ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗୁପ୍ତ ରହସ୍ୟ ! Mystery Of Ratna Bhandar

ରତ୍ନଭଣ୍ଡାରର ଗୁପ୍ତ ରହସ୍ୟ ! ବନ୍ଧୁଗଣ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଧାମ ଜଗନ୍ନାଥ ସଂସ୍କୃତିରେ ପରିପୂର୍ଣ୍ଣ ଓଡିଶାରେ ହଜାର ହଜାର ବର୍ଷ ତଳରୁ ଠିଆ ହୋଇ ରହିଛି ଶ୍ରୀ ଜଗନ୍ନାଥ ମନ୍ଦିର । ଯେଉଁ ମନ୍ଦିରରେ ପ୍ରଭୁ ବଳରାମ, ମାତା ସୁଭଦ୍ରା ଓ କୋଟି ଓଡିଆଙ୍କ ମଉଡମଣୀ ପ୍ରଭୁ ଶ୍ରୀ ଜଗନ୍ନାଥ । ପୁରୀର ଶ୍ରୀ ମନ୍ଦିର ବାହାରୁ ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ । ମନ୍ଦିର ଭିତର ସେତିକି ହିଁ ରହସ୍ୟରେ ଭରି ହୋଇ ରହିଥାଏ । ତେବେ ମନ୍ଦିରର ଅନେକ ରହସ୍ୟ ତ ମନ୍ଦିରର ରତ୍ନଭଣ୍ଡାର ମଧ୍ୟରେ ଲୁଚି ରହିଛି ।

ଯେଉଁ ରହସ୍ୟକୁ ଉନ୍ମୋଚନ କରିବା ଏତେ ବି ସହଜ ହୋଇନଥାଏ । ସେଥିପାଇଁ ତ ଏହି ରତ୍ନଭଣ୍ଡାରକୁ ଖୋଲିବା ପାଇଁ ଆଜି ପର୍ଯ୍ୟନ୍ତ କାହାର ବି ସାହସ ହୋଇନାହିଁ । ତେବେ ଏହି ରତ୍ନଭଣ୍ଡାରକୁ କେବେ ସାପ ଜଗି ରହିଛି ବୋଲି ଅନେକ କହିଥାନ୍ତି । ଯାହାର ନାମ ହେଉଛି ବାସୁକୀ ନାଗ । ଜିଏକି ହେଉଛନ୍ତି ପ୍ରଭୁ ଲୋକନାଥଙ୍କର ଚଳନ୍ତି ପ୍ରତିମା । ଯେତେବେଳେ ଏହି ରତ୍ନଭଣ୍ଡାରକୁ କିଏ ଖୋଲିବା ପାଇଁ ସାହସ କରିଛନ୍ତି । ସେତେବେଳେ ଏହି ବିଷଧର ସାପ ମାନଙ୍କର ଗର୍ଜନ ଶୁଣିବାକୁ ମିଳିଥାଏ ।

ପୂର୍ବରୁ ଅନେକ ଥର ବିଦେଶୀ ଆକ୍ରମଣକାରୀ ମାନେ ରତ୍ନଭଣ୍ଡାରକୁ ଲୁଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସେଥିରେ ବିଫଳ ହୋଇ ଫେରିଯାଇଛନ୍ତି । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ରତ୍ନଭଣ୍ଡାରକୁ ଗତ 2018 ମସିହାରେ ଶେଷ ଥର ପାଇଁ ଏହାକୁ ଖୋଲା ଯାଇଥିଲା । ସେଥିପାଇଁ ଶ୍ରୀମନ୍ଦିର ତରଫରୁ ଏକ 16 ଜଣିଆ ଟିମ ମଧ୍ୟ ଗଠନ କରାଯାଇଥିଲା । ତେବେ ରତ୍ନଭଣ୍ଡାରର 7 ଟି କୋଠରୀ ମଧ୍ୟରୁ ସେମାନେ ବାକି 4 ଟି କୋଠରୀକୁ ଖୋଲି ପାରିନଥିଲେ ।

ତେବେ 2018 ମସିହା ପୂର୍ବରୁ ଏହି ରତ୍ନଭଣ୍ଡାରକୁ ଖୋଲିବା ପାଇଁ କିଛି ଥର ଚେଷ୍ଟା କରାଯାଇଥିଲା । ହେଲେ ଯେଉଁ ମାନେ ରତ୍ନଭଣ୍ଡାର ଖୋଲିବାକୁ ଯାଉଥିଲେ । ସେଠାରେ ସେଠାରେ ଭୟଙ୍କର ତଥା ବିଷଧର ସାପ ମାନଙ୍କର ଗର୍ଜନ ଶୁଣି ସେଠାରୁ ଫେରି ଆସୁଥିଲେ । ପୁରୀର ସେବାୟତ ମାନଙ୍କ କହିବା ଅନୁସାରେ ରତ୍ନଭଣ୍ଡାର ଖୋଲିବା ହେଉଛି ବହୁତ ବଡ ମହାପାପ। ଏହା ହେଉଛି ପ୍ରଭୁ ଜଗନ୍ନାଥଙ୍କର ସମ୍ପତ୍ତି । ଏଥିରେ କାହାର ମଧ୍ୟ ଅଧିକାର ନାହିଁ ।

ଯେଉଁ ମାନେ ଏହି ରତ୍ନଭଣ୍ଡାରକୁ ଖୋଲିବା ପାଇଁ ଦୁଃସାହସ କରିବେ । ସେମାନଙ୍କୁ ପ୍ରଭୁ କେବେବି କ୍ଷମା କରିପାରିବେ ନାହିଁ । ଶ୍ରୀମନ୍ଦିରରେ ଦୁଇଟି ରତ୍ନଭଣ୍ଡାର ଅଛି । ତାହା ହେଉଛି ଗୋଟେ ଭିତର ପଟ ଓ ଅନ୍ୟଟି ହେଉଛି ବାହାର ପଟ । ତେବେ ବାହାର ପଟ ରତ୍ନଭଣ୍ଡାରରେ ରହୁଥିବା ଗହଣାଗାଣ୍ଠି ଆଦି ମହାପ୍ରଭୁଙ୍କ ନିତ୍ୟଦିନ ବେଷାଭୁଶ ପାଇଁ ବ୍ୟବହାର କରାଯାଇଥାଏ ।

ଏହାଛଡା ଭିତର ରତ୍ନଭଣ୍ଡାରରେ ପୁରୀ ଗଜପତି ମହାରାଜା ଯୁଦ୍ଧରେ ହରାଇଥିବା ରାଜା ମାନଙ୍କର ମୁକୁଟରେ ଥିବା ହୀରା, ନୀଳା, ମୋତି ଓ ମାଣିକ୍ୟ ଭଳି ମୂଲ୍ୟବାନ ରତ୍ନ ସବୁ ଏହି ଭଣ୍ଡାରରେ ରହିଥାଏ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *