ନୂଆ ସମ୍ପର୍କକୁ ବାନ୍ଧି ରଖିବା ସହଜ ନୁହେଁ, ନୂଆ ସମ୍ପର୍କ ଜୀବନ ସାରା ରଖିବା ପାଇଁ ସମ୍ପର୍କ ମୂଲ୍ୟ ବୁଝିବାକୁ ପଡିଥାଏ । ପୁଅ ଓ ଝିଅ ଦୁହିଁକ ମଧ୍ୟରେ ଥିବା ଏହି ସମ୍ପର୍କ କୁ ବୁଝିବାକୁ ପଡିଥାଏ, ଯେଉଁଠି ଭଲ ପାଇବା ସହ ଆତ୍ମସମ୍ମାନ ଓ ନିଜସ୍ୱ ମଧ୍ୟ ଥାଏ । ଆଜି କାଲୀ ଦେଖିବାରେ ଆସୁଛି ଯେ ନୂଆ ସମ୍ପର୍କରେ ଦୁହେଁ ନିଜ ସମ୍ବନ୍ଧ ଭଲ କରିବା ଛାଡି ଝଗଡା କରୁଛନ୍ତି, ଏହା କାରଣରୁ ସମ୍ପର୍କ ଜଲ୍ଦି ଭାଙ୍ଗୁଅଛି । ତେବେ କିଛି ଏମିତି କଥା ଆଜି ଆମେ ଆପଣଙ୍କୁ କହିବୁ ଯାହା କେବେବି କୌଣସି ଝିଅକୁ ଭୁଲରେ କୁହନ୍ତୁ ନାହିଁ, ନଚେତ ଆପଣଙ୍କ ସମ୍ପର୍କ ଖରାପ ହୋଇ ପାରେ ।
ତମେ କଣ ଏତେ ଖାଇବ ?
ଏହି କଥା ବହୁତ ସାଧାରଣ ଲାଗୁଛି ଯାହା ଲୋକ ନିଜ ସାଙ୍ଗ ବା ନିଜ ଗର୍ଲଫ୍ରେଣ୍ଡକୁ କହି ଦିଅନ୍ତି, କିନ୍ତୁ ବେଳେ ବେଳେ ଏହି କଥା ଝିଅ ମାନଙ୍କୁ ଆଘାତ କରିଥାଏ । ଏହା କହିଲେ ଝିଅ ଭାବିବ ଆପଣ ତାଙ୍କୁ ମୋଟା କହୁଛନ୍ତି ଓ ଝିଅକୁ ମୋଟା କହିଲେ ଆପଣ ଜାଣିଥିବେ କଣ ହୁଏ । ସେଥିପାଇଁ କେବେ ବି କୌଣସି ଝିଅକୁ ଖାଇବା ବିଷୟରେ କିଛି କୁହନ୍ତୁ ନାହିଁ ଆପଣଙ୍କ ପାଇଁ ଭଲ ରହିବ ।
ସେହି ଝିଅ ସୁନ୍ଦର ଅଛି :
ନିଜ ଗର୍ଲଫ୍ରେଣ୍ଡ ସାମ୍ନାରେ ଆଉ କାହାକୁ ଦେଖିବା ବା ଅନ୍ୟ ଝିଅ ର ପ୍ରଶଂସା କରନ୍ତୁ ନାହିଁ ଏହା ଆପଣଙ୍କ ସମ୍ପର୍କ ପାଇଁ ଉଚିତ ନୁହେଁ । ଜଣେ ସାମାନ୍ୟ ମନୋବିଜ୍ଞାନ କହିଛନ୍ତି ନିଜ ଗର୍ଲଫ୍ରେଣ୍ଡ ସାମ୍ନାରେ ଅନ୍ୟ ଝିଅ ପ୍ରଶଂସା କରିବା ଆପଣଙ୍କ ସମ୍ପର୍କ ଖରାପ କରି ପାରେ ।
ତମେ ନିଜ ମାଁ ପରି କଥା ହଉଛ
କେବେ ବି ନିଜ ଗର୍ଲଫ୍ରେଣ୍ଡ କୁ ତାଙ୍କ ମାଁ, ଭଉଣି ବା ଅନ୍ୟ ସମ୍ପର୍କୀୟ ଲୋକଙ୍କ ସହ ତୁଳନା କରନ୍ତୁ ନାହିଁ କାହିଁକିନା ଆପଣ ତାଙ୍କ ପରିବାରକୁ ଭଲ ଭାବରେ ଚିହ୍ନି ନାହାନ୍ତି ଓ ଦ୍ଵିତୀୟ କଥା ସମସ୍ତେ ଗୋଟେ ପରିବାର ର ହେଲେ ବି ଅଲଗା ପ୍ରକୃତି ର ହୋଇଥାନ୍ତି ସେଥିପାଇଁ କେବେ କାହା ଘର ଲୋକଙ୍କ ବିଷୟରେ କୁହନ୍ତୁ ନାହିଁ ।
ମୋ ପୁରୁଣା ଗର୍ଲଫ୍ରେଣ୍ଡ ଏମିତି କରୁନଥିଲା :
ଏହି ପ୍ରକାର ଭୁଲ କେବେ ବି କରନ୍ତୁ ନାହିଁ, ପୁରୁଣା ଗର୍ଲଫ୍ରେଣ୍ଡ ବିଷୟରେ କଥା ହୋଇ ଆପଣ କେବଳ ନିଜ ସମ୍ପର୍କ କୁ ଖରାପ କରିବେ । ଏହା ଊହିତ ମଧ୍ୟ ନୁହେଁ କାହିଁକିନା ସମସ୍ତେ ଅଲଗା ପ୍ରକୃତିର ହୋଇଥାନ୍ତି ଓ ଆପଣଙ୍କ ପୁରୁଣା ଗର୍ଲଫ୍ରେଣ୍ଡ ବିଷୟରେ କହି ଆପଣ ନିଜ ଆଜି ଖରାପ କରିବେ ଓ କାହାକୁ ଆଘାତ ମଧ୍ୟ କରିବେ ସେଥିପାଇଁ ପୁରୁଣା କଥା ନୂଆ ସମ୍ପର୍କ ରେ କରନ୍ତୁ ନାହିଁ ।
ତେବେ ଏହା ବ୍ଯତୀତ ଆହୁରି ବି ଏମିତି ଅନେକ କଥା ଅଛି ଯାହା କେବେ ଝିଅ ମାନଙ୍କୁ କହିବା କଥା ନୁହେଁ , ଏହିସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ॥