ସ୍ଵପ୍ନରେ ମାଛ ଦେଖିବାର ସାଂଘାତିକ ଅର୍ଥ ଜାଣନ୍ତୁ । ନହେଲେ ପଛରେ ପସ୍ତେଇବେ…Swapna Shastra

ବନ୍ଧୁଗଣ ପ୍ରତ୍ଯେକଟି ଲୋକ ଶୋଇ ଥିବା ଅବସ୍ଥାରେ ଅନେକ ସମୟରେ କିଛି ନା କିଛି ସ୍ଵପ୍ନ ଦେଖିଥାଏ । ସ୍ଵପ୍ନରେ ସେହି ଲୋକ କିଛି ବି ଦେଖିପାରେ । ତେବେ ଯଦି ସେହି ଲୋକ ସ୍ଵପ୍ନରେ ଦେଖିଥିବା କଥାର ଅର୍ଥ ବୁଝିଯାଇଥାଏ । ତେବେ ସେ ଜୀବନରେ ଅନେକ କିଛି ସମସ୍ଯାରୁ ନିଜକୁ ହୁଏତ ଆଗୁଆ ସଚେତନ କରି ରଖିପାରିଥାଏ । କାରଣ ସ୍ଵପ୍ନରେ ଆମକୁ କିଛି ନା କିଛି ସଂକେତ ଦେଖିବାକୁ ମିଳିଥାଏ । ଯାହାକି ଆମ ବାସ୍ତବ ଜୀବନ ସହ ଯୋଡି ହୋଇ ରହିଥାଏ । ତେବେ ସ୍ଵପ୍ନ ଶାସ୍ତ୍ର ନାମକ ଗ୍ରନ୍ଥରେ ସବୁ ପ୍ରକାର ସ୍ଵପ୍ନର ଅର୍ଥ ସମ୍ପର୍କରେ ବିସ୍ତାର ଭାବେ ବୁଝା ଯାଇଛି । ତେବେ ବନ୍ଧୁଗଣ ସ୍ଵପ୍ନରେ ଯଦି ମାଛ ଦେଖିବାକୁ ପାଇଥାନ୍ତି । ତେବେ ତାହାର ଅର୍ଥ କଣ ହୋଇଥାଏ ଆସନ୍ତୁ ସେ ସମ୍ପର୍କରେ ଆଜି ଜାଣିବାକୁ ପାଇବା ।

1- ସ୍ଵପ୍ନରେ ଯଦି ରଙ୍ଗବେରଙ୍ଗ ର ଛୋଟ ଛୋଟ ମାଛ ଦେଖିବାକୁ ମିଳିଥାଏ । ତେବେ ଏହି ସ୍ଵପ୍ନ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ତେବେ ଏହି ସ୍ଵପ୍ନ ମାଧ୍ୟମରେ ଆପଣଙ୍କୁ ସୂଚନା ମିଳିଥାଏ । ଯେ ଆପଣଙ୍କ ନିକଟ ଭବିଷ୍ୟତରେ କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାକୁ ଯାଉଛନ୍ତି ।

2- ଯଦି ସ୍ଵପ୍ନରେ ଆପଣ କୌଣସି ବଡ ମାଛ ଦେଖିବାକୁ ପାଇଥାନ୍ତି । ତେବେ ଏହି ସ୍ଵପ୍ନ ଆପଣଙ୍କୁ ଶୁଭ ସଂକେତ ଦେଇନଥାଏ । କାରଣ ଏହି ସ୍ଵପ୍ନ ଆପଣଙ୍କୁ ସୁଚାଇ ଥାଏ । ଯେ ଆପଣଙ୍କ ଜୀବନରେ ଆଗକୁ କୌଣସି ପ୍ରକାର ଆର୍ଥିକ ସଙ୍କଟ ଆସିବାକୁ ଯାଉଅଛି । ତେଣୁ ଏଥିପ୍ରତି ଆପଣଙ୍କୁ ଅଧିକ ସାବଧାନୀ ଆପଣାଇବା ଉଚିତ ।

3- ଯଦି ସ୍ଵପ୍ନରେ ବ୍ୟକ୍ତି କୌଣସି ମାଛ ଧରିବାର ଦେଖିବାକୁ ପାଇଥାନ୍ତି । ତେବେ ଏହି ସ୍ଵପ୍ନ ମଧ୍ୟ ଆପଣଙ୍କ ପାଇଁ ଏକ ଭଲ ସ୍ଵପ୍ନ ହୋଇଥାଏ । ଏହି ସ୍ଵପ୍ନ ଆପଣଙ୍କ ଜୀବନରେ ଧନ ଆଗମନକୁ ସୁଚାଇ ଥାଏ ।

4- ଯଦି ସ୍ଵପ୍ନରେ ଆପଣ ବହୁତ ବଡ ମାଛକୁ ଧରି ନେଉଥିବାର ଦେଖିବାକୁ ପାଇଥାନ୍ତି । ତେବେ ଆପଣଙ୍କ ପାଇଁ ଏହା ଭଲ ସ୍ଵପ୍ନ ହୋଇଥାଏ । ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ୍ ମିଳିବାକୁ ଯାଉଛି । ଆପଣଙ୍କ ଜୀବନରେ ଆଗାମୀ ସମୟ ଭଲ ରହିବାକୁ ଯାଉଛି ବୋଲି ଏହି ସ୍ଵପ୍ନ ମାଧ୍ୟମରେ ଆପଣ ନିଜେ ଜାଣି ପାରିବେ ।

5- ସ୍ଵପ୍ନରେ ଯଦି ଧଳା କି କଳା ରଙ୍ଗର ମାଛ ଦେଖିବାକୁ ପାଇଥାନ୍ତି । ଆପଣ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସେଠାରେ ସଫଳ ହୋଇବା ସହ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟେହୀ ସମୟରେ ଭଲ ରହିବ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟିଏ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।

 

Leave a Reply

Your email address will not be published. Required fields are marked *