“ଅପନୀ ପାଠସାଲା” : ରାଜସ୍ଥାନର ପୋଲିସ ଗରିବ ଛୁଆଙ୍କ ପାଇଁ ଖୋଲିଲେ ସ୍କୁଲ, “କହିଲେ ଆଉ ଛୁଆଙ୍କୁ ଭିକ ମାଗିବାକୁ ପଡିବ ନାହିଁ”

ଆଜି ବି ଭାରତ ଗୋଟେ ଏମିତି ଦେଶ ଯାହା ଗରିବ ରେ ପ୍ରଥମ ସ୍ଥାନ ରେ ଅଛି । ଆଜି ଏଠାରେ ଲୋକ ପେଟ ପୁରା ଖାଦ୍ୟ ଖାଇକିରି ଶୋଇ ପାରୁ ନାହାନ୍ତି, ଏକ ମାତ୍ର ସାହାରା ଭିକ ମାଗିବା ଯାହା ଦ୍ଵାରା ସେ ନିଜ ପରିବାର ଓ ନିଜର ପେଟ ପୋଷୁଛନ୍ତି । ଯେଉଁ ଛୁଆ ରାସ୍ତା ରେ ଶୁଅନ୍ତି ସେ ପ୍ରାଥମିକ ଶିକ୍ଷା ବି ପାଆନ୍ତି ନାହିଁ, ଆମ ସମସ୍ତଙ୍କ ପରି ପଢିବା ଦୂର ର କଥା ।

ଜଣେ ରାଜସ୍ଥାନର ପୋଲିସ ଏହି ଛୁଆଙ୍କ ପାଇଁ ସ୍କୁଲ କରିଛନ୍ତି ଓ ଏହି ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦବା ପାଇଁ ଆଗେଇ ଆସିଛନ୍ତି । ନିଉ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାଇ ଜଣେ ପୋଲିସ, ଧରମବୀର ଜଖର ଯିଏ ଚୁରୁ ସ୍ଥାନର ବାସିନ୍ଦା, ସେ ଗୋଟେ ସ୍କୁଲ ଖୋଲିଛନ୍ତି ଏହି ରାସ୍ତା ରେ ରହୁଥିବା ଛୁଆଙ୍କ ପାଇଁ ।

ତାଙ୍କ ଇଛା ଏହା ଯେ ସେହି ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦେଲେ ଆଉ ସେ ଭିକ ମାଗିବେ ନାହିଁ । ଧରମବୀର 2016 ଜାନୁଆରୀ ରେ ଏ ସ୍କୁଲ ଖୋଲିଥିଲେ ଯେତେବେଳେ ସେ ବହୁତ ଛୋଟ ପିଲାଙ୍କୁ ପୋଲିସ ଥାନା ପାଖରେ ଭିକ ମାଗିବାର ଦେଖିଥିଲେ । ଛୁଆଙ୍କ ସହ କଥା ହେଇ ସେ ଜାଣି ପାରିଲେ ଯେ ସେହି ଛୁଆ ଗୁଡିକ ଅନାଥ ଓ ତାଙ୍କ ରହିବା ଜାଗା ଦେଖି ଅନୁଭବ କରି ପାରିଲେ ସେମାନଙ୍କ ଜୀବନ କେତେ କଷ୍ଟକର ଅଟେ ।

ଜଖର ଏହି ପିଲାଙ୍କୁ ଉଜ୍ଵଳ ଭବିଷ୍ୟ ଦବା ପାଇଁ ଚାହିଁଲେ ଓ ସେଥିପାଇଁ ପିଲାଙ୍କୁ ସ୍କୁଲ ରେ ଭର୍ତି କଋବା ଆରମ୍ଭ କଲେ ଏହି ସ୍କୁଲ ନା “ଅପନୀ ପାଠସାଲା” ଅଟେ । ଏହି ସ୍କୁଲ ରେ ଏଯାଏ ୪୫୦ ଛୁଆ ପଢିବା ଆରମ୍ଭ କଲେଣି । ମାତ୍ର ଏହା ନୁହେଁ ଏହି ଛୁଆଙ୍କ ଡ୍ରେସ, ଜୋତା, ଖାଇବା, ପଢିବା ଜିନିଷ ଓ ଆସିବା ଯିବା ପାଇଁ ଗାଡି ସବୁ ଫ୍ରି କରାଯାଇଛି ।

ଜଖର ଅନୁଯାଇ କେତେକ ୟୁପି ଓ ବିହାର ରୁ ଆସି ଏଠାରେ କାମ କରୁଛନ୍ତି ଓ ତାଙ୍କ ପିଲା ତାଙ୍କ ସହ ଭିକ ମାଗୁଛନ୍ତି ଜଖର ସେହି ଭଳି ପିଲାଙ୍କୁ ପାଠ ପଢେଇବା ପାଇଁ ଆଗ୍ରହ ଦେଉଛନ୍ତି ଓ ପିଲାଙ୍କୁ ପଢିବା ସୁବିଧା ଦେଉଛନ୍ତି । ଏତେ ସବୁ କରି ଆଉ ଗୋଟେ ଅସୁବିଧା ଜଣାଇଲେ ସେ କହିଲେ ସରକାର ଏଥି ପାଇଁ କିଛି ବି ସାହାଯ୍ୟ କରୁ ନାହିଁ ।

ଏହି କାମ ପାଇଁ, ସୋସାଇଟୀ, ପୋଲିସ ଓ ଶିକ୍ଷା ବିଭାଗଙ୍କ ସାହାଯ୍ୟ ନେଇ ସେମାନଙ୍କ ଜୀବନ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି ଜଖର । ତାଙ୍କ କହିବା ଅନୁଯାଇ ଏହି ପିଲାଙ୍କ ପାଇଁ ବିଶେଷ ପ୍ରକାର ସ୍କୁଲ ହବା ଉଚିତ ଯାହା ତାଙ୍କ ପାଇଁ ସବୁ ସୁବିଧା ଦେଇ ପାରୁ । ସେ ନିଜେ ଏହି ପିଲାଙ୍କ ଜୀବନ ବଦଳିବା ପାଇଁ ଚେଷ୍ଟା କରି ଚାଲିଛନ୍ତି ।

ଏହା ଏକ ବହୁତ ଭଲ ପଦକ୍ଷପ ଜଖର ଙ୍କର, କିନ୍ତୁ ସରକାର ମଧ୍ୟ ଏହି ପିଲାଙ୍କ ପାଇଁ ଏମିତି କିଛି ସୁବିଧା କରିବା ଦରକାର ଓ ଏହି କଥା ପ୍ରତି ଧ୍ୟାନ ଦେବା ଉଚିତ ଏବଂ ଜଖର ଙ୍କୁ ଏହି କାମ ରେ ସାହାଯ୍ୟ କରିବା ଉଚିତ । ଜଖରଙ୍କ ପାଇଁ ଗୋଟେ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *