ଯଦି ଭୁଲରେ ବି ସ୍ତ୍ରୀ ମାନେ କରନ୍ତି ଏହି ୫ଟି ଭୁଲ ତେବେ ସ୍ଵାମୀ ହୋଇଯିବେ ଦାଣ୍ଡର ଭିକାରୀ

ଆଜିର ଲେଖାରେ ଆଜି ଜାଣିବା ସ୍ତ୍ରୀର ଏହି ପଞ୍ଚୋଟି ଭୁଲ ସ୍ଵାମୀକୁ ଭିକାରି କରିଦିଏ । ଆମ ହିନ୍ଦୁ ଧର୍ମରେ ୧୬ ସଂସ୍କାରର ପ୍ରଥା ରହିଛି । ସେଥି ମଧ୍ୟରୁ ବିବାହ ପ୍ରଥା ଅନ୍ୟତମ, କାରଣ ବିବାହ ବନ୍ଧନରେ ବାନ୍ଧି ହୋଇ ସ୍ଵାମି ସ୍ତ୍ରୀ ସାତ ଜନ୍ମର ସାଥି ହୋଇଥାନ୍ତି । ବିବାହପରେ ତାଙ୍କ କର୍ମ ଗୋଟିଏ ଜାଗାରେ ଯୋଡି ହୋଇଯାଇଥାଏ । ତାଙ୍କ ମଧ୍ୟରୁ ଯିଏ ଭଲ କାମ କରୁକି ଖରାପ ଦୁହିଙ୍କ ଉପରେ ତାର ପ୍ରଭାବ ପଡିଥାଏ । ଯଦି ଜଣେ ଖରାପ କର୍ମ କରେ ତାକୁ ଦୁଇଜଣଙ୍କୁ ଭୋଗିବାକୁ ପଡିଥାଏ ।

Image Courtesy: Google

ପୁରାଣରେ ସ୍ତ୍ରୀ ମାନଙ୍କ ବିଷୟରେ ଏହି ପଞ୍ଚୋଟି କାମ ଲେଖା ଅଛି, ଯାହାକୁ କରିବା ଦ୍ଵାରା ଏହାର କିଛି ପ୍ରଭାବ ପଡିଥାଏ ଯାହା ଦ୍ଵାରା ତା ସ୍ଵାମି ସବୁବେଳେ ଗରିବର ଜୀବନ ବିତାଇଥାଏ । ତାଙ୍କ ଜୀବନରେ ସବୁବେଳେ ଦୁଃଖ ଦୁର୍ଦଶା ଲାଗି ରହିଥାଏ । ସମୟ ଯେତେ ଆଗକୁ ଆଗେଇଲେ ମଧ୍ୟ ଆମେ ଆମ ହିନ୍ଦୁ ଧର୍ମକୁ ଭୁଲିବା ନହିଁ । କିନ୍ତୁ ଏବେ ଅନେକ ମହିଳା ଆଧୁନିକ ହୋଇଗଲେଣି । ସେମାନେ ଜାଣତରେ ହେଉ ବା ଅଜାଣତରେ ବହୁତ ଭୁଲ କରି ବସନ୍ତି ।

Image Courtesy: Google

ପ୍ରଥମ ହେଉଛି ସନ୍ଧ୍ୟା ସମୟରେ ମହିଳାମାନେ ଝାଡୁ ମାରନ୍ତି । କିନ୍ତୁ ଜାଣି ରଖନ୍ତୁ ଏହା ବହତ ବଡ ଭୁଲ । ଦ୍ଵିତୀୟ ହେଉଛି  ମହିଳା ମାନେ ପ୍ରତି କଥାରେ ଝଗଡା କରନ୍ତି, ଓ କଟୁକଥା ବ୍ୟବହାର କରିଥାନ୍ତି । ଏହା କରିବା ଦ୍ଵାରା ସର୍ବଦା ଘରେ କଳହ ହୋଇଥାଏ । ଶାସ୍ତ୍ରରେ ଲେଖା ଅଛି ଯେଉଁ ଘରେ ଏହିପରି ସ୍ତ୍ରୀ ଲୋକ ରହିଥାନ୍ତି, ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହିପରି କରିବା ଦ୍ଵାରା ସମସ୍ତଙ୍କର ଶରୀର ଖରାପ ହୋଇଥାଏ ।

Image Courtesy: Google

ତୃତୀୟରେ ହେଉଛି ଘରର ସ୍ତ୍ରୀ ବହୁତ ସମୟ ପର୍ଯ୍ୟନ୍ତ ଶୋଇବା । ଏପରି ଘରେ ମା ଲକ୍ଷ୍ମୀ କେବେ ରୁହନ୍ତି ନାହିଁ । ଏହା ହିଁ ମୁଖ୍ୟ କାରଣ ଘରେ ଟଙ୍କା ପଇସା ନରହିବାର । ଚତୁର୍ଥ ହେଉଛି ଯେଉଁ ମହିଳା ମାନେ ପର ପୁରୁଷ ପ୍ରତି ଆଖି ରଖିଥାନ୍ତି, କିମ୍ବ ନିଜ ସ୍ଵାମି ପ୍ରତି ଘୃଣା ଭାବ ଦେଖେଇଥାନ୍ତି ଓ ଆଉ କାହା ସହିତ ସମ୍ପର୍କ ରଖିଥାନ୍ତି ।

Image Courtesy: Google

ଏହା କରିବା ଦ୍ଵାରା ଘରେ କେବେ ଶାନ୍ତି ରୁହେ ନହିଁ । ପଞ୍ଚମଟି ହେଉଛି ସ୍ତ୍ରୀ ଲୋକମାନେ ରୋଷେଇ କଲାବେଳେ ତରକାରୀରେ ଲୁଣ ହୋଇଛିକି ନାହିଁ ହାତ ପୁରାଇ ଚାଖି ଥାନ୍ତି । କିନ୍ତୁ ଏହା ତାଙ୍କ ଦ୍ଵାରା ବହୁତ ବଡ ଭୁଲ ହୋଇଥାଏ । ଏପରି କରିବା ଦ୍ଵାରା ସ୍ଵାମୀଙ୍କ ଉପରେ ବିପଦ ପଡିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *