ପ୍ରେମ ବିବାହ ସତ୍ତ୍ୱେ କାହିଁକି ହୁଏ ଝଗଡ଼ା? Dr Samrat Kar

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦୁନିଆ ରେ ବହୁତ ପୁଅ ଝିଅ ଅଛନ୍ତି କିନ୍ତୁ ଆମେ କେବଳ ଜଣେ ଝିଅ ଅଥବା ପୁଅ ଙ୍କ ପ୍ରତି ହିଁ ଆକର୍ଷିତ ହୋଇଥାଉ । ଏହାର କାରଣ କଣ ଆପଣ ମାନେ ଜାଣିଛନ୍ତି କି? ମନୁଷ୍ୟ ଶରୀରରେ କେତେକ ହରମୋନ ରହିଥାଏ ଏବଂ ଏହି ହରମୋନ କାରଣରୁ ହିଁ ଆମେ ଜଣଙ୍କ ପ୍ରତି ଆକର୍ଷିତ ହୋଇଥାଉ । ଯେତେବେଳେ ଜଣେ ପୁଅ ବା ଝିଅ ଶରୀରର ଆଟ୍ରାକ୍ସନ ହରମୋନ ରିଲିଜ ହୋଇଥାଏ, ସେହି ସମୟରେ ହିଁ ସେ କୌଣସି ପୁଅ ବା ଝିଅ ପ୍ରତି ଆକର୍ଷିତ ହୋଇଥାଏ ।

ଏହା ସହିତ କିଛି ସ୍ନାୟୁ ରସ ମଧ୍ୟ ରହିଛି ଯାହା ନିର୍ଗତ ହୋଇଥାଏ । ଏହା ମଧ୍ୟ ଅନେକ ମାତ୍ରାରେ ପ୍ରଭାବ ପକାଇଥାଏ । ଏହି ସବୁ କାରଣରୁ ଜଣେ ପୁଅ ବା ଝିଅ ଅନ୍ୟ ପ୍ରତି ଆକର୍ଷିତ ହୋଇଥାଏ ।

ପ୍ରେମ କଣ?

ବନ୍ଧୁଗଣ କେବଳ ଶାରୀରିକ ଆଟ୍ରାକ୍ସନ ଅର୍ଥ ପ୍ରେମ ହୋଇନଥାଏ । ଏହା ସହିତ ମାନସିକ ଆଟ୍ରାକ୍ସନ ର ମଧ୍ୟ ଅନେକ ପ୍ରକାର ମହତ୍ତ୍ୱ ରହିଛି । ଯଦି ଆମେ ଜଣେ ଛୋଟ ଛୁଆ କୁ ପଚାରିବୁ ଯେ ସେ ସବୁଠାରୁ କାହାକୁ ଅଧିକ ଭଲ ପାଆନ୍ତି । ତେବେ ସେ ଉତ୍ତର ରେ ନିଜ ମାତାପିତା ଙ୍କ ନାଁ ହିଁ କହିବେ । ଛୋଟ ବେଳେ ଛୁଆ ମାନେ ନିଜ ମାତାପିତା ଙ୍କୁ ହିଁ ଅଧିକ ଭଲ ପାଆନ୍ତି ଏବଂ ଆକର୍ଷିତ ହୋଇଥାନ୍ତି । ଯେତେବେଳେ ଧୀରେ ଧୀରେ ଛୁଆ ଟି ବଡ଼ ହୋଇଥାଏ ସେତେବେଳେ ତା’ ଶରୀର ରୁ ବିଭିନ୍ନ ପ୍ରକାର ହରମୋନ ନିର୍ଗତ ହୋଇଥାଏ ଏବଂ ଏହି କାରଣରୁ ସେ ଅନ୍ୟ ପ୍ରତି ଆକର୍ଷିତ ହୋଇଥାଏ ।

ପ୍ରେମ ର ଅର୍ଥ କେବଳ ଶାରୀରିକ ସମ୍ପର୍କ ବା ଇମୋସନାଲ ସମ୍ପର୍କ ହୋଇନଥାଏ । ଜଣେ ପୁଅ ସୁନ୍ଦର ଝିଅ ଖୋଜିଥାଏ, କିନ୍ତୁ ଆପଣ ମାନେ ଦେଖିଥିବେ ଯେ, କେବେବି କୌଣସି ପୁଅ ପାଠ ପଢ଼ି ନଥିବା ଝିଅ ପ୍ରତି ଆକର୍ଷିତ ହୋଇନଥାନ୍ତି । ସେ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ । କାରଣ ଇଣ୍ଟେଲିଯେନ୍ସ ମଧ୍ୟ ମ୍ୟାଚ କରିବା ନିହାତି ଆବଶ୍ୟକ । ଏହା ସହିତ ଜଣେ ପୁଅ ସୋସିଆଲି ମଧ୍ୟ ଭାବିଥାଏ ଯେ, ସେ ଯେଉଁ ଝିଅ କୁ ଭଲ ପାଇବ ସେ ତା’ର ପରିବାର, ମାତାପିତା ଙ୍କ ଯତ୍ନ ମଧ୍ୟ ନେଉଥିବା ଆବଶ୍ୟକ ।

ଏହା ସହିତ ଭଲ ପାଇବାରେ ସ୍ପିରିଚୁଆଲ ସମ୍ବନ୍ଧ ମଧ୍ୟ ମ୍ୟାଚ କରିବା ଆବଶ୍ୟକ । ଏହି ସବୁ ଜିନିଷ ର ପ୍ରେମ ସମ୍ବନ୍ଧରେ ଅନେକ ମହତ୍ତ୍ୱ ରହିଛି । ଏହି ସବୁ କାରଣ ବିନା ଭଲ ପାଇବା କେବେବି ସଫଳ ହୋଇନଥାଏ । ଏହା ଲଙ୍ଗ ଟର୍ମ ଲଭ ପାଇଁ ବହୁତ ମାତ୍ରାରେ ସହାୟକ ହୋଇଥାଏ ।

ପ୍ରେମ ବିବାହ ସତ୍ତ୍ୱେ କାହିଁକି ଝଗଡ଼ା ହୋଇଥାଏ?

