ଭାରତ ସେନାକୁ ସୁପର ସୋଲଜର୍ କବଚ ଦେବେ ପୁତିନ୍, ଆଉ ଶହିଦ ହେବେ ନାହିଁ ଭାରତୀୟ ଯବାନ – ଦେଖନ୍ତୁ କଣ କହିଲେ ପୂତିନ୍

ଗତ ଗୁରୁବାର ଦିନ ହୋଇଯାଇଥିବା ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ସାରା ଦେଶ ଭାରତର ସପକ୍ଷରେ ଠିଆ ହୋଇଛି । ସମସ୍ତେ ମିଳିମିଶି ଏହି ସମସ୍ୟାର ସମ୍ମୁଖୀନ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି । ସବୁ ଦେଶ କିଛି ନା କିଛି ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ରୁଷ ତରଫରୁ କୁହାଯାଇଛି ଯେ ସେମାନେ ଆମ ସେନାମାଙ୍କ ପାଇଁ ଏଭଳି ଡ୍ରେସ ଦେବେ ଯାହାକୁ ପିନ୍ଧି ଯୁଦ୍ଧ କରିଲେ ମଧ୍ୟ ଆମର ସେନା ସହିଦ ହେବେ ନାହିଁ ।

ନିଜ ସେନାକୁ ଅଧିକା ମଜବୁତ କରିବା ପାଇଁ ରୁଷ ରୋବୋଟିକ୍ ୟୁନିଫର୍ମ ବାହାର କରୁଛି । ତେବେ ଏହି ୟୁନିଫର୍ମ ପିନ୍ଧି ଯୁଦ୍ଧକ୍ଷେତ୍ରରେ ଲଢିବା ଦ୍ୱାରା ସୈନ୍ୟ ମାନଙ୍କୁ ବହୁତ ତାକତ ମିଳିଥାଏ । ଏହା ଦ୍ୱାରା ରୁଷ ଏକ ମଜବୁତ ସେନାର ନିର୍ମାଣ କରିପାରିବେ। ଏହି କବଚ ସୈନିକ ମାନଙ୍କୁ ଗୁଳୀରୁ ବଞ୍ଚେଇବ।  କଳା ରଙ୍ଗର ଏହି ରୋବୋଟିକ୍ କବଚ୍ ରେ ଷ୍ଟ୍ରର୍ମଟୁପର୍ ଷ୍ଟାଇଲ୍ ବାଲା ହେଲମେଟ୍ ଦିଆଯାଇଛି । ଯାହା ହତିଆର ଓ ନକ୍ସାକୁ ଚିହ୍ନଟ କରିବ , ଏହି ହେଲମେଟ୍ ରେ ଲାଗିଥିବା ସ୍କ୍ରିନ୍ ଉପରେ ପପ୍ ଅପ୍ ଖୋଲି ଥାଏ , ଯାହା ଯୁଦ୍ଧ କ୍ଷେତ୍ରରେ ପ୍ଲାନ୍ କରିବାରେ କାମ କରିଥାଏ , ହେଲମେଟ୍ ରେ ନାଇଟ୍ ଭିଜନ ସୁବିଧା ଦିଆଯାଇଛି ।

ରୁଷ ଭାରତକୁ ଦେବ ଏହି କବଚ :

ରୁଷ୍ ଭାରତକୁ ଏହାକୁ ତାର ଆବିଷ୍କାର ବାଣ୍ଟିବା କଥା ରକ୍ଷା ମନ୍ତ୍ରାଳୟର ସୁତ୍ରରୁ ଜଣା ପଡିଛି , ପ୍ରଥମରୁ ଭାରତ ଓ ରୁଷ୍ ମିଶିକରି ବ୍ରହ୍ମୋସ୍ ପରି ଶକ୍ତି ଆବିଷ୍କାର କରିଛନ୍ତି । ଏହି ସୁରକ୍ଷା କବଚ ମସ୍କୋ ସ୍ଥିତ ହତିଆର ନିର୍ମାଣ ସଂବନ୍ଧୀ ରିସର୍ଚ୍ଚ ଇନଷ୍ଟିଟ୍ୟୁଡ୍ ଫର୍ ପ୍ରେସିସନ୍ ମେସିନ୍ ବିଲଡିଙ୍ଗ୍ ରେ ବନାଯାଇଛି । ତେବେ ଅନ୍ୟ ସବୁ ଦେଶ କଣ କଣ ସହାୟତା କରିବେ ସେ ତ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *