ମସହୂର ଅଭିନେତା ରାଜୀବ କପୂର ଙ୍କ ପତ୍ନୀ ଦେଖିବାକୁ ବହୁତ ହଟ ଓ ବୋଲ୍ଡ

ବନ୍ଧୁଗଣ ନମସ୍କାର ଆମ ବଲିଉଡରେ ଅନେକ ପ୍ରକାର ର ସିନେମା ସହ ଅନେକ ପ୍ରକାରର ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିଛୁ । ଏବଂ ବଲିଉଡ ରେ ଏପରି ଏକ ପରିବାର ଅଛି ଯାହା ପିଢ଼ି ପରେ ପିଢ଼ି ନୁଆ ନୁଆ କଳାକାର ମାନ ପ୍ରଦାନ କରି ଆସୁଛନ୍ତି । ସେ ହେଉଛି କପୂର ପରିବାର । ପୃଥ୍ୱୀରାଜ କପୂର ଙ୍କ ଠାରୁ ଆରମ୍ଭ କରି ରଣବିର ପର୍ଯ୍ୟନ୍ତ ସବୁବେଳେ ଏବଂ ସବୁ ସମୟରେ ଏହି ପରିବାର ଚର୍ଚ୍ଚା ରେ ରହିଥାନ୍ତି । ପୃଥ୍ୱୀରାଜ କପୂର ଙ୍କର ପୁଅ ହେଲେ ରାଜ କପୂର, ଶମୀ କପୂର, ଶସି କପୂର, ନନ୍ଦୀ କପୂର, ଦେବୀ କପୂର । ଏବଂ ରାଜ କପୂର ଥିଲେ ସବୁଠାରୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତା ।

ସେ ନିଜ ସିନେମା ରେ ଏଭଳି ଅଭିନୟ କରିଥାନ୍ତି କି ଲୋକମାନେ ତାହା ଦେଖି ମୁଗ୍ଧ ହୋଇ ଯାଆନ୍ତି । ସାମୀ କପୂର ଏବଂ ଶଶୀ କପୂର ମଧ୍ୟ ଥିଲେ ଲୋକ ପ୍ରିୟ ଅଭିନେତା । ରାଜ କପୂର ଙ୍କ ସନ୍ତାନ ହେଲେ ରଂଧିର କପୂର,ରିଷୀ କପୂର,ରାଜୀବ କପୂର, ରିମା କପୂର ଏବଂ ନିତୁ ନନ୍ଦା । ରାଜ କପୁରଙ୍କ ତିନି ଜଣ ପୁତ୍ର ଥିଲେ ଜଣେ ଜଣେ ଲୋକ ପ୍ରିୟ ଅଭିନେତା । ରଂଧିର କପୂର ଏବଂ ରିଷୀ କପୁରଙ୍କ ବିଷୟରେ ସମସ୍ତେ ଜାଣି ଥିବେ । କିନ୍ତୁ ରାଜୀବ କପୂର ଙ୍କ ବିଷୟରେ ଲୋକମାନେ ଖୁବ କମ କଥା ଜାଣିଥାନ୍ତି ।

ତେବେ ଆଜି ଆମେ ସେହି ରାଜୀବ କପୂରଙ୍କ ଜୀଵନ ବିଷୟରେ ଆଲୋଚନା କରିବା । ରାଜୀବ କପୁର ଏହି କିଛି ଦିନ ପୂର୍ବ ହିଁ ହୃଦ ଘାତ ରେ ୫୮ ବର୍ଷ ବୟସ ରେ ଦୁନିଆକୁ ଅଲବିଦା କହିଛନ୍ତି  । ରାଜୀବ କପୁରଙ୍କ ଜନ୍ମ ୨୫ ଅଗଷ୍ଟ ୧୯୬୨ ମୁମ୍ବାଇ ରେ ହୋଇଥିଲା । ଏବଂ ନିଜର ପାଠ ପଢା ମଧ୍ୟ ସେ ଏହି ଠାରେ ସମ୍ପୂର୍ଣ୍ଣ କରିଥିଲେ । ତାଙ୍କୁ ଅଭିନୟ ରେ ବହୁତ ସଉକ ଥିଲା । ସେ ନିଜର ଅଭିନୟ କ୍ୟାରିୟର ଏକ ଜାନ ହେ ହମ ରୁ କରିଥିଲେ ।

