ମାଲାୟଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ୍ ଭାରିୟର୍ଙ୍କ ବିରୋଧରେ କରାଯାଇଥିବା ପ୍ରାଥମିକ ମାମଲାକୁ ସୁପ୍ରିମ୍କୋର୍ଟ ଖାରଜ କରିବା ପରେ ପ୍ରିୟା ପ୍ରକାଶ୍ ପ୍ରଥମଥର ପାଇଁ ଗଣମାଧ୍ୟମରେ ନିଜର ସାକ୍ଷାତ୍କାର ଦେଇଛନ୍ତି । ଯେଉଁ ଆଖି ମରା ଦୃଶ୍ୟ ପାଇଁ ସେ ରାତାରାତି ଷ୍ଟାର୍ ହୋଇଥିଲେ ସେହି ଦୃଶ୍ୟକୁ ନେଇ ମୁସଲ୍ମାନମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତାହା ମୁସ୍ଲମାନ ଧର୍ମର ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ ହୋଇଥିଲା । ପ୍ରିୟା ପ୍ରକାଶ୍ ତାଙ୍କ ସାକ୍ଷାତ୍କାରରେ କହିଛନ୍ତି, ‘ମୋ ନାମରେ ମାମଲା ରୁଜୁ ହେବା ପରେ କେତେ ରାତି ମୋ ଆଖିରୁ ନିଦ ହଜି ଯାଇଛି ।
ତାହା ସତ । ମାତ୍ର ମୋ ବାପା ମାଆ ସବୁବେଳେ ମୋତେ ସମର୍ଥନ କରି ଆସିଛନ୍ତି । ମୋର ଦମ୍ଭ ବନି ଆସିଛନ୍ତି । ’ ପ୍ରିୟା ପ୍ରକାଶ୍ କାହାଠାରୁ କେବେ କୌଣସି ଧମକପୂର୍ଣ୍ଣ ମେସେଜ୍ ପାଇନାହାନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ନିଜର ମତାମତ ରଖି ଛନ୍ତି । ସୁପ୍ରିମ୍ କୋର୍ଟରେ ତାଙ୍କ ନାମରେ ମାମଲା ଦର୍ଜ ହେବା ପରେ ତାଙ୍କ ଆଖି ମରା ଭିଡିଓ ଆହୁରି ଅଧିକ ପ୍ରସିଦ୍ଧି ଲାଭ କରିଛି ବୋଲି ସେ ସ୍ୱୀକାର କରିଛନ୍ତି । ମୋର ଭବିଷ୍ୟତରେ ବଲିଉଡ୍ ଚଳଚ୍ଚିତ୍ର କରିବାକୁ ଇଚ୍ଛା ଅଛି ।
ମାତ୍ର ମୁଁ ଏଯାବତ୍ କୌଣସି ନିର୍ଦ୍ଦେଶକଙ୍କୁ ଭେଟି ନାହିଁ ବୋଲି ପ୍ରିୟା ସାକ୍ଷାତ୍କାରରେ କହି ଛନ୍ତି । ଭବିଷ୍ୟତରେ ବଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଲେ ନିଶ୍ଚୟ କରିବେ ବୋଲି ପ୍ରିୟା ପ୍ରକାଶ୍ ନିଜ ସାକ୍ଷାତ୍କାରରେ କହିଛନ୍ତି ।