କରୋନାକୁ ନେଇ ସରକାରଙ୍କର ବଡ ନିଷ୍ପତ୍ତି- ରାଜ୍ୟର ସମସ୍ତ ସ୍କୁଲ କଲେଜ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦେଶ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କରୋନା ଭାଇରସକୁ ନେଇ କିଛି ଖବର ଦେବାକୁ ଯାଉଛୁ । ତେବେ ସାରା ଦେଶରେ ମହାମାରୀ ଭାବେ ଘୋଷଣା କରାଯାଇଥିବା ମାରାତ୍ମକ ଭୂତାଣୁ କରୋନାକୁ ଓଡିଶାରେ ରୋକିବା ପାଇଁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ରାଜ୍ୟ ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ ଏବଂ ଅନ୍ୟାନ୍ୟ ସ୍ଥାନ ଯେଉଁଠି ଅଧିକରୁ ଅଧିକ ଲୋକେ ଏକତ୍ର ହେଉଥିବେ ସେହି ସବୁ ସ୍ଥାନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଧୀରେ ଧୀରେ ଅଧିକ ପରିମାଣରେ ବ୍ୟପୁଥିବା ଏହି ଭାଇରସ ଏବେ ଭାରତରେ ମଧ୍ୟ ପାଦ ରଖି ସାରିଛି । ତେବେ ବର୍ତ୍ତମାନ ଭାରତରେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସଂଖ୍ୟା ଏବେ ୭୫ ହେଲାଣି । ତେବେ ଭାରତରେ ଏହି ଭୁତାଣୁରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । କିନ୍ତୁ ସବୁଠୁ ବଡ କଥା ଏହିକି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ଏହି ଭାଇରସ ରେ କେହି ଆକ୍ରାନ୍ତ ହୋଇ ନାହାନ୍ତି, ତଥାପି ଲୋକଙ୍କ ମନରେ ଏହାକାଉ ନେଇ ବହୁତ ଭୟ ଦେଖିବାକୁ ମିଳୁଛି ।

ଯେଉଁଥିପାଇଁ ଏହି ସଂକ୍ରମଣକୁ ରୋକିବାର ପୁରା ବନ୍ଦୋବସ୍ତ କରି ସାରିଲେଣି ରାଜ୍ୟ ସରକାର । ଏହାକୁ ରାଜ୍ୟ ବିପର୍ଜୟ ଘୋଷଣା କରାଯାଇଛି ଓ ଏହାର ମୁକାବିଲା କରିବା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି କରାଯାଇଛି । ତେବେ କ୍ୟାବିନେଟରେ ଏହି କଥା ଉପରେ ବହୁତ ଆଲୋଚନା ହେବା ପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଯେଉଁ ମାନଙ୍କର ପରୀକ୍ଷା ଚାଲିଛି ସେମାନଙ୍କ ପରୀକ୍ଷା ଚାଲୁରହିବ । ତେବେ ଏଥିରୁ ବଞ୍ଚିବା ପାଇଁ ପ୍ରଚୁର ପରିମାଣର ସ୍ୱାସ୍ଥ୍ୟ ସାମଗ୍ରୀ ମଧ୍ୟ ମହଜୁଦ ରଖିବାକୁ ସରକାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ କହିଛନ୍ତି ।

ସତର୍କ କରିବାକୁ ସମସାତଙ୍କ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *