ରାତି ରେ ପେଚା ର ଶବ୍ଦ ଯାହାକୁ ବି ଶୁଣାଯାଏ ତାକୁ ମିଳିଥାଏ ଏହି 3ଟି ସଂକେତ

ପ୍ରକୃତି ଆମକୁ ଅନେକ କିଛି ଛୋଟ ବଡ କଥାର ସୂଚନା ଦେଇଥାଏ । ଏହି ସବୁ ସଂକେତ ଆମକୁ ଆମର ଭବିଷ୍ୟତ ସହ ଜଡିତ ବହୁ କିଛି କଥାର ଆଭାଷ ଦେଇଥାଏ । ଜୀବନରେ ଘଟିବାକୁ ଯାଉଥିବା ଭଲ କି ମନ୍ଦ ବିଷୟରେ ମଧ୍ୟ ସୂଚନା ଦେଇଥାଏ । ଯଦି ସେହି ସବୁ ସଂକେତକୁ ଆଗରୁ ଜାଣି ଦେଇଥାଉ । ସେହି ଅନୁସାରେ ନିଜକୁ ଆମେ ଆଗୁଆ ସଚେତନ କରାଇ ନେଇଥାଉ । ପାରା ଯଦି ଘରର ମୁଖ୍ୟ ଦ୍ଵାରା ବା ଝରକାରେ ଆସି ବସି ଯାଇଥାଏ ।

ତେବେ ଆପଣଙ୍କୁ ଧନର ପ୍ରାପ୍ତି ହୋଇଥାଏ । ହେଲେ ପାରା ପକ୍ଷୀର ଘରେ ବସା ବାନ୍ଧିବା ଘର ପାଇଁ ଶୁଭ ନୁହେଁ । ଘର ଉପରେ ମୟୂର ବସିବାକୁ ବହୁତ ଶୁଭ ମନା ଯାଇଥାଏ । କୌଣସି କାର୍ଯ୍ୟରେ ଯିବା ସମୟରେ ମୟୂର ଦେଖିବା ଦ୍ଵାରା ସେହି କାର୍ଯ୍ୟରେ ସଫଳତା ମିଳିଥାଏ । ତେବେ ଆଜି ଆମେ ପେଚା ପକ୍ଷୀ ବିଷୟରେ  ବିଶେଷ ଭାବରେ କହିବା ପାଇଁ ଯାଉଛୁ ।

ପେଚା ଏକ ଏପରି ନିଶାଚର ପକ୍ଷୀ ଅଟେ । ଯାହା ଦିନ ବେଳା ଶୋଇବା ବେଳେ ରାତିରେ ଜାଗ୍ରତ ଅବସ୍ଥାରେ ରହିଥାଏ । ଅନେକ ଲୋକ ପେଚାକୁ ଦେଖି ବହୁତ ସମୟରେ ଡରି ଯାଇଥାନ୍ତି । ଅନେକ ଲୋକ ପେଚାକୁ ଦେଖିବା ମାତ୍ରେ ହିଁ ତାହାକୁ ଅଶୁଭ କହିବା ଆରମ୍ଭ କରିଦେଇଥାନ୍ତି । କାରଣ ପେଚା ମୁହଁରୁ ନିସୃତ ଧ୍ୱନି ରାତିର ଶାନ୍ତିର ବାତାବରଣକୁ ଭୟନାକ କରିଥାଏ ।

ହେଲେ ମା’ ଲକ୍ଷ୍ମୀ ଯେତେବେଳେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେତେବେଳେ ସେ ପ୍ରଥମେ ପେଚାକୁ ହିଁ ରାତି ସମୟରେ ଦେଖିଥିଲେ । ତେଣୁ ସେ ପେଚାକୁ ହିଁ ନିଜର ବାହନ ବନାଇ ଦେଇଥିଲେ । ତେବେ ପେଚା ମା’ ଲକ୍ଷ୍ମୀଙ୍କର ବାହନ ହେତୁ ଏହା ଅଶୁଭ ହୋଇନଥାଏ । ଯଦି କୌଣସି ଗର୍ଭବତୀ ମହିଳାଙ୍କୁ ପେଚାର ଦର୍ଶନ ହୋଇଯାଇଥାଏ ।

ତେବେ ସେହି ମହିଳା ତଥା ମହିଳାର ସନ୍ତାନ ପ୍ରତି ବହୁତ ହିଁ ଶୁଭ ସଂକେତ ହୋଇଥାଏ । ଯଦି କୌଣସି ରୋଗୀ ବ୍ୟକ୍ତିକୁ ପେଚା ଛୁଇଁ ଦେଇ ଚାଲି ଯାଇଥାଏ । ତେବେ ବ୍ୟକ୍ତିର ଗମ୍ଭୀରରୁ ଗମ୍ଭୀର ରୋଗ ମଧ୍ୟ ଭଲ ହୋଇଯାଇଥାଏ । କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକୁ ଯିବା ସମୟରେ ପେଚା ଦେଖିବା ଦ୍ଵାରା ତାହା ମଧ୍ୟ ଅତ୍ୟନ୍ତ ଶୁଭ କାର୍ଯ୍ୟ ବୋଲି ସାବ୍ୟସ୍ଥ ହୋଇଥାଏ ।

ସକାଳୁ ସକାଳୁ ଯଦି ପେଚା ବୋବାଇବା ବା ଦେଖା ଦେଇଥାଏ । ତାହା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ହେଲେ ଯଦି ବାରମ୍ବାର ଏହି ପକ୍ଷୀ ଘରର ଛାତ ଉପରେ ଆସି ବସିଥାଏ । ତେବେ ଏହା ଘରର ବର୍ବାଦୀର କାରଣ ହୋଇଥାଏ । ଘର ଉପରେ କିଛି ବିପଦର ଆଭାଷ ରହିଛି ବୋଲି ପେଚା ଦର୍ଶାଇ ଥାଏ ।

ବନ୍ଧୁଗଣ ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *