ରାମାୟଣ ଅନୁସାରେ ପ୍ରତ୍ୟେକ ସ୍ଵାମୀ ସ୍ତ୍ରୀଙ୍କୁ ନିଜ ସମ୍ପର୍କ ସହ ଜଡିତ ଏହି ମହତ୍ୱପୂର୍ଣ୍ଣ କଥା ଗୁଡିକ ଜାଣିବା ଅତ୍ୟନ୍ତ ଆବଶ୍ୟକ

ରାମାୟଣ ବିଷୟରେ ଜାଣିବା ପରେ କିଛି ଲୋକଙ୍କୁ ଲାଗେ କି ଶ୍ରୀରାମ ଓ ସିତାଙ୍କର ବୈବାହିକ ଜୀବନ ଭଲ ନଥିଲା । ତାଙ୍କ ଜୀବନରେ ସୁଖ ନଥିଲା, କିନ୍ତୁ ଏହି କଥା ଭୁଲ ଅଟେ । ଶ୍ରୀରାମ ଓ ସିତାଙ୍କୁ ଭୌତିକ ସୁଖ ନଥିଲା ସତ ସେମାନେ ତ କେବଳ ନିଜର କର୍ତ୍ତବ୍ୟ ଓ ଅଧିକାରକୁ ଭଲ ଭାବେ ବୁଝିଲେ ଯେଉଁଥିରେ ଅଳ୍ପ ସମୟରେ ହିଁ ବୈବାହିକ ଜୀବନର ସୁଖ ବହୁତ ମିଳିଲା । ଶ୍ରୀରାମ ଓ ସିତାଙ୍କ ସଂପର୍କକୁ ଦେଖି ଆମକୁ ବି କିଛି କଥା ଶିଖିବା ଆବଶ୍ୟକ ।

ରାମାୟଣ ଅନୁସାରେ ପତି ପତ୍ନୀଙ୍କ ସମ୍ପର୍କ କିଛି ଏମିତି ହେବା ଆବଶ୍ୟକ

ରାମାୟଣ ଅନୁସାରେ ସିତାଙ୍କୁ ବିବାହ କରି ଭଗବାନ ଶ୍ରୀରାମ ସଫଳ ବୈବାହିକ ଜୀବନର ଆରମ୍ଭ କରିଥିଲେ । ସିତାଙ୍କର ଭଗବାନ ରାମଙ୍କ ସହିତ ବିବାହ ପରେ ଉପହାର ରୂପରେ ଶ୍ରୀରାମ କଥା ଦେଇଥିଲେ କି ଯେଉଁଭଳି ଅନ୍ୟ ରାଜା ବହୁତ ରାଣୀ ରଖିଥାନ୍ତି, ବହୁତ ବିବାହ କରିଥାନ୍ତି, ସେ ଏମିତି କେବେ କରିବେ ନାହିଁ । ସବୁବେଳେ ସିତାଙ୍କ ପ୍ରତି ନିଷ୍ଟା ରଖିବେ । ରାମାୟଣ ଅନୁସାରେ ବିବାହର ପ୍ରଥମ ଦିନ ଏକ ଦିବ୍ୟ ବିଚାର ଆସିଲା । ସମ୍ପର୍କରେ ଭରସା ଓ ଆସ୍ଥାର ସଂଚାର ହେଲା । ସଫଳ ଗୃହସ୍ଥି ଆରମ୍ଭ ହେଲା । ଶ୍ରୀରାମ ନିଜର ଏହି କଥା ମଧ୍ୟ ପାଳନ କଲେ । ସିତାଙ୍କୁ ସବୁ ଅଧିକାର ମିଳିଥିଲା ।

ରାମାୟଣ କହିଥାଏ ପତ୍ନୀ ଠାରୁ ସବୁ ଆଶା କରିବା ଓ ପତିକୁ ସବୁ ମର୍ଯ୍ୟାଦା ଏବଂ ନିୟମ-କାଇଦା ରୁ ମୁକ୍ତି ଦେବା ବିଲକୁଲ ବି ନିଷ୍ପକ୍ଷ ଓ ନ୍ୟାୟସଙ୍ଗତ ନୁହେଁ । ପତି ପତ୍ନୀଙ୍କ ସମ୍ବନ୍ଧ ସେତେବେଳେ ସାର୍ଥକ ହେବ ଯେତେବେଳେ ତାଙ୍କ ଭିତରେ ପ୍ରେମ ସଦା ସର୍ବଦା ରହିବ । ସେଥିପାଇଁ ତ ପତି ପତ୍ନୀଙ୍କୁ ଦୁଇଟି ଶରୀର ଏକ ପ୍ରାଣ କୁହାଯାଇଥାଏ । ଦୁଇଜଣଙ୍କର ଅପୂର୍ଣ୍ଣତା ଯେତେବେଳେ ପୂର୍ଣ୍ଣତାରେ ବଦଳି ଯାଏ ତେବେ ଆଧ୍ୟାତ୍ମ ମାର୍ଗରେ ବଢିବା ସହଜ ଓ ଆନନ୍ଦମୟ ହୋଇଥାଏ ।

ରାମାୟଣରେ କୁହାଯାଇଛି କି ସ୍ତ୍ରୀ ପାଖରେ ଏମିତି କିଛି ଶ୍ରେଷ୍ଟ ଗୁଣ ଥାଏ ଯାହାକୁ ପୁରୁଷ ଆପଣାଇବା ଦରକାର । ପ୍ରେମ, ସେବା, ଉଦାରତା, ସମର୍ପଣ ଓ କ୍ଷମାରେ ଏମିତି ଗୁଣ ଅଛି, ଯାହା ତାଙ୍କୁ ଦେବୀଙ୍କ ସହିତ ସମାନ ସମ୍ମାନ ଓ ଗୌରବ ପ୍ରଦାନ କରିଥାଏ ।

ରାମାୟଣ ଅନୁସାରେ ଯେଉଁ ନିୟମ ଓ କାଇଦା-କଟକଣା ପତ୍ନୀ ଉପରେ ଲାଗୁ ହୋଇଥାଏ ତାହା ପତି ଉପରେ ବି ଲାଗୁ ହୋଇଥାଏ । ସଚ୍ଚୋଟ ଓ ନିଷ୍ପକ୍ଷ ହୋଇ ଯଦି ଭାବିବା ତେବେ ଏହାପ୍ରମାଣ ହୋଇଥାଏ କି ସ୍ତ୍ରୀ ପୁରୁଷ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ଓ ସମ୍ମାନ ର ଅଧିକାରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *