ବର୍ତ୍ତମାନ ସମୟରେ ସଫଳ ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଚେଷ୍ଟା କରୁଛନ୍ତି, କିନ୍ତୁ ଏହା ସତ୍ବେ ବି କେବେ କେବେ ଏମିତି ଲାଗିଥାଏ କି ସଫଳତା ଆମ ପାଖରେ ଥାଇ ବି ପାଖରେ ନାହିଁ କିମ୍ବା ମିଳୁ ମିଳୁ ରହିଯାଏ । କିନ୍ତୁ କିଛି ଲୋକମାନେ ଏମିତି ଅଛନ୍ତି ଯେଉଁମାନେ କିଛି ନ କରି ବି ତାଙ୍କୁ ସବୁ ମିଳିଯାଏ । ଆଉ କିଛି ଲୋକ କଠିନ ପରିଶ୍ରମ କରିବା ସତ୍ତ୍ୱେ ବି ତାଙ୍କୁ ସଫଳତା ମିଳେ ନାହିଁ ।
ଜୀବନରେ ସଫଳ ହେବା ପରିଶ୍ରମ ସହିତ ଭାଗ୍ୟର ବି ସାଥିରେ ଥିବା ଦରକାର ।
ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି କଥା କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କୁ ନିଜ ପରିଶ୍ରମର ଫଳ ମିଳିବା ସହିତ ଆପଣଙ୍କ ଭାଗ୍ୟ ବି ଚମକି ଉଠିବ । କହିଦେଉଛୁ କି ରାମାୟଣରେ କିଛି ଏମିତି ଚୌପାଇ ଅଛି ଯଦି ଆମେ ଏହାକୁ ପ୍ରତିଦିନ ଗାଧୋଇବା ପରେ ପଢିବା ତେବେ ଆମ ଜୀବନର ସବୁ ସ୍ଵପ୍ନ ପୁରା ହୋଇ ପାରିବ ଓ ଆମର ସମସ୍ତ କାର୍ଯ୍ୟ ସଫଳ ବି ହୋଇପାରିବ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ରାମାୟଣ ଏକ ପବିତ୍ର ଗ୍ରନ୍ଥ ଅଟେ ଓ ଏହାର ରଚନା ବାଲ୍ମୀକି କରିଥିଲେ ।
ରାମାୟଣରେ ଏମିତି ବହୁତ କଥା କୁହାଯାଇଛି ଯାହା ଆମ ଜୀବନର ସତ୍ୟତାକୁ ଜାଗୃତ କରିଥାଏ । ସେହିଭଳି ରାମାୟଣରେ କିଛି ଏମିତି ଚୌପାଇ ଅଛି ଯାହାକୁ ପଢିବା ଦ୍ଵାରା ଆପଣଙ୍କ ଭାଗ୍ୟର ସବୁ ତାଲା ଖୋଲିଯିବ ଓ ସମସ୍ତ ପ୍ରକାର ସମସ୍ୟା ବି ସମଧାନ ହୋଇଯିବ ।
ଜୋ ପ୍ରଭୁ ଦୀନଦୟାଲା କହାୱା । ଆରତି ହରନ ବେଦ ଜସ ଗାବା ।।
ଜପହି ନାମୁ ଜନ ଆରତ ଭାରୀ । ମିଟହି କୁସଂକଟ ହୋଂହି ସୁଖାରି ।।
ଦୀନଦୟାଲ ବିରଦ ସଂଭାରୀ । ହରହୁ ନାଥ ମମ ସଂକଟ ଭାରୀ ।।
କହିଦେଉଛୁ କି ସକାଳୁ ଉଠି ସ୍ନାନ କରିବା ପରେ ଭଗବାନଙ୍କ ସାମ୍ନାରେ ବସି ପ୍ରତ୍ୟେକ ଚୌପାଈକୁ ୫ ଥର ପଢନ୍ତୁ ଓ ମନରେ ଭଗବାନଙ୍କ ପାଖରେ ସଂକଲ୍ପ କରନ୍ତୁ କି ନା ଆପଣ କାହାର ଖରାପ ଚିନ୍ତା କରିବେ ନା ଖରାପ କରିବେ । ଏହାକୁ ସବୁଦିନ କରିବା ଦ୍ଵାରା ଆପଣଙ୍କୁ ଜୀବନରେ ସଫଳତା ଅବଶ୍ୟ ମିଳିବ ।