ପତଳା ଦେଖାଯିବା ପାଇଁ ଯଦି ପିନ୍ଧିଥାନ୍ତି “ବଡି ସେପର” ତେବେ ହେଇପାରେ ଏହି ଭୟାନକ ରୋଗ ସବୁ

ବଡି ଶୋପର୍ସ ର ବ୍ୟବହାର ଆପଣଙ୍କୁ ପତଳା ଦେଖାଯିବାରେ ବହୁତ ସାହାଯ୍ୟ କରିଥାଏ । ଆପଣ ବଡି ଶୋପର୍ସ ,କମର ଟ୍ରିମର ଆଦିର ନାମ ବହୁତ ଶୁଣିଥିବେ ବା ଆପଣ ଏହାକୁ ବ୍ୟବହାର କରୁଥିବେ । କୁହାଯାଏ କି ଏହା ଆପଣଙ୍କ ଓଜନକୁ କମ କରିଥାଏ କିନ୍ତୁ ଆପଣ ଜାଣିନଥିବେ ଏହାଦ୍ୱାରା କ୍ଷତି ବି ହୋଇଥାଏ । ଜାଣନ୍ତୁ ବଡି ଶୋପର୍ସର ବ୍ୟବହାର କରିବାର ଲାଭ ଏବଂ କ୍ଷତି ।

ପତଳା କରେ

ବଡି ଶୋପର୍ସ ବ୍ୟବହାର କଲେ ଆପଣ ପତଳା ହୋଇଯାନ୍ତି । ଯାହାର ପେଟ ଅଧିକ ବଡ ହୋଇଥାଏ ତାଙ୍କ ପାଇଁ ଏହା ଲାଭଦାୟକ ବୋଲି ପ୍ରମାଣିତ ହୋଇଥାଏ ।

ମନ ମୁତାବିକ ଦିଅ ସେପ

ଯଦି ଆପଣ ଭଲ ପାଁକ୍ଷର ଚାହୁଁଛନ୍ତି ତାହେଲେ ବଡି ଶୋପର୍ସ ଆପଣଙ୍କର ସହଜରେ ସାହାଯ୍ୟ କରିପାରିବ । ଏହା ଆପଣଙ୍କ ଅନୁସାରେ ଆପଣଙ୍କ ଶରୀରରେ ଏମିତି ଫିଟ ହୋଇଯାଏ କି ଆପଣ କୌଣସି ଡ୍ରେସ ପିନ୍ଧନ୍ତି ତାହେଲେ ଆପଣଙ୍କ ବହୁତ ଭଲ ଲାଗିଥାଏ ।

କଂଫିଡେନ୍ସ ବଢାଏ

ଆପଣଙ୍କ ଓଜନ ବଢିଯିବା କାରଣରୁ ଆପଣଙ୍କର ଆତ୍ମବିଶ୍ଵାସ ସ୍ତର କମି ଯାଇଥାଏ । ଆପଣ ଭାବିବେ କି ମୁ କୌଣସି ଫିଟ ଜିନିଷ ପିନ୍ଧି ପାରିବି ନାହିଁ । ଏଥିରେ ଆପଣ ବଡି ଶୋପର୍ସ ବ୍ୟବହାର କରି ସହଜରେ ଆପଣ ଏହି ସାମସ୍ୟାରୁ ମୁକ୍ତି ପାଇପାରିବେ ଏବଂ ଯାହାଦ୍ୱାରା ଆପଣଙ୍କର ଆତ୍ମବିଶ୍ଵାସ ପୁଣି ଠାରେ ବଢିଯିବ ।

ବଡି ଶୋପର୍ସକୁ ପିନ୍ଧିଲେ ହୋଇଥିବା କ୍ଷତି

ଏହାକୁ ପିନ୍ଧିବା ଦ୍ଵାରା ବହୁତ ସ୍ୱାସ୍ଥ୍ୟ ସବନ୍ଧୀୟ କ୍ଷତି ହୋଇଥାଏ । ଜାଣନ୍ତୁ ଏହା ବିଷୟରେ ।

ଫୁସଫୁସ ଉପରେ ପକାଇଥାଏ ସିଧା ପ୍ରଭାବ

ବଡି ଶୋପର୍ସ ପିନ୍ଧିଲେ ଫୁସଫୁସର ତଳ ଅଂଶକୁ ସଙ୍କୁଚିତ କରିବା ଆରମ୍ଭ କରିଦେଇଥାଏ । ସହଜ ଶବ୍ଦରେ କୁହାଯାଏ ତ ଏହି ପରିସ୍ତିତିରେ ଫୁସଫୁସ ଅକ୍ସିଜେନ ନେଇପାରେ ନାହିଁ ,କାରଣ ଏହା ବହୁତ ସମୟରେ ଫୁସଫୁସର ଶ୍ଵାସ ଏବଂ ସମଗ୍ର କାମକାଜ କୁ ପ୍ରଭାବିତ କରିବାକୁ ଚାହିଁଥାଏ ।

ରକ୍ତ ପ୍ରସାରକୁ ପ୍ରଭାବିତ କରିଥାଏ

ବଡି ଶୋପର୍ସ ବହୁତ ଟାଇଟ ହୋଇଥାଏ । ଯାହା ଫଳରେ ସ୍କିନ ଏବଂ ମସଲ୍ସ ରେ ଅଧିକ ପ୍ରେସର ପଡିଥାଏ । ଯେଉଁ କାରଣରୁ ରକ୍ତ ପ୍ରସାର ପ୍ରଭାବିତ ହୋଇଥାଏ ।

ହେଇପାରେ ବଦହଜମିର କାରଣ

ଏହା ଆପଣଙ୍କ ଶରୀରର ଅଙ୍ଗ ଉପରେ ବହୁତ ପ୍ରେସ ପକାଇଥାଏ ,ଯେଉଁଥିରେ ପେଟ ,ଲିଭର ଆଦି ସାମିଲ ଅଛି । ମୁଖ୍ୟରୂପରେ ଶରୀରର ଏମିତି ଅଙ୍ଗ ଯାହା ହଜମ ର କାମ କରିଥାଏ । ଯାହା ଆଗକୁ ବଦହଜମିର କାରଣ ହୋଇପାରେ ।

ପାଦକୁ କରିପାରେ ସଂଜ୍ଞାହିନ

ବଡି ଶୋପର୍ସ ପିନ୍ଧିଲେ ଆମ ଶରୀର ଉପରେ ଅଧିକ ପ୍ରେସର ପଡିଥାଏ ,ଯାହାଦ୍ୱାରା ରକ୍ତ ପ୍ରସାର ଉପରେ ଅଧିକ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ପାଦ ପର୍ଯ୍ୟନ୍ତ ରକ୍ତ ପହଞ୍ଚି ପାରିନଥାଏ ଯାହା ସଂଜ୍ଞାହିନ ର କାରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *