ରାଶି ଅନୁସାରେ ଜାଣନ୍ତୁ କେଉଁ ଭଗବାନଙ୍କୁ ପୂଜା କରିବା ଆପଣଙ୍କ ପାଇଁ ହେବ ଶୁଭ

ଆମ ହିନ୍ଦୁ ଧର୍ମରେ ୩୩କୋଟି ଦେବୀ ଦେବତା ଅଛନ୍ତି । ଏମାନଙ୍କୁ ପୂଜା ଆରଧନା କରିବା ଏବଂ ସେମାନଙ୍କୁ ପ୍ରସନ୍ନ କରିବା ଟିକେ କଷ୍ଟ କାମ ହୋଇଯାଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବୁକି ଆପଣ କେଉଁ ଭଗବାନଙ୍କର ଅଧିକ ପୂଜା କରିବେ ତ ଆପଣଙ୍କୁ ସବୁଠାରୁ ଅଧିକ ଲାଭ ହେବ । ସବୁ ରାଶିର ନକ୍ଷତ୍ର ଅନୁସାରେ ଜ୍ୟୋତିଷ ଶାସ୍ତ୍ରରେ ଭଗବାନଙ୍କର ଉଲେଖ କରାଯାଇଛି ଯାହା ସେହି ରାଶି ବାଲାଙ୍କ ଜାତକ ରେ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି ।

ରାଶି ଅନୁସାରେ କରନ୍ତୁ ଏହି ଭଗବାନଙ୍କ ର ପୂଜା

ମେଷ ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବୁଧବାର ଦିନ ଗଣେଶ ଏବଂ ମଙ୍ଗଳବାର ଦିନ ହନୁମାନ ଙ୍କୁ ପୂଜା ଆରଧନା କରିବା ଶୁଭ ହୋଇଥାଏ । ଏହି ଦିନ ସକାଳୁ ଦୀପ ଲଗାଇ ଗଣେଶ ଏବଂ ହନୁମାଙ୍କର ଚାଳିଶା ପାଠ କରନ୍ତୁ ।

ବୃଷ ରାଶି

ଏହି ରାଶି ବ୍ୟକ୍ତିଙ୍କୁ ସବୁ ସୋମବାର ଦିନ ଶିବଙ୍କର ପୂଜା କରିବା ଦରକାର । ଶିବ ଏହି ରାଶିର ଲୋକମାନଙ୍କ ଉପରେ ବିଶେଷ ଦୟା କରିଥାନ୍ତି ।

ମିଥୁନ ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କୁ ସରସ୍ଵତୀ ଏବଂ ଗଣେଶ ଙ୍କର ଆରଧନା କରିବା ଦରକାର । ଏହି ଦୁଇ ଦେବତା ଆପଣଙ୍କୁ ସାହେ ବୁଢୀ ଦେଇଥାନ୍ତି ଏବଂ ଆପଣଙ୍କୁ ଜୀବନର ସଫଳତା ରାସ୍ତାରେ ନେଇଯାଇଥାନ୍ତି ।

କର୍କଟ ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କୁ ଶନିଦେବ ଙ୍କୁ ପ୍ରସନ୍ନ କରିବା ଦରକାର । ସବୁ ଶନିବାର ଦିନ ତାଙ୍କୁ ତେଲ ଅର୍ପଣ କରନ୍ତୁ ଏବଂ ଉପବାସ ବି ରଖନ୍ତୁ ।

ସିଂହ ରାଶି

ଏହି ରାଶିର ଲୋକମାନଙ୍କୁ ଦୂର୍ଗାଙ୍କର ଆରଧନା କରିବା ଦରକାର । ମାଙ୍କ ସହିତ ସିଂହ ରାଶି ଲୋକମାନଙ୍କର ବିଶେଷ କନେସନ ଥାଏ । ମା ଏମାନଙ୍କର ପ୍ରଥାନାକୁ ଅଣଦେଖା କରିପାରନ୍ତି ନାହିଁ ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିମାନେ ସବୁ ବୁଧବାର ଦିନ ଗଣେଶଙ୍କୁ ଗୋଲାପ ଫୁଲ ଚଢାନ୍ତୁ ,ଏମିତି କରିବା ଦ୍ଵାରା ସେମାନଙ୍କ ଜୀବନର ସମସ୍ଯା ଦୂର ହୋଇଥାଏ ।

ତୁଳା ରାଶି

ଏହି ରାଶିର ବ୍ୟକ୍ତିମାନଙ୍କୁ ମା ଲକ୍ଷ୍ମୀ ଙ୍କର ଆରଧନା କରିବା ଦରକାର । ପ୍ରତି ଶୁକ୍ରବାର ଦିନ ମାଙ୍କ ପାଖରେ ଆଳତି କରି ତାଙ୍କର ବ୍ରତ ରଖିଲେ କେବେହେଲେ ଧନର କମି ହୋଇନଥାଏ ।

ବିଛା ରାଶି

ଏହି ରାଶିର ବ୍ୟକ୍ତିମାନଙ୍କୁ ଭୈରବ ବାବାଙ୍କୁ ଖୁସି କରିବା ଦରକାର ,ଏମିତି କଲେ ଆପଣଙ୍କ ଉପରେ କେବେ କୌଣସି ମୁଷିବତ ଆସିବ ନାହିଁ ।

ଧନୁ ରାଶି

ଏହି ରାଶିର ଲୋକମାନଙ୍କୁ ରାମ ଏବଂ କୃଷ୍ଣଙ୍କର ଜପ କରିବା ଦରକାର ,ରୁଦ୍ରାକ୍ଷ ମାଳୀ ଆଣି ୧୦୮ଥର ହରେ କୃଷ୍ଣ ହରେ ରାମ ର ଜପ କରନ୍ତୁ । ଆପଣଙ୍କୁ ଅଧିକ ଫାଇଦା ହେବ ।

ମକର ରାଶି

ଏହି ରାଶିର ଲୋକମାନେ ବିଶନୁ ଙ୍କର ପୂଜା କରିବା ଦରକାର । ଏମିତି କାଲେ ଆପଣଙ୍କ ଘରେ କେବେ ଧନର କମି ରହିବା ନାହିଁ ।

କୁମ୍ଭ ରାଶି

ଏହି ରାଶିର ଲୋକମାନଙ୍କୁ କୃଷ୍ଣ ଭଗବାନଙ୍କର ପୂଜା ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ମିନ ରାଶି

ଏହି ରାଶି ଲୋକମାନଙ୍କୁ ମା ଲକ୍ଷ୍ମୀ ଏବଂ ଭଗବାନ ବିଶନୁ ଙ୍କର ଆରଧନା କରିବା ଉଚିତ । ଏହି ଦୁଇ ଦେବୀ ଦେବତା ଆପଣଙ୍କ ଜୀବନରେ ଖୁସି ଏବଂ ସମୃଦ୍ଧି ଆଣିଥାନ୍ତି ।

Leave a Reply

Your email address will not be published. Required fields are marked *