ଆପଣ ଜାଣିଛନ୍ତି କି ସ୍ୱପ୍ନ ବି ରେକୋର୍ଡ ହେଇପାରେ, ମାତ୍ର କେମିତି ??

ରାତିରେ ଶୋଇଥିବା ସମୟରେ ଆମେ ଆନେକ ସ୍ୱପ୍ନ ଦେଖୁ। କିଛି ସ୍ୱପ୍ନ ଦେଖି ଆମେ ଖୁସି ହେଉ ତ ଆଉ କିଛି ଦେଖି ଡରିଯାଉ। କିଛି ସ୍ୱପ୍ନ ତ ଏତେ ସୁନ୍ଦର ଓ ରହସ୍ୟମୟ ଥାଏ ଯେ ତା ଆଗରେ ବଲିଉଡର ହିଟ୍‌ ଫିଲ୍ମ ବି ଫିକା ଲାଗିବ। କିନ୍ତୁ ଦୁଃଖର କଥା, ଥରେ ନିଦ ଭାଙ୍ଗିଗଲେ ସ୍ୱପ୍ନ ସହ ମଧ୍ୟ ସମ୍ପର୍କ ତୁଟିଯାଏ। ବାସ୍ତବ ଦୁନିଆକୁ ଆସିଗଲେ ସ୍ୱପ୍ନ ମାତ୍ର କିଛି କ୍ଷଣ ପାଇଁ ଆମ ମନରେ ରୁହେ । ଆଉ ତା’ପରେ ଆପେ ଆପେ ଆମେ ସେ ସ୍ୱପ୍ନ ସବୁ ଭୁଲିଯାଉ। କିନ୍ତୁ ଯଦି ଆପଣଙ୍କୁ କୁହାଯିବ ଆପଣ ଦେଖୁଥିବା ସ୍ୱପ୍ନକୁ ବାରମ୍ବାର ଦେଖିପାରିବେ। ସ୍ୱପ୍ନକୁ ରେକର୍ଡ ମଧ୍ୟ କରିହେବ। ତା ହେଲେ ଆପଣ କ’ଣ କହିବେ। ନିଶ୍ଚିତ ଭାବେ ଚକିତ ହେବେ ।

ହେଲେ କଥାଟି ବିଲକୁଲ୍‌ ସତ। ଜାପାନର ବୈଜ୍ଞାନିକମାନେ ଏମିତି ଏକ ଟେକ୍ନୋଲଜିର ଆବିଷ୍କାର କରିଛନ୍ତି ଯାହା ଆପଣ ଦେଖୁଥିବା ସ୍ୱପ୍ନକୁ ରେକର୍ଡ କରିବ। ୧୦ବର୍ଷ ହେବ ଏହି ଟେକ୍ନୋଲଜିକୁ ଆବିଷ୍କାର କରିବାକୁ ଚେଷ୍ଟା ଚାଲିଥିଲା। ଯାହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଜାଣିରଖନ୍ତୁ, ଯେତେବେଳେ ଆମେ କୌଣସି ସ୍ୱପ୍ନ ଦେଖୁ ସେତେବେଳେ ଆମ ମସ୍ତିସ୍କରେ ନ୍ୟୁରଲ ପାଟର୍ଣ୍ଣ ତିଆରି ହୁଏ। ଏହି ପାଟର୍ଣ୍ଣ ପ୍ରସ୍ତୁତ ହେବାକୁ ମୁଖ୍ୟତଃ ନ୍ୟୁରନ୍ସ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଯେତେବେଳେ ମସ୍ତିସ୍କ ସକ୍ରିୟ ହୁଏ ସେତେବେଳେ ନ୍ୟୁରନ୍ସ ମସ୍ତିସ୍କକୁ ବାର୍ତ୍ତା ପଠାଇବା ସାହାଯ୍ୟ କରୁଥାଏ। କୁହାଯାଏ ନିଦ୍ରିତ ଅବସ୍ଥାରେ ସ୍ୱପ୍ୱ ଦେଖୁଥିବା ସମୟରେ ମଧ୍ୟ ନ୍ୟୁରନ୍ସ କେତେକାଂଶରେ କାର୍ଯ୍ୟ କରୁଥାଏ। ଯାହାଲାଗି ମଣିଷ ସ୍ୱପ୍ନ ଦେଖେ।

ଏକ କମ୍ପ୍ୟୁଟର ଆଲ୍‌ଗୋରିଦମ୍‌ ସାହାଯ୍ୟରେ ମସ୍ତିସ୍କରେ ତିଆରି ହୋଇଥିବା ଏହି ନ୍ୟୁରଲ ପାଟର୍ଣ୍ଣକୁ ବୁଝି ହେବ। ଗବେଷଣା ଅନୁଯାୟୀ ସ୍ୱପ୍ନ ମାଧ୍ୟମରେ ଯେତେବେଳେ ଆମେ କୌଣସି ବସ୍ତୁ କିମ୍ବା ଦୃଶ୍ୟକୁ ଦେଖୁ ସେତେବେଳେ ମସ୍ତିସ୍କରେ ଏକ ସ୍ୱତନ୍ତ୍ର ପାଟର୍ଣ୍ଣ ତିଆରି ହୁଏ।

ଏହି ପାଟର୍ଣ୍ଣରୁ ଏହା ବୁଝାଯାଏ କି ବ୍ୟକ୍ତି ଜଣକ ସ୍ୱପ୍ନରେ କ’ଣ ଦେଖୁଛି। ବୈଜ୍ଞାନିକଙ୍କ ଦ୍ୱାରା ତିଆରି କରାଯାଇଥିବା ‘ଡ୍ରିମ ରିଡର’ ମେସିନ୍ ଏହି ଏଲ୍‌ଗୋରିଦିମ୍‌ ସାହାଯ୍ୟରେ ଠିକ୍‌ ସେହି ପ୍ରକାରର ଦୃଶ୍ୟ ରେକର୍ଡ କରିପାରିବ। ତେବେ ଏହା କେତେ ସଠିକତା ପାଇଁ ଲଗାତାର ଗବେଷଣା ଜାରି ରହିଛି।

Leave a Reply

Your email address will not be published. Required fields are marked *