ଗୋଟେ ସଫଳ ବିବାହିତ ଜୀବନ ସ୍ଵପ୍ନ ସମସ୍ତ ଦେଖି ଥାନ୍ତି, କିନ୍ତୁ ଜଣା ଅଜଣା ରେ ଲୋକ ଏମିତି କିଛି ଭୁଲ କରିଥାନ୍ତି ଯାହା ଦ୍ଵାରା ତାଙ୍କ ସୁଖୀ ଜୀବନ ଖରାପ ହୋଇଥାଏ, ବିବାହିତ ଜୀବନ ସୁଖମୟ କରିବା କୌଣସି ଖେଳ ଘର ନୁହ ଏହା ପାଇଁ ବହୁତ କିଛି ବଦଳିବାକୁ ପଡିଥାଏ, ତେବେ ବଡ ଲୋକଙ୍କ କହିବା ଅନୁଯାଇ ସୁଖୀ ବିବାହିତ ଜୀବନ ପାଇଁ ସ୍ତ୍ରୀ ପୁରୁଷ ଦୁହିଙ୍କୁ କିଛି ବଦଳିବାକୁ ପଡିଥାଏ । ତେବେ ପୁରୁଷଙ୍କ ଏହି ୪ଟି ଅଭ୍ୟାସ ବଦଳିବା ଉଚିତ ନଚେତ ତାଙ୍କ ବିବାହିତ ଜୀବନ ଖରାପ ହୋଇଥାଏ, ତେବେ ଆସନ୍ତୁ ଜାଣିବା ଏହି ୪ଟି ଅଭ୍ୟାସ ବିଷୟରେ ।
ସମୟର ଧ୍ୟାନ ଦିଅନ୍ତୁ:
ବିବାହ ଆଗରୁ ଆପଣଙ୍କ ସାଙ୍ଗ ସହ ସମୟ କାଟିବା ଉଚିତ କିନ୍ତୁ ବିବାହ ପରେ ଏହା ଆପଣଙ୍କ ସ୍ତ୍ରୀକୁ ଚିନ୍ତିତ କରି ପାରେ, ନିଜ ସମୟ ବ୍ୟବସ୍ଥିତ କରନ୍ତୁ, ସାଙ୍ଗମାନଙ୍କ ପାଇଁ ସମୟ ବାହାର କଲା ବେଳେ ନିଜ ସ୍ତ୍ରୀ ପାଇଁ ମଧ୍ୟ ବିଶେଷ ସମୟ ବ୍ୟବସ୍ତା କରନ୍ତୁ ।
ଘର କାମରେ ସାହାଜ୍ଯ କରିବା :
ଘର ସବୁ ଦାଇତ୍ଵ ସ୍ତ୍ରୀକୁ ଦେଲା ପରେ ହେଇପାରେ ତାଙ୍କ ପାଖରେ ଆପଣଙ୍କ ପାଇଁ ସମୟ ନଥିବ, ଏମିତି ସମୟରେ ସମ୍ପର୍କ ଭଲ କରିବା ପାଇଁ ନିଜ ଜୀବନସାଥୀଙ୍କୁ କାମରେ ତାଙ୍କ ସାହାଜ୍ଯ କରନ୍ତୁ ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ଭଲ ଏବଂ ସୁଖମୟ ହବ ।
ପ୍ରଶଂସା କରିବା ଭୁଲନ୍ତୁ ନାହିଁ :
ବିବାହ ପରେ ବହୁତ ପୁରୁଷ ନିଜ ସ୍ତ୍ରୀ ପ୍ରଶଂସା କରିବା ଭୁଲି ଯାନ୍ତି, ଏହି କାରଣ ପାଇଁ ବହୁତ ଲୋକଙ୍କ ସମ୍ପର୍କ ବୋରିଙ୍ଗ ହବା ଆରମ୍ଭ ହୋଇଥାଏ, ଏମିତି ପରିସ୍ଥିତି ରେ ନିଜ ପାର୍ଟନର କୁ ବିଶେଷ ଅନୁଭବ କରେଇବା ପାଇଁ ସମୟ ସମୟ ଅନୁଯାଇ ତାଙ୍କ ପ୍ରଶଂସା କରନ୍ତୁ ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ଭଲ ରହିବ ।
ଇମ୍ପ୍ରେସ କରିବା ପାଇଁ ଚେଷ୍ଟା କରନ୍ତୁ :
ବିବାହ ଅର୍ଥ ଏହା ନୁହ ଯେ ଆପଣ ନିଜ ସ୍ତ୍ରୀକୁ ଇମ୍ପ୍ରେସ କରିବା ଛାଡି ଦିଅନ୍ତୁ, ଯଦି ଆପଣ ଚାହୁଁଛନ୍ତି ଯେ ବିବାହ ପ୍ରଥମ ଦିନ ଭଳି ପ୍ରେମ ଜୀବନ ସାରା ରହୁ ତେବେ ସମୟ ସମୟ ଅନୁଯାଇ ନିଜ ସ୍ତ୍ରୀକୁ ଇମ୍ପ୍ରେସ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଜୀବନ ସୁଖମୟ ହବ । କିଛି ବଡ କରିବା ଦରକାର ନାହିଁ ଛୋଟ ଛୋଟ କାମ ଦ୍ଵାରା ସ୍ତ୍ରୀ ଅଧିକ ପ୍ରଶନ ହୋଇଥାନ୍ତି ଯେମିତି ଖାଇଲା ବେଳେ ତାଙ୍କୁ ଆଗ ଖୁଆନ୍ତୁ ବା କୁଆଡେ ଗଲେ ତାଙ୍କ ପାଇଁ କାର କବାଟ ଆପଣ ଖୋଲି ଦିଅନ୍ତୁ ଯାହା ଫଳରେ ତାଙ୍କୁ କେବେ କେବେ ଏହା ନ ଲାଗୁ ଯେମିତି ଆପଣ ତାଙ୍କୁ ଆଗ ଭଳି ଭଲ ପାଉ ନାହାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।