ରଥଯାତ୍ରା ପୂର୍ବରୁ ଜଗନ୍ନାଥ ମନ୍ଦିରରେ ଭାଙ୍ଗିଲା ନୀଳଚକ୍ର, ଆସୁଛି କି କିଛି ବିପଦ ?

ବନ୍ଧୁଗଣ ଆଗକୁ ଆସୁଛି ରଥଯାତ୍ରା । କିନ୍ତୁ ରଥଯାତ୍ରା ଆସିବା ଆଗରୁ ଭାଙ୍ଗିଲା ନୀଳଚକ୍ର । ଭୟରେ ସ୍ଥାନୀୟ ଗ୍ରାମବାସୀ । ଆଉ ଏଭଳି ଭାବେ ନୀଳଚକ୍ର ଭାଙ୍ଗିବା ନୁହେଁ ତ କିଛି ବିପଦର ସଂକେତ ଯାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଠଛି । ଆଉ ଆଗକୁ କଣ ହେବେ ତାହାକୁ ନେଇ ବଢୁଛି ଆଶଙ୍କା । ଯଦି କୌଣସି ବ୍ୟତିକ୍ରମ ଦେଖାଯାଏ ତେବେ ମନକୁ ଆନ୍ଦୋଳିତ କରିଥାଏ ଯାହା କି କିଛି ଅଘଟଣ ଘଟିବ କି । ବିଶେଷ କରି ଆଧ୍ୟାତ୍ମିକ ଉପରେ ଆଲୋଚନା କରା ଯାଇଥାଏ ।

ସେଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଗୁଣୁପୁର ଜଗନ୍ନାଥ ମନ୍ଦିରର ନାଟ ମଣ୍ଡପରେ ଥିବା ନୀଳଚକ୍ର ଭାଙ୍ଗି ପଡିଥିବା ଦୃଶ୍ୟ ରୁ । ପୂର୍ବରୁ ନୀଳଚକ୍ର ରୁ ବାନା ଉଡି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ନୀଳାଚକ୍ର ଭାଙ୍ଗିବା ଆଉ ଆଗକୁ ରଥଯାତ୍ରା ଥିବା ବେଳେ ଏହା କିଛି ଅଶୁଭ ସଂକେତ ନୁହେଁ ତ ଯାହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ନୀଳଚକ୍ର ଭାଙ୍ଗି ଯାଇଥିଲେ ମହଦୀ ନୀତି କାନ୍ତିରେ କୌଣସି ବାଧା ଆସି ନାହି । କାରଣ ଅନ୍ୟ ନୀଳଚକ୍ର ଥିବାରୁ ନୀତିକାନ୍ତି ଚାଲି ରହିଛି । ଅଷ୍ଟ ଧାତୁରେ ନିର୍ମିତ ନୀଳଚକ୍ର ତିଟୀଲି ଓ ଫନୀ ଭଳି ବାତ୍ୟାକୁ ସାମନା କରୁଥିବା ବେଳେ ସାମାନ୍ଯ ପବନରେ ନୀଳଚକ୍ର ଭାଙ୍ଗି ପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଏବେ ଗୁଣୁପୁର ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋରସୋର ରେ ଆରମ୍ଭ ହୋଇଛି । ଏବେ ନୀଳଚକ୍ର ବା ପତିତପାବନ ବାନା ଯାହା କି ପତିତପାବନ ମାନଙ୍କ ପାଇଁ ରହିଛି । ଏଭଳି ଘଟଣା ଆଗକୁ ରଥଯାତ୍ରା ଥିବା ବେଳେ ଶୁଭ ନୁହେଁ ବୋଲି ଆଦିତ୍ୟ ବାହିନୀର ରାଜ୍ୟ ଉପସଭାପତି ଶ୍ରୀ ତିରୁପତି ମହାନ୍ତି ପ୍ରକାଶ କରିଛନ୍ତି । ତେବେ ଏହି ମନ୍ଦିର ଦୀର୍ଘ ୨୫ ବର୍ଷ ପୂର୍ବ ରୁ ପ୍ରତିଷ୍ଠା ହୋଇଥିଲା ।

ସେହି ସମୟରେ ଏହି ନୀଳାଚକ୍ରର ସ୍ଥାପନ କରା ଯାଇଥିଲା । ଏହି ଘଟଣା କୁ ନେଇ ସ୍ଥାନୀୟ ତହସିଲଦାର ଓ ମନ୍ଦିର ଉନୟନ କମିଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଆସନ୍ତା ସ୍ନାନ ପୂର୍ଣ୍ଣିମା ଦିନ ନୀଳଚକ୍ର କୁ ପୁନବାର ସ୍ଥାପନ କରାଯିବା ପାଇଁ ନିସ୍ପତି ନିଆ ଯାଇଥିବା ସୂଚନା ମିଳିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *