ପୁରୁଣାରୁ ପୁରୁଣା କାଶ 5 ମିନିଟରେ ହୋଇଯିବ ଦୂର, 6 ମାସର ଶିଶୁ ଠାରୁ 90 ବର୍ଷର ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ… Healthy Tips

ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ କେବଳ ଥରେ ମାତ୍ର ସେବନ କରିଲେ ଆପଣଙ୍କର ଯେତେ ପୁରୁଣା କାଶ ହେଲେ ବି ଭଲ ହୋଇଯିବ । ଛୋଟ ପିଲା ଠାରୁ ଆରମ୍ଭ କରି ବଡ ବୁଢା ସମସ୍ତେ ଏହାକୁ ସେବନ କରି ନିଜର କାଶକୁ ଭଲ କରି ପାରିବେ । ଏହି ଘରୋଇ ଉପଚାର ତିଆରି କରିବା ବହୁତ ହିଁ ସହଜ ଅଟେ । ଏହା କାଶ ଭଳି ରୋଗ ପାଇଁ ବହୁତ ହିଁ ଚମତ୍କାରୀ ଉପାୟ ଅଟେ । ତେବେ ଚାଳନ୍ତୁ ଏହି ଘରୋଇ ଉପାଚାର ବିଷୟରେ ।

ଏହି ଘରୋଇ ଉପାଚାର ପାଇଁ ପ୍ରଥମେ ଅଦା ନିଅନ୍ତୁ ଓ ତାହାର ଚୋପା ଛଡାଇ ଦିଅନ୍ତୁ । ଅଦାର ୪ – ୫ ଟି ଛୋଟ ଛୋଟ ଖଣ୍ଡ କରନ୍ତୁ । ୪ – ୫ ଟି ଲବଙ୍ଗ o ୧୦ ଟି ଗୋଲମରୀଚ ନିଅନ୍ତୁ । ପ୍ରଥମେ ଆପଣ ଗୋଟିଏ ତାୱା ଗ୍ୟାସ ଉପରେ ରଖି ଏଥିରେ ଲବଙ୍ଗ ଓ ଗୋଲମରିଚକୁ ଅଳ୍ପ ଭାଜି ଦିଅନ୍ତୁ ।

ଯେତେ ପର୍ଯ୍ୟନ୍ତ ଏହି ଲବଙ୍ଗ ଓ ଗୋଲମରିଚ କଳା ନ ପଡି ଯାଇଛି ସେହି ସମୟ ପର୍ଯ୍ୟନ୍ତ ଭାଜନ୍ତୁ । ଏହି ଲବଙ୍ଗ ଓ ଗୋଲମରିଚକୁ ଏକ ପାତ୍ରରେ କାଢି ରଖନ୍ତୁ । ବର୍ତ୍ତମାନ ତାୱା ଗରମ ଅଛି ସେଥିପାଇଁ ଆପଣ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ । କାରଣ ଏହି ଗରମ ତାୱାରେ ଆପଣ ୪ – ୫ ଟି ଅଦାକୁ ଆରାମରେ ରଖି ଭାଜି ପାରିବେ । ଅଦାକୁ ଆପଣ ଉଭୟ ପାର୍ଶ୍ଵରେ ଭାଜି ଦିଅନ୍ତୁ ।

ଅଦାକୁ ଏକ ପାତ୍ରରେ କାଢି ଦିଅନ୍ତୁ । ବର୍ତ୍ତମାନ ଆପଣ ଲବଙ୍ଗ ଓ ଗୋଲମରିଚକୁ ହେମଦସ୍ତା ସାହାର୍ଯ୍ୟରେ ଗୁଣ୍ଡ କରି ଗୋଟିଏ ପାତ୍ରରେ କାଢି ଦିଅନ୍ତୁ । ଠିକ ସେହିଭଳି ଅଦାକୁ ବି ହେମଦସ୍ତା ସାହାର୍ଯ୍ୟରେ ଛେଚି ଏକ ପାତ୍ରରେ କାଢି ଦିଅନ୍ତୁ । ଯଦି ଆପଣ ୬ ମାସରୁ ୧ ବର୍ଷ ପିଲାମାନଙ୍କର କାଶ ଜନିତ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଲବଙ୍ଗ ଓ ଗୋଲମରିଚ ଗୁଣ୍ଡର ଚିମୁଟା ମାତ୍ରେ ନିଅନ୍ତୁ ।

ଏଥିରେ ଆପଣ ଅଧ ଚାମଚ ମହୁ ମିଶାନ୍ତୁ । ଆପଣ ଏହାକୁ ଛୋଟ ପିଲାମାନଙ୍କୁ ଚଟାଇ ଦିଅନ୍ତୁ ଓ ତାଙ୍କୁ ଅଳ୍ପ ଉଷୁମ ପାଣି ପିଇବାକୁ ଦିଅନ୍ତୁ । କେବଳ ଥରେ ମାତ୍ର ସେବନ କରିବା ଦ୍ଵାରା ଆପଣଙ୍କର ଯେତେ ପୁରୁଣା କିମ୍ବା ଭୟଙ୍କର କାଶ ହୋଇଥିଲେ ବି ତାହା ଭଲ ହୋଇଯିବ । ସେହିଭଳି ୨୦ ବର୍ଷ ରୁ ଅଧିକ ବୟସର ଲୋକମାନେ ବି ଏହାକୁ ସେବନ କରି ନଜିର କାଶ ସମସ୍ୟାକୁ ଦୂର କରି ପାରିବେ ।

ସେଥିପାଇଁ ପ୍ରଥମେ ଆପଣ ଏହି ଗୁଣ୍ଡର ଅଧ ଚାମଚ ନିଅନ୍ତୁ ଓ ଏଥିରେ ଅଦାର ୫ – ୧୦ ବୁନ୍ଦା ରସ ମିଶାନ୍ତୁ । ଏଥିରେ ଅଧ ଚାମଚ ମହୁ ମିଶାଇ ସେବନ କରନ୍ତୁ । କାଶ ସହିତ ଏହା ଆପଣଙ୍କର ଥଣ୍ଡା ଭଳି ସମସ୍ୟାକୁ ବି ଦୂର କରିଦେବ ।

Leave a Reply

Your email address will not be published. Required fields are marked *