ବନ୍ଧୁଗଣ ବେଳେବଳେ ମନରେ ପ୍ରଶ୍ନ ଆସିଥାଏ ଯେ, ବହୁତ ଲୋକ ଲଙ୍ଗ ଟର୍ମ ଲଭ ପରେ ବିବାହ କରୁଛନ୍ତି । କିନ୍ତୁ ବିବାହ ର କିଛି ବର୍ଷ ପରେ ହିଁ ପରସ୍ପର କୁ ଛାଡ଼ପତ୍ର ଦେଉଛନ୍ତି । ଏହାର କାରଣ କଣ? ଏହାର କାରଣ ହେଉଛି ଯେ, କିଛି ପୁଅ ବା ଝିଅ ଶାରୀରିକ କ୍ଷମତା ଦେଖି ବିବାହ କରିଥାନ୍ତି । ଯଦି ଜଣେ ଝିଅ ସୁନ୍ଦର ହୋଇଥାଏ ବା ପୁଅ ହାଣ୍ଡସମ ହୋଇଥାଏ, ତେବେ ତା’କୁ ଦେଖି ବିବାହ କରିଥାନ୍ତି । କିନ୍ତୁ ବିବାହ ପରେ ଯଦି କୌଣସି କାରଣରୁ ଉଭୟ ପୁଅ ଓ ଝିଅ ଙ୍କ ସୌନ୍ଦର୍ଯ୍ୟ କମିଯାଇଥାଏ ତେବେ ଧୀରେଧୀରେ ଆକର୍ଷଣ କମିବାକୁ ଲାଗିଥାଏ । ଆଉ କିଛି ପୁଅ ବା ଝିଅ ଏଭଳି ଅଛନ୍ତି ଯେଉଁମାନେ ପଇସା ଦେଖି ବିବାହ କରିଥାନ୍ତି ।

ବିବାହ ପରେ ପଇସା ର ଅଭାବ ହେଲେ ସେମାନେ ନିଜେ ଭାବିଥାନ୍ତି ଯେ ସେ ଭୁଲ ନିଷ୍ପତ୍ତି ନେଇଥିଲେ ବୋଲି । ଏଥିପାଇଁ ସମ୍ପର୍କରେ ତିକ୍ତତା ମଧ୍ୟ ସୃଷ୍ଟି ହୋଇଥାଏ । ଏହି ସବୁ କାରଣରୁ ବିବାହର କିଛି ବର୍ଷ ପରେ ହିଁ ପୁଅ ଓ ଝିଅ ଉଭୟ ପରସ୍ପର ଙ୍କୁ ଛାଡ଼ପତ୍ର ଦେଇଥାନ୍ତି । ତେଣୁ ଏହି ସବୁ କାରଣରୁ ମଧ୍ୟ ଭଲ ପାଇବାରେ ପରିବର୍ତ୍ତନ ଆସିପାରେ ଏବଂ ପ୍ରେମ ବିବାହ ସତ୍ତ୍ୱେ ମଧ୍ୟ ଝଗଡ଼ା ହୋଇଥାଏ ।

ପ୍ରେମ ସବୁଦିନ ରହିବ କେମିତି?

ବନ୍ଧୁଗଣ ଏହା ଗ୍ୟାରେଣ୍ଟି ରହି ନଥାଏ ଯେ, ଆପଣ ଛାଡ଼ପତ୍ର ପରେ ଯାହାକୁ ବିବାହ କରିବେ ତା’ ସହିତ ସବୁଦିନ ଖୁସି ରେ ରହିବେ । ତେଣୁ ଏଥିପାଇଁ ସମ୍ପର୍କରେ ଉଭୟ ପୁଅ ଓ ଝିଅ ଙ୍କୁ ନିଜ ମଧ୍ୟରେ ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ ଏବଂ ଆଡ଼ଜଷ୍ଟ କରିବାକୁ ପଡ଼ିଥାଏ । ଉଭୟ ଙ୍କୁ ନିଜ ନିଜ ସ୍ଥାନରେ ରହିବା ଉଚିତ । ଏପରି କରିବା ଦ୍ୱାରା କେବେବି ପ୍ରେମ ସମ୍ପର୍କ ରେ ବାଧା ସୃଷ୍ଟି ହୋଇନଥାଏ ଏବଂ ବିବାହ ପରେ ସବୁଦିନ ପାଇଁ ଉଭୟ ଙ୍କ ମନରେ ପରସ୍ପର ପ୍ରତି ଭଲ ପାଇବା ରହିଥାଏ ।

Leave a Reply

Your email address will not be published. Required fields are marked *