ରେଲୱେର ନୁଆ ନିୟମ! ଯଦି ଟ୍ରେନ୍ ରେ ବିନା ଟିକେଟ୍ ରେ ଯାଉଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ – ଏବେ ଜୋରିମାନା ଦେବାକୁ ପଡ଼ିବନି , ଏବେ ହିଁ ଜାଣି ରଖନ୍ତୁ କାମରେ ଆସିବ

ବନ୍ଧୁଗଣ ଆପଣଙ୍କୁ ଆମର ଏହି  ଆର୍ଟିକ୍ଲକୁ ସ୍ବାଗତ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଆମ ଦେଶରେ ଯାତାୟାତ ପାଇଁ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ଯାନହେଲା ଟ୍ରେନ। ତେବେ ଯେଉଁମାନେ ଅଧିକାଂଶ ସମୟ ଟ୍ରେନରେ ଯାତାୟାତ କରୁଛନ୍ତି ଏହି ଖବର କେବଳ ସେମାନଙ୍କ ପାଇଁ ।  ଆଜି ଆମେ ଆପଣଙ୍କ ପାଇଁ ଏକ ଏଭଳି ଖବର ଆଣିଛୁ ଯାହାକୁ ଜାଣି ଆପଣ ଖୁସି ହୋଇଯିବେ। ତେବେ ଯଦି କେଉଁ ବ୍ୟକ୍ତିର ଟ୍ରେନ୍ ଛାଡିଦେଇଥାଏ ଓ ସେ ବିନା ଟିକେଟ୍ ରେ ଟ୍ରେନ୍ ରେ ଯାତ୍ରା କରୁଥାଏ, ତେବେ ତାଙ୍କୁ ଚଳନ୍ତା ଟ୍ରେନ୍ ରେ ଟିକେଟ୍ ଦେବାପାଇଁ ଟିକେଟ୍ ଦେବା ବ୍ୟବସ୍ଥା କରାଯାଉଅଛି ।

ଟ୍ରେନ୍ ଛାଡିବା ଯୋଗୁଁ ବହୁତ ଲୋକ ବିନା ଟିକେଟ୍ ରେ ଯାତ୍ରା କରିବାକୁ ପଡିଥାଏ ଓ ସେ ଟ୍ରେନ୍ ରେ ଟିଟିଆଇ ତାଙ୍କୁ ନିଜ ମନଇଚ୍ଛା ପଇସା ଆକାରରେ ଜୋରିମାନା ଅସୁଲ୍ କରିଥାନ୍ତି । ଏତିକି ବି ନୁହେଁ ସେମାନେ ଟିକେଟ୍ ଥିବା ଯାତ୍ରୀଙ୍କୁ ବର୍ଥ ଖାଲି ନଥିବା କଥା କହି ଅନ୍ୟଠୁ ପଇସା ନେଇ ତାଙ୍କୁ ସିଟ୍ ଦେଇଥାନ୍ତି । କିନ୍ତୁ ଏହି ନୁଆ ନିୟମ ଦ୍ୱାରା ଏବେ ଆପଣ ନିଜ ହାତରେ ଟିକେଟ୍ ପାଇ ପାରିବେ ।

ରେଲୱେର ଏହି ସୁବିଧା ଏବେ କେବଳ ସୁପରଫାଷ୍ଟ ଟ୍ରେନ୍ ରେ ଆରମ୍ଭ କରା ଯାଇଛି ଓ ଏହାପରେ ସବୁ ଟ୍ରେନ୍ ରେ ଲାଗୁ କରାଯିବାର ଯୋଜନା କରା ଯାଇଛି । ରେଳମନ୍ତ୍ରୀ ଙ୍କ କହିବା ଅନୁସାରେ ଯଦି ଏହାର ପରିଣାମ ଭଲ ବାହାରେ ତେବେ ସେ ଅନ୍ୟ ଟ୍ରେନ୍ ରେ ଏହି ପରି ବ୍ୟବସ୍ଥା ଲାଗୁ କରିବେ । ରେଲୱେ ର ଏହି ନୁଆ ନିୟମ ଅନୁସାରେ ଯାତ୍ରୀ ମାନଙ୍କୁ ବିନା ଟିକେଟ୍ ରେ ଯାତ୍ରା କରୁଥିବା ସମୟରେ ଜୋରିମାନା ଦେବାକୁ ପଡିବ ନାହିଁ ।

ବିନା ଟିକେଟ୍ ରେ ଯାଉଥିବା ଯାତ୍ରୀ ମାନଙ୍କୁ ଏହା କରିବାକୁ ହେବ କି ଟ୍ରେନ୍ ରେ ଟିଟିଆଇ ଙ୍କୁ ଖୋଜି ଟିକେଟ୍ ଶୁଳ୍କ ସହ ଅତିରିକ୍ତ ୧୦ ଟଙ୍କା ଦେଇ ହ୍ୟାଣ୍ତ ହେଡ୍ ହେଲଡ୍ ମେସିନ୍ ରୁ ଟିକେଟ୍ ବାହାର କରିପାରିବେ । ବହୁ ପୂର୍ବରୁ ଟ୍ରେନରେ ବିନା ଟିକେଟ୍ ରେ ଯାତ୍ରା କରୁଥିବା ସମୟରେ ଜୋରିମାନା ପଡୁଥିଲା ଓ ତାଙ୍କୁ ଅଧିକା ଜୋରିମାନା ଲାଗୁଥିଲା । ଲମ୍ବା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଭାଜପା ସରକାର ଏହିପରି ଯୋଜନା ଆରମ୍ଭ କରିଦେଇଛନ୍ତି । ୧ ଅପ୍ରେଲ ଠାରୁ ରେଲୱେ ଟ୍ରେନ୍ ଭିତରେ ଟିକେଟ୍ ଦେବା ବ୍ୟବସ୍ଥା କରିଦେଇଛି ।

ଆପଣଙ୍କୁ କହିଦେଉଛୁ କି ଯେମିତି ଯାତ୍ରୀ ଟ୍ରେନ୍ ର ଟିକେଟ୍ ମାଗିବ , ତା ନାଁ ଯାଗା ସହ ତା ଟିକେଟ୍ ବାହାରି ଆସିବ । ମେସିନ୍ ର ସାହାର୍ଯ୍ୟରେ ଖାଲି ବର୍ଥ ଥିବା ସୁଚନା ବି ମିଳିପାରିବ । ଯଦି କେଉଁ ବ୍ୟକ୍ତିର ୱେଟିଙ୍ଗ୍ ଲିଷ୍ଟ କ୍ଲିଅର୍ ହୋଇନାହିଁ ତେବେ ସେ ଟିଟିଆଇ ସହ୍ ଯୋଗାଯୋଗ କରି ଖାଲି ସିଟ୍ ଥିବା ଜାଗାକୁ ନିଶ୍ଚିତ କରିପାରିବ ।

Leave a Reply

Your email address will not be published. Required fields are marked *