Raimohan Paridaଙ୍କ ମୃତ୍ୟୁ ବିଷୟରେ କିଛି ଏମିତି କହୁ କହୁ ଭୋ ଭୋ ହୋଇ ଷ୍ଟୁଡିଓରେ କାନ୍ଦି ପକାଇଲେ Siddhant Mohapatra… କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଓଲିଉଡର ବରିଷ୍ଠ କଳାକାର ରାମୋହନ ପରିଡାଙ୍କ ଅକାଳ ବିୟୋଗକୁ ନେଇ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ତେବେ ଏ ନେଇ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଯେତେବେଳେ ଫିଲ୍ମ ଶୁଟିଙ୍ଗ କରାଯାଏ ଆଉ ଜଣେ କଳାକାରର ମୃତ୍ୟୁ ହେବାର ସିନ କରାଯାଏ ଶୁଟିଙ୍ଗ ସାରିବା ପରେ ସେହି କଳାକାରଙ୍କୁ କୁହାଯାଏ ହସିକି ଉଠିବା ପାଇଁ । କିନ୍ତୁ ବାସ୍ତବ ଜୀବନରେ ରାଇ ଭାଇ ଆଉ ହସିକି ଫେରିବେ ନାହି ଏତିକି କହି ସିଦ୍ଧାନ୍ତ ଭୋ ଭୋ ହୋଇ ଷ୍ଟୂଡିଓରେ କାନ୍ଦି ପକାଇଛନ୍ତି ।

ରାଇ ଭାଇଙ୍କ ସମୟରେ ସେ ମଧ୍ୟ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେହି ସମୟ ଥିଲା ୧୯୯୨-୧୯୯୩ ମସିହାର । ସେତେବେଳେ ଗୋଟେ ଦୁଇଟା ଫିଲ୍ମ ରାଇ ଭାଇ କରିଥିଲେ । ପରେ ଦୁହେଁ ମିଶି ପଥର ଖସୁଛି ବଡ ଦେଉଳରୁ ଫିଲ୍ମରେ ଏକାଠି କାମ କରିବାର ନଜର ଆସିଥିଲେ । ରାଇ ଭାଇ ଏତେ ଇମୋସନାଲ ମଣିଷ ଆଉ ତାଙ୍କ ମନରେ କଣ ଚାଲିଥାଏ ତାହା କେହି ଜାଣିପାରନ୍ତି ନାହି । ତାଙ୍କ ମନରେ ଏମିତି କିଛି ଦୁଖ ରହିଥିଲା ଯାହା ପାଇଁ ହୁଏ ତ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି ।

ରାଇ ଭାଇ ଜୀବନରେ ଏତେ ସଂଘର୍ଷ କରି ସଫଳତାର ଯେଉଁ ଶୀର୍ଷରେ ପହଞ୍ଚିଥିଲେ ସେ କେବେ ବି ଆତ୍ମହତ୍ୟା କରିବେ ନାହି ବୋଲି ସିଦ୍ଧାନ୍ତ କହିଛନ୍ତି । ସିଦ୍ଧାନ୍ତ କହିଛନ୍ତି ମୁଁ ତାଙ୍କୁ ଯେତିକି ଜାଣିଛି ତାଙ୍କର କୌଣସି କାରଣ ପାଇଁ ମାନସିକ ଚିନ୍ତା ରହିଥିଲା ଯାହାକୁ ସେ ନିଜ ପରିବାର ସହ ସେୟାର ମଧ୍ୟ କରିପାରି ନାହାନ୍ତି ।

ସେ ଆତ୍ମହତ୍ୟା କରିବା ପାଇଁ କାହିଁକି ବାଧ୍ୟ ହେଲେ ବା ଆଉ ଏହା ପଛରେ କଣ କାରଣ ରହିଛି ସିଦ୍ଧାନ୍ତଙ୍କ ମନରେ ସନ୍ଦେହ ରହିଛି ବୋଲି ନିଜେ କହିଛନ୍ତି । ବର୍ତ୍ତମାନ ସମୟରେ ଆମେ ଏତେ ମାନସିକ ଚିନ୍ତାରେ ରହି ଜୀବନ ବ୍ଯତୀତ କରୁଛେ ଯାହା ପାଇଁ ଚିନ୍ତା ରହୁଛି ଯାହା ଡାକ୍ତର ମତ ଦେଇଛନ୍ତି ।

ଆମ ଶରୀରର କେତେ ମାନସିକ ଚିନ୍ତା ହ୍ୟାଣ୍ଡେଲ କରିପାରିବ ତାହା ଜାଣିବା ପ୍ରତେକ ମଣିଷର ଦାୟିତ୍ଵ । ସୋସିଆଲ ମିଡିଆ ବା ପ୍ରଦ୍ଯୁସଣ ବା ବାହାରେ ଆମେ ବୁଲାବୁଲି କରୁଛେ ବୋଧ ହୁଏ ସେଥିପାଇଁ ଆମେ ମାନସିକ ଚିନ୍ତାରେ ରହୁଛେ । ଆମ ଚାରି ପାଖରେ ଯେଉଁ ଭଳି ପରିବେଶ ରହିଛି ଆଜିକା ଦିନରେ ଷ୍ଟ୍ରେସଫୁଲ ଲାଇଫ ରହିଛି ତାହାକୁ ସମସ୍ତେ ସହ୍ୟ କରିପାରୁ ନାହାନ୍ତି ।

କେବଳ ପ୍ରୋଫେସନାଲ ଲାଇଫକୁ ନେଇ ଚାପଗ୍ରସ୍ତ ଜୀବନ ନାହି ବରଂ ଆଖପାଖରେ ଯେଉଁ ଜୀବନ ବ୍ଯତୀତ କରୁଛନ୍ତି ସେଠାରେ ମଧ୍ୟ ଚାପ ରହିଛି ଯାହା ଆମେ ବୁଝିପାରୁ ନାହାନ୍ତି । ବାହାରେ କଣ ଘଟୁଛି, କିଏ କଣ କହିଲା ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ ଯାହା ଆମ ମନରେ ଆସିବା କାରଣରୁ ମାନସିକ ଚିନ୍ତା ବହଡୁଛି । ସେ କେବେବି ଆତ୍ମହତ୍ୟା ସପକ୍ଷରେ ନାହାନ୍ତି ବୋଲି କହିଛନ୍ତି । ତେବେ ରାଇ ଭାଇଙ୍କ ଏ ଯେଉଁ କଟ ହେଲା ଆଉ ସେ ହସିକି ଉଠିବେ ନାହି ଏଭଳି ମନ୍ତବ୍ୟ ଦେଇଛନ୍ତି ସିଦ୍ଧାନ୍ତ । ବନ୍ଧୁଗଣ ଆପଣଙ୍କର ଅଭିନେତା ସିଦ୍ଧାନ୍ତଙ୍କ ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *