ପୁଣି ମହଙ୍ଗା ହେଲା ଗ୍ଯାସ, ଦେଖନ୍ତୁ କେତେ ବଢିଲା ଦର

ନମସ୍କାର ବନ୍ଧୁଗଣ । ସାଧାରଣ ଖାଉଟିଙ୍କ ଉପରେ ପୁଣି ମ-ହ-ଙ୍ଗା ମା-ଡ ହୋଇଛି । ଆଜି ପେଟ୍ରୋଲିୟମ କମ୍ପାନୀ ଘରୋଇ ଗ୍ଯାସ ଦର ବୃଦ୍ଧି କରିଛନ୍ତି । ରନ୍ଧନ ଗ୍ଯାସ ଦର ସିଲିଣ୍ଡର ପିଛା ୧୫ ଟଣକା ବୃଦ୍ଧି ପାଇବା ଫଳରେ ଭୁବନେଶ୍ଵରରେ ଗ୍ଯାସ ସିଲିଣ୍ଡର ପିଛା ୯୨୬ ଟଙ୍କାରେ ପହଞ୍ଚିଛି । ଆନ୍ତଜାତୀୟ ବୟାରେ ଅସଭ୍ୟ ତୈଳ ବୃଦ୍ଧି ଫଳରେ ଖୁଚୁରା ବଜାରରେ ମ-ହ-ଙ୍ଗା ହୋଇଛି ପେଟ୍ରୋଲିୟମ ଉତ୍ପାଦନ ଦର । ଗତ ୪ ମାସ ହେବ ଘରୋଇ ଗ୍ଯାସ ଦର ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସରେ ଗ୍ଯାସ ଦର ପିଛା ୨୫ ଟଙ୍କା ୫୦ପଇସା, ଅଗଷ୍ଟରେ ୨୫ଟଙ୍କା ଓ ସେପ୍ଟେମ୍ବରରେ ୨୫ଟଙ୍କା ବୃଦ୍ଧି ହୋଇଥିଲା ।

ଅନ୍ୟ ପଟେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ଆଜି ପେଟ୍ରୋଲ ଲିଟର ପିଛା ୩୦ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଫଳରେ ମାଳାକାନାଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ୪୫ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୬ଟଙ୍କା ୧ ପଇସା ହୋଇଛି । ଏଭଳି ଭାବେ ଗ୍ଯାସ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ଯୋଗୁ ସାଧାରଣ ଜନତା ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । କାରଣ କୋରୋନା ମହାମାରୀ ଯୋଗୁ ଲୋକ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଯାହା ଫଳରେ ଆର୍ଥିକ ପରିସ୍ଥିତି ପାଇଁ ଲୋକ ମାନେ ସକ୍ଷମ ନୁହନ୍ତି ।

୨୦୧୪ ପୂର୍ବରୁ ଆମ ଦେଶରେ ୪୦% ଲୋକ ମାନେ ଗ୍ଯାସ ବ୍ୟବହାର କରୁଥିଲେ । କିନ୍ତୁ ଉଜ୍ଵଳ ଯୋଜନା ଲାଗୁ ହେବା ପରେ ଭାରତରେ ୮୦% ରୁ ଅଧିକ ଲୋକ ମାନେ ଗ୍ଯାସର ଉପୋଯୋଗ କରୁଛନ୍ତି । ସରକାରଙ୍କ ଯୋଜନା ଅନୁଯାୟୀ ଜାଳେଣୀ ବଞ୍ଚାଇବା ପାଇଁ ଗ୍ଯାସର ବ୍ୟବହାର ଲାଗୁ ହୋଇଥିଲା । ଜାଳେଣୀର ବ୍ୟବହାର ଦ୍ଵାରା ଲୋକ ଅମଣଙ୍କର ଅନେକ ଶାରୀରିକ ସମୟା ହେଉଥିଲା । ଏହାକୁ ରୋକିବା ପାଇଁ ଆମ ସରକାର ଗ୍ଯାସର ଉପୋଯୋଗ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଆଜିକା ଡେଟରେ ଗ୍ଯାସ ଦର ଏତେ ମାତ୍ରା ରେ ବୃଦ୍ଧି ପାଇବାରେ ଲାଗିଛି ଯାହାର ପ୍ରଭାବ ପୁରା ରାଜ୍ୟବାସୀ ଙ୍କ ଉପରେ ପଡୁଛି ।

ବିଶେଷ କରି ମଧ୍ୟବିତ୍ତ ଲୋକ ମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ରହିବ । ଏହା ସହ ପେଟ୍ରୋଲ ଓ ଡିଜେଲ ଦର ଯେଉଁ ପରିମାଣରେ ବଢିବାରେ ଲାଗିଛି ଗାଡି ଚଳାଚାଳ କରିବା କଷ୍ଟସାଧ୍ୟ ହୋଇ ପଡିଲାଣି । ତେଣୁ ଏଥିପାରି ସରକାର ବିଶେଷ କରି ଧ୍ୟାନ ଦେବା ଉଚିତ । ଏହି ସବୁ ଦର କିପରି ଭାବେ ନିୟନ୍ତ୍ରଣକୁ ଆସିବ ତାହା ପ୍ରତି ସରକାର ଧ୍ୟାନ ଦେବା ଉଚିତ । ଯେମିତି ଆଗକୁ ଲୋକ ମାନେ ଅଧିକ ସମସ୍ୟାର ସମୁଖିନ୍ନ ନ ହୁଅନ୍ତି ।

ବନ୍ଧୁଗଣ ଆପଣ ମାନକର ଗ୍ଯାସ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *