ପୂଜା କରିବା ସମୟରେ ଛିଙ୍କ ବା ହାଇ ଆସିଲେ କଣ ସୂଚନା ମିଳିଥାଏ- Ajira Anuchinta

ଠାକୁର ପୂଜା କରିବା ସମୟରେ ଲୋକ ମାନଙ୍କୁ ସୁଖ ଶାନ୍ତି ପ୍ରାପ୍ତ ହେବା ସହିତ ମନସ୍କାମନା ମଧ୍ୟ ପୂର୍ଣା ହୋଇଥାଏ ତେବେ ପୂଜା ପାଠ ବିଷୟରେ କିଛି ମହତ୍ଵ ପୂର୍ଣା କଥା ଜାଣିବା ଆବଶ୍ୟକ । ଗଣେଶଙ୍କୁ ତୁଲସୀ ପତ୍ର ବ୍ଯତୀତ ଅନ୍ୟ ସବୁ ପତ୍ର ପ୍ରିୟ ହୋଇଥାଏ ତେଣୁ ଗଣେଶଙ୍କ ପୂଜା କରିବା ସମୟରେ ତୁଲସୀ ବ୍ୟବହାର କରିବା ଉଚିତ ନୁହେଁ ।

ବିନା ସ୍ନାନ କରି ତୁଲସୀ ପତ୍ର ତୋଳିଲେ ଦେବତା ମାନେ ତାହା ସ୍ଵୀକାର କରିନଥାନ୍ତି ତେଣୁ ଏହା ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ରବିବାର ଦିନ କେବେବି ଦୂବ ଘାସ ଛିଣ୍ଡାଇବା ଉଚିତ ନୁହେଁ ଏହା ଅମଙ୍ଗଳ କାରୀ ହୋଇଥାଏ ଏବଂ କେତକୀ ପୁଷ୍ପ ମହାଦେବଙ୍କ ପୂଜାରେ ଲାଗିନଥାଏ । କେତକୀ ପୁଷ୍ପ ଦ୍ଵାରା କରତିକ ମାସରେ ଭଗବାନ ବିଷ୍ନୁଙ୍କୁ ପୂଜା କରାଗଲେ ଏହା ଆପଣଙ୍କ ପାଇଁ ବହୁତ ମଙ୍ଗଳକରି ହୋଇଥାଏ ।

ଠାକୁରଙ୍କ ସାମ୍ନାରେ ଜଳୁଥିବା ଦୀପ କେବେବି ଲିଭାଇବା ଉଚିତ ନୁହେଁ ନଚେତ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଅମଙ୍ଗଳ କରି ସାବ୍ୟସ୍ତ ହୋଇଥାଏ । ଯେଉଁ ମୂର୍ତି ସ୍ଥାପିତ ହୋଇଥାଏ ତାଙ୍କର ଆବାହନ କିମ୍ବା ବିସର୍ଜନ ହୋଇନଥାଏ ଏବଂ ସେହିପରି ଶାଳି ଗ୍ରାମର ମଧ୍ୟ ଆବାହନ ଓ ବିସର୍ଜନ ହୋଇନଥାଏ । ପୂଜା କରିବା ସମୟରେ ଛିଙ୍କ ବା ହାଇ ଆସିଲେ ଏହା ଶୁଭ ସୂଚନା ଦେଇଥାଏ । କିଛି ଭଲ ହେବାର ସଂକେତ ମିଳେ ।

ତୁଲସୀ ପତ୍ରା କେବେବି ମଧ୍ୟାନ ପରେ ଗ୍ରହଣ କରିବା ଉଚିତ ନୁହେଁ କିମ୍ବା ନିଜେ ମଧ୍ୟ ବ୍ୟବହାର କରିବା ଅନୁଚିତ ହୋଇଥାଏ । ପୂଜା କରୁଥିବା ସମୟରେ ଯଦି ଗୁରୁଜନ, ଜ୍ୟଷ୍ଠ ବ୍ୟକ୍ତି କିମ୍ବା ପୂଜା ବ୍ୟକ୍ତି ଆସନ୍ତି ତେବେ ପ୍ରଥମେ ତାଙ୍କୁ ପ୍ରଣାମ କଳାପାରେ ପୂଜା କାର୍ଯ୍ୟ ସମାପନ କରିବା ମଙ୍ଗଳକାରୀ ହୋଇଥାଏ । ମାଟି ମୂର୍ତିର ଆବାହାନ ଏବଂ ବିସର୍ଜନ ହୋଇନଥାଏ ତା ସହିତ ପୂଜା ସାରିବା ପରେ ଶାସ୍ତ୍ର ମତରେ ମୂର୍ତିକୁ ନଦୀରେ ପ୍ରବାହିତ କରାଯାଇଥାଏ ।

ପଦ୍ମ ଫୁଲକୁ ପାଞ୍ଚ ରାତି, ବେଲ ପତ୍ରକୁ ଦାସ ରାତି ଏବଂ ତୁଲସୀ ପତ୍ରକୁ ଏଗାର ରାତି ପର୍ଯ୍ୟନ୍ତ ଶୁଧକରୀ ପୂଜା କାର୍ଯ୍ୟରେ ଲଗାଯାଇ ପାରିବ । ପଞ୍ଚାମୃତ ପାଇଁ ଯଦି ସମସ୍ତ ଜିନିଷ ନମିଳେ ତେବେ କେବଳ କଞ୍ଚା କ୍ଷୀର ଦ୍ଵାରା ଠାକୁରଙ୍କ ସ୍ନାନ କରାଗଲେ ତାହା ଏକ ସମାନ ହୋଇଥାଏ । ସାଳ ଗ୍ରାମ ଉପରେ ଅକ୍ଷତ ଜିନିଷ ଚଢା ଯାଇନଥାଏ ତେବେ ଲାଲ ରଙ୍ଗ ମିଶ୍ରିତ ଚାଉଳ ଚଢା ଇବା ଦ୍ଵାରା ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ । ତମ୍ବା ପାତ୍ରରେ ଚନ୍ଦନ ଘୋରି ରଖାଗଲେ ଅପବିତ୍ର ହୋଇଥାଏ ଏବଂ ଚର୍ମ ପତ୍ରରେ ଗଙ୍ଗା ଜଳ ରଖିବା ଦ୍ଵାରା ମଧ୍ୟ ଅପବିତ୍ର ହୋଇଥାଏ ।

Leave a Reply

Your email address will not be published. Required fields are marked *