ଖେଳ ହେଲା କାଳ, PUBG ପାଇଁ ପୁଅ ନେଲା ମା’ ର ଜୀବନ! ଆଉ ତା ପରେ ଶବ ସହ ଯାହା କଲା ଶୁଣି ଆପଣଙ୍କ ଋମ ଟାଙ୍କୁରି ଉଠିବ…

ବନ୍ଧୁଗଣ ପବଜି ଖେଳିବାକୁ ମା ମନା କରିବାରୁ ହତ୍ୟା କରିଲା ପୁଅ । ଏହା ଏମିତି ଏକ ହୃଦୟ ବିଦାରକ ଖବର ଯାହା ପୁରା ଦେଶବାସୀଙ୍କୁ ଚକିତ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌରେ । ପବଜି ଖେଳ ପାଇଁ ମାର ପ୍ରାଣ ନେଇ ଯାଇଛି ପୁଅ । ପବଜି ଖେଳ ଗୋଟେ ହସଖୁଶିର ପରିବାରକୁ ଉଜାଡି ଦେଇଛି । ପାପିଜି ପ୍ରେମରେ ଅନ୍ଧ ହୋଇ ମା କୁ ଅତି ନିର୍ମମ ଭାବେ ହତ୍ୟା କରିଛି ନାବାଳକ ପୁଅ । କେବଳ ମାକୁ ହତ୍ୟା କରି ନାହି ବରଂ ଦୁଇ ଦିନ ଯାଏଁ ମାର ଶବକୁ ଘରେ ଲୁଚାଇ ରଖିଥିଲା ।

କିନ୍ତୁ ମୃତ ଦେହରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚିବା ପରେ ପୁଅର ଘଟଣା ଉପରୁ ପରଦା ହଟିଥିଲା । ପୋଲିସର ସୂଚନା ମୁତାବକ ଲକ୍ଷ୍ନୌର ପିଜିଆଇ ଅଞ୍ଚଳରେ ସାଧନା ସିଂ ଓ ୧୬ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ରୁହନ୍ତି । ସାଧନାଙ୍କ ସ୍ଵାମୀ କୋଲକାତାରେ ସେନାରେ କାର୍ଯ୍ୟରତ ଅଛନ୍ତି ।

ମାଙ୍କ ସହ ରହୁଥିବା ପୁଅ ଅନଲାଇନ ଗେମ ଖେଳି ପବଜିରେ ପୁରା ପାଗଳ । ମା ବାରମ୍ବାର ଗେମ ଖେଳିବା ପାଇଁ ମନା କରୁଥିଲେ ପୁଅ ଶୁଣୁ ନ ଥିଲା ଆଉ ବାରମ୍ବାର ମା ଠାରୁ ଗାଳି ଶୁଣିବାକୁ ପୁଅକୁ ପସନ୍ଦ ନ ଥିଲା । ଆଉ ରବିବାର ଯେତେବେଳେ ପୁଅକୁ ମା ପବଜି ଖେଳିବାକୁ ମନା କରିଥିଲେ ଉତ୍ୟକ୍ତ ହୋଇ ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ମା କୁ ଗୁଳି କରିଥିଲା ପୁଅ ।

ଆଉ ଘଟଣା ସ୍ଥଳରେ ହିଁ ମାର ପ୍ରାଣ ଚାଲିଯାଇଥିଲା । ମାଙ୍କ ମୃତ୍ୟୁ ପରେ ସାନ ଭଉଣୀକୁ ଧମକାଇବା ସହ ଗୋଟିଏ ଘରେ ତାଲା ପକାଇଥିଲା ନୃଶଂସ ଭାଇ । ଆଉ ମାଙ୍କ ଶବ କୁ ଜଗି ବସିଥିଲା । ଏପରିକି ମାଙ୍କ ମୃତ୍ୟୁ ଖବର ଯେପରି ପ୍ରଘଟ ନ ହୁଏ ସେଥିପାଇଁ ବାରମ୍ବାର ରୁମଫ୍ରେସନର ପକାଉଥିଲା ପୁଅ । କିନ୍ତୁ ପୁଅର ପାପ କର୍ମ ବେଶୀ ଦିନ ଲୁଚି ରହିଲା ନାହି ।

ଅଧିକ ଦୁର୍ଗନ୍ଧ ହେବାରୁ ପଡିସା ଲୋକେ ପୋଲିସକୁ ଖବର ଦେଇଥିଲେ । ଆଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭଉଣୀକୁ ଉଧାର କରିଥିଲା । ଏପରିକି ପୁଅ ପୋଲିସ ଆଗରେ ମାର ମୃତ୍ୟୁର କାହାଣୀ ବିଭିନ୍ନ ଢଙ୍ଗରେ କହିଥିଲା । ଇଲେକ୍ଟ୍ରି ମିସ୍ତ୍ରୀ ଆସି ମାର ହତ୍ୟା କରିଥିବା ନେଇ ପୋଲିସ ଆଗରେ କହିଥିଲା ପୁଅ । କିନ୍ତୁ ପୁଅ କଥାରେ ତାଳମେଳ ଠିକ ନ ଥିଲା ।

ଅଧିକ ତଦନ୍ତ ପରେ ସତ ଉପରୁ ପରଦା ହଟିଥିଲା । ପୁଅ ହିଁ ମାର ହତ୍ୟାକାରୀ ଏ କଥା ପୋଲିସ ସ୍ପଷ୍ଟ କରିଥିଲା । ଏହି ଘଟଣା ଏବେ ବାପା ମାଙ୍କ ପାଇଁ ସତର୍କ ଘଣ୍ଟି ବାଯାଇଛି । କାରଣ ଅଧିକାଂଶ ପିଲାଙ୍କ ହାତରେ ମୋବାଇଲ ରହିଛି । ଯେଉଁମାନେ ପାଠ ପଢା ନାଁରେ ଅଧିକ ସମୟ ପବଜି ଗେମରେ ମାତି ରହୁଛନ୍ତି ।

ପିଲାଙ୍କୁ ଏଭଳି ଅନଲାଇନ ଗେମ ନ ଖେଳିବା ପାଇଁ ଅଭିଭାବକ ବୁଝାଇବା ଦରକାର । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *