ବିନା ଡାଇଟିଂରେ ୧୫ ଦିନରେ କେମିତି ଝଡିପାରିବେ ଦେଖନ୍ତୁ

ନିଜକୁ ମୋଟାପଣରୁ ଦୂର କରିବା ପାଇଁ ଲୋକ ବିଭିନ୍ନ ପ୍ରକାର ଯୋଗ ଓ ବ୍ୟାୟାମ କରୁଛନ୍ତି । କିଏ ଜିମ୍ ଯାଉଛନ୍ତି ତ କିଏ କିଏ ଡାଇଟିଂ ମଧ୍ୟ କରୁଛନ୍ତି । ଏମିତି ଅନେକ ଲୋକଙ୍କ ମେଦବହୁଳତାରୁ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଉଛି । ଜାଣିବା କିଛି ସହଜ ଘରୋଇ ଉପାୟ ଯାହା ଆମକୁ ମାତ୍ର ୧୫ ଦିନରେ ବିନା ଡାଇଟିଂରେ ମୋଟାପଣ କମ୍ କରି ପାରିବେ? ପ୍ରତିଦିନ ସକାଳୁ ୩୦ ମିନିଟ୍ ଚାଲନ୍ତୁ । ଏହା ସହିତ ଆପଣଙ୍କୁ ମିଳୁଥିବା ଭିଟାମିନ୍‌ ‘ଡି’ ଓଜନ କମ୍ କରିବା ପାଇଁ ସାହାଯ୍ୟ କରେ। ସକାଳ ଜଳଖିଆ ନିଶ୍ଚେ ଖାଆନ୍ତୁ। ଏହି ସମୟରେ ଯେତେ ସମ୍ଭବ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ। ସକାଳୁ ଗ୍ରୀନ ଟି ପିଇବାକୁ ଅଭ୍ୟାସ କରନ୍ତୁ ।

ସକାଳୁ ଗ୍ରୀନ ଓଜନ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ। ଦ୍ୱିପ୍ରହର ଖାଇବା ସମୟରେ ସବୁଜ ପରିବା ଖାଦ୍ୟ ଖାଆନ୍ତୁ। ଦିନକୁ ୩ରୁ ୪ ଥର ଅଳ୍ପ ଅଳ୍ପ କରି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ।

ନିୟମିତ ଏହି ପାନୀୟ ସେବନ କରନ୍ତୁ?  ପାଣି ଟିକେ ଗରମ କରି ସେଥିରେ କିଛି ଜିରା ପକାଇ ୧୦ମିନିଟ୍ ଫୁଟାନ୍ତୁ। ଏଥିରେ ଚାମଚେ ମହୁ ଓ ଚାମଚେ ଲେମ୍ବୁ ରସ ପକାଇ ଗୋଳାଇ ଦିଅନ୍ତୁ । ଏହି ପାଣିକୁ ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତୁ ।

ପିଇବା ସମୟରେ ଜିରାକୁ ଚୋବାଇ ଖାଇବା ଭଲ । ଏହି ପାଣି ପିଇବା ପରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବା ଉଚିତ ନୁହେଁ। ଏହି ପାଣିରେ ଭିଟାମିନ୍‌ ଏ, ସି ଓ ଆଇରନ୍‌ ମାତ୍ରା ଥିବାରୁ ଏହା ମୋଟାପଣ ଦୂର କରିବାରେ ସାହାଯ୍ୟ କରେ।

Leave a Reply

Your email address will not be published. Required fields are marked *