କିନ୍ତୁ ଏହି ସିନେମା ପରଦାରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ ହୋଇଥିଲା । କିନ୍ତୁ ଲୋକମାନେ ଏହି ସିନେମା ରେ ରାଜୀବ କପୁରଙ୍କ ଚରିତ୍ର ଏଵଂ ଅଭିନୟ କୁ ଖୁବ ପସନ୍ଦ କରିଥିଲେ । ତା ପରେ ସେ ରାମ ତେରୀ ଗଙ୍ଗା ମୈଲି ରେ ଅଭିନୟ କରିଥିଲେ ଏବଂ ଏହି ସିନେମା ସୁପର ହିଟ ହୋଇଥିଲା । ଏବଂ ରାଜୀବ କପୂର ଙ୍କୁ ଏକ ନୂତନ ପରିଚୟ ମଧ୍ୟ ମିଳିଥିଲା । ତାପରେ ସେ ଲଭର ବୟ, ଅଙ୍ଗାରେ,ଜଳ ଜଲା,ଶୁକ୍ରିୟା, ହମ ତୋ ଚଳେ ପରଦେଶ,ଆଦି ଅନେକ ସିନେମାରେ ନିଜର ସୁନ୍ଦର ଅଭିନୟ ଦେଖେଇଛନ୍ତି । କିନ୍ତୁ ତାପରେ ସେ ବଲିଉଡ ଏବଂ ସିନେମା ରୁ ଦୁରେଇ ଗଲେ । ସେ ଅନେକ ସିନେମା କୁ ନିର୍ଦେଶନା ମଧ୍ୟ ଦେଇଛନ୍ତି ।

ପ୍ରେମ ଗ୍ରନ୍ଥ, ହୀନା ଆଦିକୁ । କିନ୍ତୁ ଏବେ ଜୁନିୟର ତୁଳସୀ ଦାସ ସିନେମା ର ରିଲିଜ ପୂର୍ବରୁ ହିଁ ସେ ଚାଲିଗଲେ । ରାଜୀବ କପୂର ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ଆରତୀ ସବର୍ବାଲ । କିନ୍ତୁ ସେମାନଙ୍କ ମତାନ୍ତର ହେବାରୁ ଦୁହେଁ ଅଲଗା ମଧ୍ୟ ହୋଇ ଯାଇଥିଲେ । ଆରତୀ ଦେଖିବାକୁ ଖୁବ ସୁନ୍ଦରୀ । ଏବଂ ସେମାନଙ୍କ ର ପ୍ରେମ ବିବାହ ହୋଇଥିଲା । ଏବଂ ସେମାନଙ୍କ ର କୌଣସି ସନ୍ତାନ ନାହିଁ । ସେମାନେ ୨୦୦୧ ରେ ବିବାହ କରିଥିଲେ ଏବଂ ୨୦୦୩ ରେ ତାଙ୍କ ର ଛାଡ଼ ପତ୍ର ମଧ୍ୟ ହୋଇ ଯାଇଥିଲା । ଆଜି ରାଜୀବ କପୂର ଆମ ଗହଣରେ ନାହାନ୍ତି ଅବଶ୍ୟ କିନ୍ତୁ ତାଙ୍କ ସିନେମା ଏବଂ ସ୍ମୃତି ଆଜୀବନ ଆମ ସହ ରହିବ ।

Leave a Reply

Your email address will not be published. Required fields are marked *