Exclusive: ଏହି ଗେଷ୍ଟହାଉସ ବୁକ କରିଥିଲେ Prakruti Mishra ! ଗେଷ୍ଟହାଉସରେ ଭାଇରାଲ ହେଉଛି Babushanଙ୍କ ଫୋଟୋ

ପଦରେ ପଡିଛି ବଡ ଘର ବଡ ଗୁମର କଥା । ଆଜି ସକାଳୁ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଜୁନ 30 ରୁ ଜୁଲାଇ 2 ପର୍ଯ୍ୟନ୍ତ ପ୍ରକୃତି ଗୋଟେ ରୋମ୍ମ ବୂକ କରିଥିଲେ । ତେବେ ସେ ସେଠି ଏକା ରହୁଥିଲେ କି ଆଉ କିଏ ତାଙ୍କ ସହ ଥିଲେ ତାହା ଜଣା ନାହିଁ । ସେ ଗେଷ୍ଟ ହାଉସ ଓନରଙ୍କ ପଚାରିବା ପରେ ଯାହା ଜଣା ପଡିଛି ପ୍ରକୃତି 2 ତାରିଖ ଦିନ ରୁମ ଛାଡି ଥିଲେ କିନ୍ତୁ ସେ ତାଙ୍କର କିଛି ଜିନିଷ ସେଠାରେ ଛାଡି ଦେଇ ଯାଇଥିଲେ । ଯାହାକୁ ସେ ନେବାକୁ ଆଜି ଆସିଥିଲେ ।

ଗେଷ୍ଟ ହାଉସ କର୍ତ୍ତୃପକ୍ଷ ଙ୍କ ତରଫ ରୁ ଏହା ସୂଚନା ମିଳିଛି ଯେ ପ୍ରକୃତି ଗେଷ୍ଟ ହାଉସ ରେ ଏକୁଟିଆ ରହୁଥିଲେ । କିନ୍ତୁ ତାଙ୍କର ଉତ୍ତର ରେ ସମସ୍ତେ ଅରାଜି ହୋଇଥିଲେ । ତେବେ ଏହା ଦେଖା ଯାଇଛି ଯେ, ପ୍ରକୃତି ଙ୍କ ସହିତ କାର୍ ରେ ବାବୁସାନ ଥିଲେ ଏବଂ ସେ କାର୍ ଡ୍ରାଇଭ କରୁଥିଲେ । ବାମ ପାର୍ଶ୍ଵରେ ପ୍ରକୃତି ମିଶ୍ର ବସିଥିଲେ ।

ସେଠାରୁ ବାହାରିବା ପରେ ତାଙ୍କ ଉପରେ ବାବୁଶାନଙ୍କ ପତ୍ନୀ ତୃପ୍ତି ଆକ୍ରମଣ କରିଥିଲେ ଓ ଆରୋପ କରିଥିଲେ କି ପ୍ରକୃତି ତାଙ୍କ ପରିବାର ଭାଙ୍ଗୁଛନ୍ତି । ବାବୁଶାନ ଓ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଅଛି । ତେବେ ଏହା ବିଛ ରାସ୍ତା ଉଆପରେ ହେବା ସମୟରେ ଲୋକ ଏହାର ଭିଡିଓ ବନେଇ ଥିଲେ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ତେବେ ଆଗରୁ ମଧ୍ୟ ବାବୁସାନଙ୍କ ପତ୍ନୀ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ, ଯେ ବାବୁସାନ କୌଣସି ଅଭିନେତ୍ରୀ ଙ୍କ ପ୍ରେମ ରେ ପଡ଼ିଛନ୍ତି । ତେବେ ଘଟଣା ର ପ୍ରକୃତ ସତ୍ୟତା କଣ ତାହା ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଜଣା ପଡ଼ିବ । ଏହି ଘଟଣା ପରେ ବାବୁଶାନ ଓ ପ୍ରକୃତି ନିଜ ନିଜ ମନ୍ତବ୍ୟ ମଧ୍ୟ ରଖିଛନ୍ତି କି ସେମାନେ ନିଜର ଫିଲ୍ମର ଆନାଉନ୍ସମେଣ୍ଟ ପାଇଁ ବାହାରକୁ ଯାଉଥିଲେ ।

ତାଙ୍କ ଭିତରେ କୌଣସି ଖରାପ ସମ୍ପର୍କ ନାହିଁ । ସେମାନେ ଛୁଆ ବେଳର ସାଙ୍ଗ ଅଟନ୍ତି । କେବଳ ସେତିକି ନୁହେଁ ବର୍ତ୍ତମାନ ପ୍ରକୃତିଙ୍କ ବାପା ଥାନାରେ ଯାଇ ଏଫଆଇଆର ମଧ୍ୟ ଲେଖାଇ ସାରିଲେଣି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *