ୍ୟା କରିଲେ କିନ୍ତୁ ପ୍ରେମିକା ପ୍ରେମିକାର ଆତ୍ମହତ୍ୟାକୁ ଦେଖିବା ପରେ ଡରିଗଲେ ।

ସେଥିପାଇଁ ତ ନିଜ ନିଷ୍ପତିରୁ ଓହରି ଜାଗା ଛାଡି ପଳାଇଗଲେ । ପ୍ରେମିକା ଚାଲିଗଲା ପ୍ରେମିକ ବଞ୍ଚିଗଲା । ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଲାଗି ରହିଛି ଚର୍ଚ୍ଚା । ଆଉ ଏମିତି ହୃଦୟ ବିଦାରକ ଘଟଣା ସାମ୍ନା କୁ ଆସିଛି ଯାଜପୁର ବାଲିଚନ୍ଦ୍ରପୁର ଥାନା ବଡ ବାଲିକୁଦା ଗାଁ ର । ସ୍ଥାନୀୟ ଅଞ୍ଚଳର ଜଣେ ବାଳିକା ଛାତ୍ରୀଙ୍କ ସହ ଗାଁ ର ସାଗର ବିଶ୍ଵାଳ ଙ୍କ ସହ ପ୍ରେମ ଗଢିଥିଲା । ଏମିତିକି ଉଭୟ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ପରସ୍ପର ସହ କଥା ବି ହେଉଥିଲେ ।

ହେଲେ ସାଗର ଝିଅ ପଛରେ ପଡିଥିହିବା କଥା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି । ଏମିତିକି 2 ମାସ ହେବ ଝିଅକୁ ହଇରାଣ କରୁଥିବାରୁ ତାଙ୍କୁ ତାଗିଦ ବି କରାଗଲା । ଝିଅକୁ ସାଗର ସହ କଥା ହେବାକୁ ମାନ କରି ଦେଇଥିଲେ ପରିବାର ଲୋକେ । ତେବେ ଗତ ଶନିବାର ରାତିରେ ଝିଅ ଘରୁ ସୁନା, ଗହଣା, ଟଙ୍କା ନେଇ ଚାଲି ଯାଇଥିବାର ପରିବାର ଲୋକେ ଦେଖିବାକୁ ପାଇଲେ । ରାତିରେ ଝିଅ କୁଆଡେ ଯାଇଛି ସେ ନେଇ ପରିବାର ଲୋକେ ଖୋଜା ଖୋଜି ବି କରିଲେ କିନ୍ତୁ ପାଇଲେ ନାହି ।

ତେବେ ଭୋର ସମୟରେ ପୋଲିସ ଯେଉଁ ଖବର ଦେଇଥିଲା ତାହାକୁ ଶୁଣିବା ପରେ ପରିବାର ପାଦ ତଳୁ ମାଟି ଖସି ଯାଇଥିଲା । ଜାଣିବାକୁ ମିଳିଲା ଝିଅ ସ୍କୁଲ ଘରେ ଆତ୍ମହତ୍ୟା କରିଛି କିନ୍ତୁ ଝିଅକୁ ଆଋ ଦିଆ ଯାଇଥିବା କଥା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଶନିବାର ରାତି 3ଟା ରେ ସାଗର 112 କୁ ଫୋନ କରି ଜଣାଇଥିଲେ କୁ ସ୍ଥାନୀୟ ଅଞ୍ଚଳରେ ଜଣେ ଛାତ୍ରୀ ଓ ତାଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ଦୁହେଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ତେବେ ନାବାଳିକା ପ୍ରଥମେ ରସୀ ଲଗାଇ ଝୁଲିବା ପରେ ନିଜେ ଆତ୍ମହତ୍ୟା କରିବାରୁ ଭୟ କରି ସେ ଜାଗାରୁ ପଳାଇ ଯାଇଥିଲେ ସାଗର । 112 ରୁ ବାଲିଚନ୍ଦ୍ରପୁର ଥାନା କୁ ଫୋନ ଆସିବା ପରେ ପୋଲିସ ଯୁବକ ଙ୍କ ସହ କଥା ହୋଇ ଘଟଣା ସ୍ଥଳରେ ପହଞ୍ଚି କାବୁ କରିଥିଲା ।

ତେବେ ଯୁବକ ଜଣକ ଥାନାରେ ଅଟକ ରହିଛନ୍ତି । ତେବେ ଏମିତି ଆତ୍ମହତ୍ୟା ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *